ସ୍ୱାଧୀନତା ଦିବସ କପ ଫୁଟବଲ ଚମ୍ପିୟାନସିପ : ସିଏସ କ୍ଳବ ବିଜୟୀ

ଓଡ଼ିଆ ବାର୍ତ୍ତା/ ବାଲିଗୁଡା (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଉପଖଣ୍ଡ କ୍ରୀଡା ସଂସଦ ଆନୁକୂଲ୍ୟରେ ବିଜୁ ପଟ୍ଟନାୟକ ମିନି ଷ୍ଟାଡିଅମ ପରିସର ମଧ୍ୟରେ ୭୯ ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଏକ ଫୁଟବଲ ଚମ୍ପିୟାନସିପ ଆରମ୍ଭ ହୋଇଛି l ଅଷ୍ଟମ ଦିନର ଏହି ଉତ୍ସବରେ ସ୍ଥାନୀୟ ଅଞ୍ଚଳ ର ବରିଷ୍ଠ କ୍ରୀଡ଼ାବିତ ସନ୍ତୋଷ କୁମାର ପାଳ, ସୁରେଶ କୁମାର ଦାସ, ମହମ୍ମଦ ତାଜୁ ଉଦ୍ଦିନ ,ଓ ପୁରୁଷୋତ୍ତମ ନାୟକ ଅତିଥି ଭାବେ ଯୋଗ ଦେଇ ଦୀପ ଧୂପ ପ୍ରଜ୍ଜଳନ ପୂର୍ବକ ଆନୁଷ୍ଠାନିକ ଭାବେ ଉଦଘାଟନ କରି ଦୁଇ ଦଳର ଖେଳାଳି ମାନଙ୍କ ସହ ପରିଚିତ ହୋଇଥିଲେ l ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ସଂସଦର ସମ୍ପାଦକ ଡ଼. ସୁଶାନ୍ତ କୁମାର ଦାସ, ଦେବବ୍ରତ ସିଂ ଦେଓ, ଏଲିଆସ ଦିଗାଳ ପ୍ରମୁଖ ଉପସ୍ଥିତ ଥିଲେ l ଅଷ୍ଟମ ଦିନର ଖେଳରେ ଫିରିଙ୍ଗିଆ ଅଞ୍ଚଳ ର କାରେକାମ୍ବା ସହ ସିଏସ କ୍ଲବ କ.ନୂଆଗାଁ ଦଳ ର ବହୁ ସଙ୍ଘର୍ଷ ମୟ ଖେଳରେ ୧-୦ ଗୋଲରେ ସିଏସ କ୍ଲବ କ.ନୂଆଗାଁ ଦଳ ଦିଜୟୀ ହୋଇଥିଲେ l ଏହି ଖେଳରେ ବାବୁ ଭାଇ, ତ୍ରିନାଥ ମଳିକ, ଦେବୀ ରଞ୍ଜନ ନାୟକ ପ୍ରମୁଖ ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିଥିଲେ l ଏଥିରେ ୧୨ଟି ଦଳ ଅଂଶ ଗ୍ରହଣ କରୁଥିବା ବେଳେ ଏହାର ଫାଇନାଲ ଖେଳ ଅଗଷ୍ଟ ୧୫ ତାରିଖ ସ୍ୱାଧୀନତା ଦିବସ ଦିନ ହୋଇ ବିଜେତା ଙ୍କୁ ପ୍ୟାରେଡ ଉତ୍ସବ ରେ ପୁରସ୍କୃତ କରାଯିବ ବୋଲି ସଂସଦ ପକ୍ଷରୁ କୁହାଯାଇଛି l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.