କଳାହାଣ୍ଡି: ତ୍ରିରଙ୍ଗା ଯାତ୍ରାରେ ସାମିଲ ହେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ଭବାନୀପାଟଣା ସହର ଜନ ସମୁଦ୍ର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ମାନ୍ୟବର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ବାନ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମକୁ ସଫଳ ରୂପାୟନ ଦେବାପାଇଁ ରବିବାର କଳାହାଣ୍ଡି ବିଜେପି ପକ୍ଷରୁ ବାଇକ ରେଲି ଅନୁଷ୍ଠିତ ହେଇଥିଲା। ଏଥିରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଯୋଗଦାନ କରିଥିଲେ। ହାତରେ ତ୍ରିରଙ୍ଗା ପତାକା ଧରି ବିଜେପି କର୍ମୀମାନେ ସମବେତ ହୋଇ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ପ୍ରଥମେ ନକଟିଗୁଡାରେ ଅଟକି ବିଜେପି କର୍ମୀ ଓ କର୍ମକର୍ତ୍ତାଙ୍କ ଗହଣରେ ବାବାସାହେବ ଡ଼ଃ  ଭୀମରାଓ ରାମଜୀ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିଥିଲେ। ଏହାପରେ ତ୍ରିରଙ୍ଗା ଶୋଭାଯାତ୍ରାରେ ନଗର ପରିକ୍ରମା କରି ସର୍କିଟ ହାଉସକୁ ଯାଇ ସେଠାରେ ସଲାମୀ ଦିଆଯାଇଥିଲା। ବାଇକ ରେଲିରେ ହଜାର ହଜାର ବିଜେପି କର୍ମୀ, ନେତା ଓ ପ୍ରଶାସନିକ ଅଧିକାରୀ ସାମିଲ ହୋଇଥିଲେ। ଏହାପରେ ଜିଲ୍ଳାର ବିଭିନ୍ନ ବିଭାଗର ପ୍ରାଶାସନିକ ଅଧିକାରୀ ମାନଙ୍କ ସହ ସମୀକ୍ଷା ବୈଠକ କରିଥିଲେ। ଏଥିରେ ସୁଭଦ୍ରା ଯୋଜନାର କାର୍ଯ୍ୟକାରୀତା, ଲକ୍ଷପତି ଦିଦି କାର୍ଯ୍ୟକ୍ରମ ଓ ଜିଲ୍ଲାରେ ପର୍ଯ୍ୟଟନ ସ୍ଥଳୀ ଗୁଡିକର ବିକାଶ ଉପରେ ଆଲୋଚନା ହୋଇଥିଲା। ଏହାପରେ କର୍ମୀ, ଜନ ସାଧାରଣ ଓ ନେତ୍ରୁ ମଣ୍ଡଳୀ ମାନଙ୍କ ସହ ବିଭିନ୍ନ, ବିଷୟ, ସମସ୍ୟା ସମେତ ସାଂଗଠାନିକ ଆଲୋଚନା କରିଥିଲେ। ଜିଲ୍ଲା ସଭାପତି ଜୁଗଳ ପୋଢ଼ଙ୍କ ସମେତ ଧର୍ମଗଡ଼ ବିଧାୟକ ସୁଧିର ପାଟ୍ଟଯୋଷୀ, ପୂର୍ବତନ ମନ୍ତ୍ରୀ ପ୍ରଦୀପ୍ତ ନାୟକ, ବରିଷ୍ଠ କାର୍ଯ୍ୟକର୍ତ୍ତା ଭବେନ୍ଦ୍ର ପଣ୍ଡା, ଆର୍ତ୍ତତ୍ରାଣ ମହାପାତ୍ର, ବସନ୍ତ ପୁରୋହିତ, ଭଣ୍ଡେଶ୍ୱର୍ ମହାପାତ୍ର, ଦେବେନ୍ଦ୍ର ମହାନ୍ତି, ଭବାନୀ ଶଙ୍କର ନିଆଲଙ୍କ ସମେତ ମହିଳା ମୋର୍ଚ୍ଚାର ସଦସ୍ୟା ମାନେ ଉପସ୍ଥିତ ରହି କଳାହାଣ୍ଡିର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.