ହୋମିଓଗୁଡା ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା): ରାୟଗଡ଼ା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକ କନ୍ଧ ଖାତିପାଡୁ ଗ୍ରାମ ପଞ୍ଚାୟତ ଅଧିନସ୍ତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ହୋମିଓଗୁଡ଼ା ଠାରେ ଓଡ଼ିଶା କର୍ମଜୀବି ସାମ୍ବାଦିକ ସଂଘ ( OUWJ ) ସହବନ୍ଧିତ ଭାରତୀୟ ସାମ୍ବାଦିକ ସଂଘ ( IJU ) ରାୟଗଡ଼ା ଜିଲ୍ଲା ତରଫରୁ ୭୯ତମ ସ୍ୱାଧୀନତା ଦିବସ ଉପଲକ୍ଷେ ପରିବେଶ ସୁରକ୍ଷା ଭିତ୍ତିକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରୋହିତ ସୁନା,ସହକାରୀ ଶିକ୍ଷକ ଟୁଟୁ ମଲ୍ଲିକ, ଓଡ଼ିଶା କର୍ମଜୀବି ସାମ୍ବାଦିକ ସଂଘ ରାୟଗଡ଼ା ଜିଲ୍ଲା ସଭାପତି ଶ୍ରୀ ଖୋଗେଶ୍ୱର ସିଂ, ସମ୍ପାଦିକା ଶ୍ରୀମତୀ ସୁପ୍ରିୟା ଷଡ଼ଙ୍ଗି,ରାୟଗଡ଼ା ର ବରିଷ୍ଠ ଯୁବ ସାମ୍ବାଦିକ ଗୋପୀନାଥ ଗୌଡ଼, କଲ୍ୟାଣ ସିଂହପୁର ବ୍ଲକ ଓଡ଼ିଶା କର୍ମଜୀବି ସାମ୍ବାଦିକ ସଂଘ ସଭାପତି ଶ୍ରୀ ପଦ୍ମନ ଭତ୍ରା ମଞ୍ଚାସୀନ ରହିଥିଲେ । ପ୍ରଧାନ ଶିକ୍ଷକ ବିଦ୍ୟାଳୟ ପରିସୀମାରେ ରହିଥିବା ଅନେକ ଅସୁବିଧା ମଧ୍ୟରୁ ବିଶେଷ କରି ବିଦ୍ୟାଳୟରେ ସ୍ଥାୟୀ ପାଚେରୀ ନ ଥିବାରୁ ବିଶେଷ କ୍ଷୋଭ ପ୍ରକାଶ କରି ବିଦ୍ୟାଳୟଟି ୧୯୭୫ ମସିହାରୁ ଆଜି ପର୍ଯ୍ୟନ୍ତ ଗୋଡ଼ି ଉଠିଛି ହେଲେ ଭିତିଭୂମି ଥାଇ ମଧ୍ୟ କୌଣସି ପ୍ରକାର ଉନ୍ନତି କାର୍ଯ୍ୟ ହୋଇପାରୁନାହିଁ ଫାଇବଟି ନାମରେ ବିଗତ ସରକାର ବିଦ୍ୟାଳୟକୁ ରୂପାନ୍ତରିତ କଲେ କିନ୍ତୁ ଆଜି ପର୍ଯ୍ୟନ୍ତ ଏହା ସମ୍ପୂର୍ଣ ହୋଇପାରିଲା ନାହିଁ । ଆମେ ଉତ୍ତମ ଶିକ୍ଷା ଦାନ ନିମନ୍ତେ ବିଦ୍ୟାଳୟରେ ସମୁଦାୟ ୧୮ ଜଣ କାର୍ଯ୍ୟ କରିଆସୁଅଛୁ । ଉପସ୍ଥିତ ଅତିଥି ମାନେ ବୃକ୍ଷ ଦ୍ୱାରା ମଣିଷଙ୍କୁ ମିଳୁଥିବା ଅନେକ ପ୍ରକାର ହିତକର ବିଷୟ ବସ୍ତୁ ନେଇ ଆଲୋଚନା କରି ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ । ଏହି କାର୍ଯ୍ୟକ୍ରମକୁ କଲ୍ୟାଣ ସିଂହପୁର ବ୍ଲକ ଆୱାଜ୍ ଓଡ଼ିଶା ପ୍ରତିନିଧି ନରେଶ ହିଆଲ ସମ୍ପୂର୍ଣ ସହଯୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.