ଗଠିତ ହେଲା ନର୍ଲା ବିକାଶ ମଞ୍ଚ 

ପ୍ରଦୀପ ନାଏକ ସଭାପତି, ଚିରଞ୍ଜିବୀ ଗୌଡିଆ ସମ୍ପାଦକ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲାରୋଡ ଦିଶା ହୋଟେଲର ସମ୍ମେଳନ କକ୍ଷରେ ନର୍ଲା ବିକାଶ ମଞ୍ଚ ଗଠନ ପାଇଁ ପ୍ରଦୀପ କୁମାର ନାଏକ, ଚିରଞ୍ଜିବୀ ଗୌଡ଼ିଆ, ଜଗନ୍ନାଥ ସାହୁ, ଅନିରୁଦ୍ଧ ବିଶ୍ବାଳ, ଡୋଳାମଣି ସାହୁଙ୍କ ଆବାହନ କ୍ରମେ ଅସ୍ଥାୟୀ ସଭାପତି ଅବସରପ୍ରାପ୍ତ ଶିକ୍ଷକ ଗିରିଧାରୀ ଗୌଡଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଛି। ପ୍ରଥମେ ଜଗନ୍ନାଥଙ୍କୁ ସ୍ମରଣ ପରେ ଅଞ୍ଚଳର ଅନେକ ଅମରାତ୍ମା ମାନଙ୍କ ସଦ୍ଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ଏହାପରେ ଉପସ୍ଥିତ ଅଞ୍ଚଳ ବାସୀଙ୍କ ଠାରୁ ନର୍ଲା ବିକାଶ ପାଇଁ ମତାମତ ସଂଗ୍ରହ କରାଯାଇଥିଲା। ସମସ୍ତଙ୍କ ଠାରୁ ଅନେକ ମତାମତ ଆସିଥିଲା। ନର୍ଲାର ରାସ୍ତାଘାଟ, ସ୍ୱାସ୍ଥ୍ୟ, ଶିକ୍ଷା ସମସ୍ୟା ଦୂରିକରଣ କରାଯାଇ ସର୍ବାଙ୍ଗୀନ ବିକାଶ ପାଇଁ ମତ ପ୍ରକାଶ ପାଇଥିଲା। ଏହି ବୈଠକରେ ନର୍ଲା ଅଞ୍ଚଳର ବରିଷ୍ଠ ବ୍ୟକ୍ତି ମାନଙ୍କ ମଧ୍ୟରେ ଆବାହକ ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ପ୍ରଦୀପ କୁମାର ନାଏକ, ସମିତି ସଦସ୍ୟ ଚିରଞ୍ଜିବୀ ଗୋଉଡ଼ିଆ, ଅବସରପ୍ରାପ୍ତ ଶିକ୍ଷକ ଜଗନ୍ନାଥ ସାହୁ, ଆଇନଜୀବି ଡୋଳାମଣି ସାହୁ, ଅନିରୁଦ୍ଧ ବିଶ୍ବାଳ, ବରିଷ୍ଠ ନାଗରିକ ନନ୍ଦ କିଶୋର ଜେନା, ଚୂଳମଣି ଗୌଡିଆ, ତୀର୍ଥ ବୁଦ୍ଧିଆ, ଅରୁଣ ପ୍ରଧାନୀ, ଅଭୟ ଚାନ୍ଦ, ପ୍ରଫୁଲ୍ଲ କୁମାର ନାଗ, କିଶୋର ନାଏକ, ଅନନ୍ତ ମାଝୀ, କୁନା ବିଶ୍ଵାଳ, ବିଜେଡି ଜିଲ୍ଲା ଉପସଭାପତି ସାରଦା ପ୍ରସନ୍ନ ସ୍ୱାଇଁ, ହେତୁକୃଷ୍ଣ ଭୋଇ, ନିର୍ମଳ ଦୀପ, ଦର୍ପ ସେନାପତି, ବିମଳ କୁମାର କେଡିଆ, କୈଳାସ ବୁଦ୍ଧିଆ, ହୃଷୀକେଶ ଭୋଇ, ବିକ୍ରମ ଅଗ୍ରୱାଲ, ପ୍ରଦୀପ ଚୌଧୁରୀ ସୁମନ୍ତ ପୁଝାରୀ, ଚିତ୍ତରଞ୍ଜନ ରଣା, ସମୀର ଚାନ୍ଦ, ବୃନ୍ଦାବନ ବାରିକ ପ୍ରମୁଖଙ୍କ ସମେତ ୭୦ ରୁ ଉର୍ଦ୍ଧ୍ବ ସଦସ୍ୟ ଉପସ୍ଥିତ ରହି ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ। ଏହାପରେ ନର୍ଲା ବିକାଶ ମଞ୍ଚ ପାଇଁ କର୍ମକର୍ତ୍ତା ଚୟନ କରାଯାଇଥିଲା। ଏଥିରେ ସଭାପତି ଭାବରେ ପ୍ରଦୀପ କୁମାର ନାଏକ, ତିନିଜଣ ଉପସଭାପତି ଭାବରେ ବିମଳ କୁମାର କେଡିଆ, ଜଗନ୍ନାଥ ସାହୁ ଓ ଦର୍ପ ସେନାପତି ସର୍ବ ସମ୍ମତି କ୍ରମେ ମନୋନୀତ ସୋଇଛନ୍ତି। ସାଧାରଣ ସମ୍ପାଦକ ଭାବରେ ଚିରଞ୍ଜିବୀ ଗୌଡିଆ, ସହ ସମ୍ପାଦକ ଭାବରେ ଦୀପୁ ପାତ୍ର, କୋଷାଧ୍ୟକ୍ଷ ଭାବରେ ଡୋଳାମଣି ସାହୁଙ୍କୁ ସର୍ବ ସମ୍ମତି କ୍ରମେ ମନୋନୀତ କରାଯାଇଥିଲା। ହୃଷିକେଶ ପଧାନ, ପିତାମ୍ବର ଭୋଇ, ହେତୁକୃଷ୍ଣ ଭୋଇ, ଅଭୟ କୁମାର ଚାନ୍ଦ, ଅରୁଣ ପ୍ରଧାନି, ପଙ୍କଜିନି ନାଏକ, ଶାନ୍ତିଲତା ମାଝୀ, ସରୋଜ ବୁଦ୍ଧିଆ, ଚିନ୍ତାମଣି ନାଏକ ପ୍ରମୁଖ ଏଭଳି ୯ ଜଣଙ୍କୁ କମିଟି ସଦସ୍ୟ ଭାବରେ ମନୋନୀତ କରାଯାଇଥିଲା। ଶେଷରେ ଅବସରପ୍ରାପ୍ତ ଶିକ୍ଷକ ଦିଲୀପ କୁମାର ଗହୀର ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.