ଦେବଗିରି ମଠରେ ଜନ୍ମାଷ୍ଟମୀ: ଗୋପାଳୁଣୀମାନଙ୍କ ଦ୍ବାରା ସଂପାଦିତ ହେଲା କୃଷ୍ଣ ଜନ୍ମ ନିତି

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ପ୍ରାଚୀନ ମହାକାନ୍ତାର ସଭ୍ୟତାର ଧାର୍ମିକ ଏବଂ ସାଂସ୍କୃତିକ ପିଠସ୍ଥଳୀ ଦେବଗିରିରେ ‘ଜନ୍ମାଷ୍ଟମୀ’ ପର୍ବ ଏକ ଭକ୍ତିମୟ ପରିବେଶ ମଧ୍ୟରେ ପାଳିତ ହୋଇଛି। କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ବୁଢିପଦର ସ୍ଥିତ ଦେବଗିରି ମଠ ପରମ ପୁରୁଷ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀ ପର୍ବକୁ ନେଇ ଉତ୍ସବମୁଖର ହୋଇ ଉଠିଥିଲା। ଯାଦବ ରମଣୀମାନେ ଶୁକ୍ରବାର ରାତିରେ ଗୁମ୍ଫା ମଧ୍ୟରେ କୃଷ୍ଣ ଜନ୍ମ ନିତି ସଂପାଦନ କରିଥିଲେ। ଦେବଗିରିର ପ୍ରାଚୀନ ପରମ୍ପରା ଅନୁଯାୟୀ କେବଳ ଗୋପାଳୁଣୀମାନେ ହିଁ କୃଷ୍ଣ ଜନ୍ମ ନିତି ସଂପାଦନ କରିବାର ଅଧିକାର ପ୍ରାପ୍ତ। ଜନ୍ମାଷ୍ଟମୀ ଦିନ ମଠର ଆରାଧ୍ୟ ଦେବତା ଦଧିବାମନଜୀଉ ଶ୍ରୀକୃଷ୍ଣ ଭାବେ ଉପାସିତ ହୋଇଥାନ୍ତି। ଗୋପାଳୁଣୀମାନେ ସ୍ବତନ୍ତ୍ର ଭାବେ କୃଷ୍ଣଙ୍କ ପ୍ରତିକକୁ କୋଳରେ ଧରି ନିଷ୍ଠାର ସହ ଏହି ନିତି ସଂପାଦନ କରିଥାନ୍ତି। ଦେବଗିରି ମଠର ମ୍ୟାନେଜିଂ ଟ୍ରଷ୍ଟି ସୁନୀଲ କୁମାର ଧଙ୍ଗଡାମାଝୀଙ୍କ ତତ୍ବାବଧାନରେ ଆୟୋଜିତ ଏହି ଉତ୍ସବରେ ମଠର ପୂଜକ ସନ୍ତୋଷ ପାଢ଼ୀ, ସେବାୟତ ତପିବର ଦାସ, ବିଭିଷଣ ଦାସ, ହରି ଦାସ, ଗୋପାଳ ସେବକ ଟିକେ ଗଉଡ ପ୍ରମୁଖ ପୂଜା କାର୍ଯ୍ୟ ସଂପାଦନ କରିଥିଲେ। ଶିକ୍ଷାବିତ ଅଶୋକ ଧଙ୍ଗଡାମାଝୀ ଓ ଟ୍ରଷ୍ଟ ବୋର୍ଡ଼ର ବରିଷ୍ଠ ସଦସ୍ୟ ଦେବରାଜ ଗଉଡ ପୁରାଣ ପାଠ କରିଥିଲେ। ଦେବଗିରି ମଠ ଟ୍ରଷ୍ଟ ବୋର୍ଡ ସଦସ୍ୟ ସଞ୍ଜୟ ଧଙ୍ଗଡାମାଝୀ, ରଜନୀ ଗଉଡ, ବିଜୟ ଧଙ୍ଗଡାମାଝୀ, ବିଷ୍ଣୁ ଗଉଡ, ସତ୍ରୁଘନ ଧଙ୍ଗଡାମାଝୀ, ପ୍ରଦୀପ କୁମାର ଧଙ୍ଗଡାମାଝୀ, ବିଭିଷଣ ଧଙ୍ଗଡାମାଝୀ, ସୁରେନ୍ଦ୍ର ମାଝୀ, ଭରତ ଧଙ୍ଗଡାମାଝୀ, ଲୋକନାଥ ଗଉଡଙ୍କ ସମେତ ଧନେ ହେର୍ଣ୍ଣା, ଅନିଲ ଧଙ୍ଗଡାମାଝୀ ଏବଂ ଅନ୍ୟମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.