ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ସଇଁତଳା ବ୍ଲକ ଟିକ୍ରାପଡ଼ା ଠାରେ ଭାରତୀୟ ମଜଦୁର ସଙ୍ଘ ଅନୁବନ୍ଧିତ ଲାନ୍ତେଶ୍ଵର ରାଜମିସ୍ତ୍ରୀ ସଙ୍ଘ ଆନୁକୂଲ୍ୟରେ ବିଶ୍ୱକର୍ମା ପୂଜା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି | ସଙ୍ଘ ସଭାପତି ରାଜକୁମର କଲେତଙ୍କ ଅଧ୍ୟକ୍ଷତା ତଥା ସମ୍ପାଦକ ସତ୍ୟବାନ ମିର୍ଦ୍ଧାଙ୍କ ସଂଯୋଜନାରେ ଅନୁଷ୍ଠିତ ବୈଠକରେ ପୂଜା ସମ୍ବନ୍ଧୀୟ ବିଭିନ୍ନ ବିନ୍ଦୁ ନେଇ ସବିଶେଷ ଆଲୋଚନା କରାଯାଇଥିଲା | ଅନାର ଧରୁଆ, ଟଙ୍କଧର ରଣା, ମୋହନ ଦନ୍ତା, ରାଜେନ୍ଦ୍ର ମାଝୀ, ପ୍ରଦୀପ ଛତ୍ରିଆ, ପରମେଶ୍ୱର ମହାକୁର, ଛବି ଦାସ, ସଦାନନ୍ଦ ବାଗ, ଧର୍ମେନ୍ଦ୍ର ମିର୍ଦ୍ଧା, ରମାକାନ୍ତ ରଣା, ସନ୍ତୋଷ ମିର୍ଦ୍ଧା, ହୃଷିକେଶ ରଣା, ଲଳିତ ରଣା ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ |ଶେଷରେ ଦଶରଥ ରଣା ଧନ୍ୟବାଦ ଅର୍ପଣ କରିଥିଲେ |