୨୦୨୫ ଖରିପ ଋତୁର ଡିଜିଟାଲ ଫସଲ ସର୍ବେକ୍ଷଣ ପ୍ରଶିକ୍ଷଣ

ଓଡ଼ିଆ ବାର୍ତ୍ତା/ କଲ୍ୟାଣ ସିଂହପୁର (ପଦ୍ମନ ଭତ୍ରା): ରାୟଗଡ଼ା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକ ନାରାୟଣପୁର ଠାରେ ଅବସ୍ଥାପିତ ବ୍ଲକ କୃଷି ଓ କୃଷକ ପରାମର୍ଶ କେନ୍ଦ୍ର ଶୋଭା ଗୃହ ଠାରେ ୨୦୨୫ ଖରିପ ଋତୁର ଡିଜିଟାଲ ଫସଲ ସର୍ବେକ୍ଷଣ ସମ୍ପାଦନ ନିମନ୍ତେ ଏକ ଦିବସୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଏଥିରେ ବ୍ଲକ କୃଷି ଅଧିକାରୀ ଶ୍ରୀ ସୁଜିତ କୁମାର ପାଢ଼ୀ, କଲ୍ୟାଣ ସିଂହପୁର ବ୍ଲକ ମିଶନ ଶକ୍ତି ତଥା ଓଡ଼ିଶା ଜୀବିକା ମିଶନ ମୁଖ୍ୟା ଅବଦୁଲ ଫିଦା କରିମ୍, ଶ୍ରୀ ଅର୍ଣ୍ଣ ଅଭିଯାନର ବ୍ଲକ ପ୍ରକଳ୍ପ ସଂଯୋଜକ ଓମ୍ କାର ଦାସ ମଞ୍ଚାସୀନ ରହିଥିବା ବେଳେ ବ୍ଲକ ପରିସଂଖ୍ୟାନ ବିଭାରୁ କ୍ଷେତ୍ର ପରିଦର୍ଶକ ଦିଗନ୍ତ କୁମାର ପ୍ରଧାନ, ତେଜସ୍ୱିନୀ ଜାକାକା ଓ ବରିଷ୍ଟ କ୍ଷେତ୍ର ପରିଦର୍ଶକ ବିପିନ ବିହାରୀ ବିଡ଼ିକା, ଉଦ୍ୟାନ କୃଷିରୁ ହୃଷିକେଶ ନାଏକ, ବ୍ଲକର ସମସ୍ତ ପଞ୍ଚାୟତ କୃଷି ଅଧିକାରୀ, ଆତ୍ମାର ସମସ୍ତ କର୍ମଚାରୀ ଉପସ୍ଥିତ ରହି କଲ୍ୟାଣ ସିଂହପୁର ବ୍ଲକ ଅଞ୍ଚଳରୁ ପ୍ରଶିକ୍ଷଣ ନିମନ୍ତେ ଆସିଥିବା ଶିକ୍ଷିତ ବେକାର ଯୁବକ ଯୁବତୀ ମାନଙ୍କୁ ପ୍ରଶିକ୍ଷା ପ୍ରଦାନ କରିଥିଲେ | ଏଠାରେ ପ୍ରକାଶ ଥାଉ କି ୨୦୨୪ ରବି ଋତୁରେ ମଧ୍ୟ ଡିଜିଟାଲ ଫସଲ ସର୍ବେକ୍ଷଣ କାର୍ଯ୍ୟ ତ୍ବରାନ୍ବିତ ରହିଥିଲା |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.