ନର୍ଲାକୁ ଏନଏସି କରିବା ଦାବୀ ନେଇ ବିଜେପି ନେତ୍ରୁ ମଣ୍ଡଳୀଙ୍କୁ ସାକ୍ଷାତ କଲେ ବିକାଶ ମଞ୍ଚର କର୍ମକର୍ତ୍ତା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବିକାଶ ମଞ୍ଚର ସଭାପତି ପ୍ରଦୀପ କୁମାର ନାଏକଙ୍କ ନେତୃତ୍ୱରେ, ଉପ ସଭାପତି ଜଗନ୍ନାଥ ସାହୁ, ସାଧାରଣ ସମ୍ପାଦକ ଚିରଞ୍ଜିବି ଗୌଡ଼ିଆ, କୋଷାଧ୍ୟକ୍ଷ ଡୋଲେଶ୍ବର ସାହୁ, ବରିଷ୍ଠ ସଦସ୍ୟ ସୁବାଷ ପଧାନ, ବିକ୍ରମ ସାହୁ ପ୍ରମୁଖ ଭବାନୀପାଟଣା ଠାରେ ବିଜେପି ନେତୃବୃନ୍ଦଙ୍କୁ ସାକ୍ଷାତ କରି ଦାବୀପତ୍ର ପ୍ରଦାନ କରିଥିବା ଜଣାପଡ଼ିଛି। ନର୍ଲାକୁ ଏନଏସି କରିବା ପାଇଁ କଳାହାଣ୍ଡି ଲୋକସଭା ସାଂସଦ ଶ୍ରୀମତୀ ମାଲବିକା ଦେବୀ, ରାଜ୍ୟସଭା ସାଂସଦ ଶ୍ରୀ ସୁଜିତ କୁମାର ଓ ପୂର୍ବତନ ମନ୍ତ୍ରୀ ଶ୍ରୀ ପ୍ରଦୀପ୍ତ କୁମାର ନାଏକଙ୍କୁ ଭେଟି ଆଲୋଚନା କରିଥିଲେ। ଏହାବାଦ ଲୋକଙ୍କ ଦାବୀ ରହିଥିବା ସମତା ସୁପରଫାଷ୍ଟ ଟ୍ରେନ ନର୍ଲାରୋଡ ଷ୍ଟେସନରେ ରହଣୀ ଓ ଲୋକୋମୋଟିଭ କାରଖାନା ନିର୍ମାଣ କାମ ଶୀଘ୍ର ଆରମ୍ଭ କରାଯାଉ ବୋଲି ଦାବୀ ରଖି ଲିଖିତ ଦାବୀପତ୍ର ପ୍ରଦାନ କରିଥିଲେ। 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.