ଏକାଠି ନୂଆ ଖାଇଲେ ମ.ରାମପୁର କୁସୁମ ନଗର ସାହୁ ପରିବାର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଭାଦ୍ରବ ମାସ ଶୁକ୍ଳ ପକ୍ଷ ପଞ୍ଚମୀ ତିଥିରେ ପଶ୍ଚିମ ଓଡ଼ିଶାରେ ନୂଆ ଖାଇ ପର୍ବ ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଯାଇଛି। କଳାହାଣ୍ଡି ଜିଲ୍ଲାର ଗଡଜାତ ଅଞ୍ଚଳ ଛାଡ଼ିଦେଲେ ବାକି ସବୁ ଅଞ୍ଚଳବାସୀ ନୂଆ ଖାଇଛନ୍ତି। ଏବେ ଯୌଥ ପରିବାରରେ ସାମୁହିକ ନୂଆଖାଇ ଆଉ ଆଗଭଳି ଦେଖିବାକୁ ମିଳୁନି। ହେଲେ ଚଳିତ ବର୍ଷ ମଧ୍ୟ ଏହିଭଳି ନିଆରା ନୂଆଖାଇ ପରମ୍ପରା ଦେଖିବାକୁ ମିଳିଛି ମ.ରାମପୁରର କୁସୁମ ନଗର ସ୍ଥିତ ଜଗନ୍ନାଥ ସାହୁ ଓ ପ୍ରକାଶ ଚନ୍ଦ୍ର ସାହୁଙ୍କ ପରିବାରରେ। ବାପାଙ୍କ ପରେ ଅଦ୍ୟାବଧି ଏକତ୍ରିତ ହୋଇ ଛଅ ଭାଇଙ୍କ ପରିବାର ୩୫ ଜଣ ଗୋଟିଏ ସ୍ଥାନରେ ନୂଆଖାଇ ଆସୁଛନ୍ତି। ଏଭଳି ନିଆରା ଭାଇଚାରାର ସମ୍ପର୍କକୁ ସବୁଠି ଭୂୟସୀ ପ୍ରଶଂସା କରାଯାଉଥିବା ଜାଣିବାକୁ ମିଳିଛି। ନୂଆଖାଇ ହେଉଛି କୃଷିଭିତ୍ତିକ ଓ ଭାଇଚାରାର ଗଣପର୍ବ। ଏହାକୁ ପ୍ରମାଣିତ କରିଛନ୍ତି ମ ରାମପୁରର ସାହୁ ପରିବାର।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.