ସଂସଦରେ ପ୍ରବଳ ହଟ୍ଟଗୋଳ, ବାରମ୍ବାର ଗୃହ ମୁଲତବୀ

ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: ସ୍ଥାନୀୟ ପିଏମଶ୍ରୀ ବ୍ରଜମୋହନ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲ୍ଲା ସ୍ତରୀୟ ଆଦର୍ଶ ସଂସଦ ପ୍ରତିଯୋଗିତା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରୀଙ୍କ ସଭାପତିତ୍ୱରେ ଆୟୋଜିତ ଉଦଘାଟନୀ ସଭାରେ ମୁଖ୍ୟ ଅତିଥି ଭାବେ ଭବାନୀପାଟଣା ଉପଜିଲ୍ଲାପାଳ ଅଶିନୀ ଏ, ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ୍ ଡ. ଶିବ ପ୍ରସାଦ ବେହେରା, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ହେମସାଗର ମହାନନ୍ଦ ଓ ତପିମଣି ଜାନୀ ଯୋଗ ଦେଇଥିଲେ। ଜିଲ୍ଲାର ସମସ୍ତ ୩୨ ଗୋଟି ପିଏମଶ୍ରୀ ବିଦ୍ୟାଳୟର ଦୁଇଶହରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଉଭୟ ଆଦର୍ଶ ସଂସଦ ଓ ପ୍ରଦର୍ଶନୀରେ ଅଂଶଗ୍ରହଣ କରିଥିଲେ। ପିଏମଶ୍ରୀ ଉଚ୍ଚ ବିଦ୍ୟାଳୟ ଚି଼ଚେଇଗୁଡାର ଛାତ୍ରୀ ବିସ୍ମିତା ଧଙ୍ଗଡାମାଝୀ ରାଷ୍ଟ୍ରପତି, କେସିଙ୍ଗା ଆଦର୍ଶ ବିଦ୍ୟାଳୟ ଛାତ୍ରୀ ଶୁଭଲଷ୍ମୀ ସାହୁ ବାଚସ୍ପତି ଓ ପିଏମଶ୍ରୀ କେସିଙ୍ଗା ଉଚ୍ଚ ବିଦ୍ୟାଳୟର ଛାତ୍ର ପିଙ୍କୁ ରଣା ଉପ ବାଚସ୍ପତିଙ୍କ ଭୂମିକା ନିର୍ବାହ କରିଥିଲେ। ପ୍ରଦର୍ଶନୀ ବିଚାରକ ଭାବେ ସନ୍ତୋଷ କର, ବିନୋଦ ବାତ୍ରା, ସରସ୍ବତୀ ବେହେରା ଓ ସୁଶୀଲ ବିଶ୍ୱାଳ ଯୋଗ ଦେଇଥିବା ବେଳେ ଆଦର୍ଶ ସଂସଦ ବିଚାରକ ଭାବେ ସନ୍ତୋଷ ରଥ, ବାଞ୍ଛାନିଧି ପଣ୍ଡା, ବ୍ରହ୍ମଶ୍ରୀ ନାଏକ ଯାଦବ, ପ୍ରଦୀପ କୁମାର ନେଗୀ ପ୍ରମୁଖ ଯୋଗ ଦେଇଥିଲେ। ସଂସଦରେ ୩୨ ଟି ଗୁରୁତ୍ଵପୂର୍ଣ୍ଣ ବିଷୟରେ ବିଲ୍ ଆଗତ ହୋଇ ଗୃହୀତ ହୋଇଥିବା ବେଳେ ଗୃହରେ ପ୍ରବଳ ହଟ୍ଟଗୋଳ ହେବା ସହ ବାରମ୍ବାର ମୁଲତବୀ ହୋଇଥିଲା। ଦିବସବ୍ୟାପି ଚାଲିଥିବା ବିଭିନ୍ନ କାର୍ଯ୍ୟକ୍ରମରେ ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ଦୁଷ୍ମନ୍ତ ଶେଖର ପାଢ଼ୀ, ଉଚ୍ଚ ମାଧ୍ୟମିକ ସଂଯୋଜକ ବୀରେନ୍ଦ୍ର ଆଚାର୍ଯ୍ୟ, ମୋ ସ୍କୁଲ ସଂଯୋଜକ ପ୍ରଶାନ୍ତ ନନ୍ଦ, ପିଏମଶ୍ରୀ ବ୍ରଜମୋହନ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଷଷ୍ଠୀ ଝାଙ୍କର ତଥା ସମସ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ, ଶିକ୍ଷକ, କର୍ମଚାରୀ ତଥା ସମସ୍ତ ପିଏମଶ୍ରୀ ବିଦ୍ୟାଳୟର ପ୍ରଧାନଶିକ୍ଷକ ଯୋଗ ଦେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.