ସଂପନ୍ନ ହେଲା ନୂଆଖାଇ ଓ ବାସୀ ପର୍ବ: ଜାରି ରହିଛି ଖୁସି, ଆମିଷ ମାର୍କେଟରେ ପ୍ରବଳ ଭିଡ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଭାଦ୍ରବ ମାସ ଶୁକ୍ଳ ପକ୍ଷ ପଞ୍ଚମୀ ତିଥିରେ ପାଳିତ ହୋଇଛି ନୂଆଖାଇ। ଶୁକ୍ରବାର ଦିନ ନୂଆଖାଇ ବାସୀ ହୋଇଥିବାବେଳେ ରବିବାର ପର୍ଯ୍ୟନ୍ତ ଲୋକେ ଖୁସିର ସହ ଏହାକୁ ପାଳନ କରୁଥିବା ଦେଖାଯାଇଛି। ନର୍ଲା ଅଞ୍ଚଳର ଆମିଷ ମାର୍କେଟରେ  ଭିଡ ପରିଲକ୍ଷିତ ହୋଇଛି। ସୋମବାରରୁ ଏହା ସାମାନ୍ୟ ହୋଇଯିବ ବୋଲି ଜଣାପଡିଛି। ନୂଆଖାଇ ଭାଇଚାରାର ପର୍ବ। ଘରେ ଘରେ ପୁର ପଲ୍ଲୀରେ ନୂଆ ଖାଇ ସାରିବା ପରେ ନୂଆଖାଇ ଭେଟଘାଟର ଆସର ବେଶ ହୃଦୟ ସ୍ପର୍ଶି। ଗାଁ ଗାଁରୁ ଦାଦନ ଖଟି ଯାଇଥିବା ଲୋକେ ପରିବାର ପାଖ ନିଜ ଗାଁକୁ ଫେରିଥାନ୍ତି ଏକତ୍ର ନୂଆଖାଇ ମନେଇବା ପାଇଁ। ମନ ମନାନ୍ତର ମତଭେଦ ଭୁଲି ଏହି ପର୍ବରେ ସମସ୍ତେ ସାମିଲ ହୋଇ ଜୁହାର ଭେଟ ହେବା ସହିତ ମାନ ଅଭିମାନ ଭୁଲି ଯାଇଥାନ୍ତି। ହେଲେ ବର୍ତ୍ତମାନ ଏହି ପର୍ବରେ ମଦ ନିଜର କାୟା ବିସ୍ତାର କରି କେତେକ ସ୍ଥାନରେ ଅପ୍ରିତିକର ପରିସ୍ଥିତି ଉପୁଜିବା ସହିତ ପରସ୍ପର ମଧ୍ୟରେ ଝଗଡା, ମାର ପିଟ ହୋଇ ନୂଆଖାଇ ବାସୀରୁ ଲୋକେ ଥାନାର ଚକ୍କର କାଟୁଥିବା ମଧ୍ୟ ଦେଖିବାକୁ ମିଳିଥାଏ। ଶୁକ୍ରବାର ବାସୀରୁ ପରସ୍ପର ମଧ୍ୟରେ ଝଗଡ଼ା ହୋଇଥିବା ୫ରୁ ଉର୍ଦ୍ଧ୍ବ କେସ ଥାନାକୁ ଆସିଥିବା ଜଣାପଡ଼ିଛି। 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.