ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା: ୩ ଅଭିଯୁକ୍ତ କୋର୍ଟ ଚାଲାଣ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଲକ ବିଶ୍ବନାଥପୁର ଥାନା ଅନ୍ତର୍ଗତ ମନସ୍ତରା ଗାଁର ବୃଦ୍ଧ ଏକୁନା ମାଝୀ(୭୪)ଙ୍କୁ ଗୁଣି ଗାରେଡି ସନ୍ଦେହରେ ହତ୍ୟା କରିଥିବା ଅଭିଯୋଗରେ ପୋଲିସ ତିନି ଅଭିଯୁକ୍ତ ମନସ୍ତରା ଗାଁର ନରେଶ ମାଝୀ (୨୬), ଚକ୍ର ମାଝୀ (୨୨) ଓ ମୁରଲୀ ମାଝୀ(୨୮)ଙ୍କୁ କୋର୍ଟ ଚାଲାଣ କରିଛି ବିଶ୍ଵନାଥପୁର ପୁଲିସ । ଜାମିନ ଆବେଦନ ନାମଞ୍ଜୁର ହେବାରୁ ତିନିଜଣଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି I ସୂଚନାନୁସାରେ ଲାଞ୍ଜିଗଡ଼ ବ୍ଳକ ବେଡାଗାଁ ପଞ୍ଚାୟତ ମନସ୍ଥରା ଗାଁର ବୃଦ୍ଧ ଏକୁନା ମାଝୀ ଗତ ଅଗଷ୍ଟ ୨୮ ତାରିଖରୁ ନିଖୋଜ ହୋଇଥିଲେ। ଏହାକୁ ନେଇ ପୁଅ ମଙ୍ଗଳା ମାଝୀ ଅଗଷ୍ଟ ୨୮ ତାରିଖରେ ହିଁ ବିଶ୍ୱନାଥପୁର ଥାନାରେ ବାପାର ନିଖୋଜକୁ ନେଇ ଏକ ଲିଖିତ ଅଭିଯୋଗ କରିଥିଲେ। ଏହାକୁ ନେଇ ୩୧ ତାରିଖରେ କେସିଙ୍ଗା ଏସଡିପିଓ ସନ୍ଦୀପ ମାଝୀ, ଲାଞ୍ଜିଗଡ଼ ଥାନା ଅଧିକାରୀ ଜିତେନ୍ଦ୍ର ବିଶ୍ବାଳ ଓ ପୋଲିସ ଟିମ ମନସ୍ତରା ଗାଁକୁ ଯାଇ ତଦନ୍ତ ଚଲାଇଥିଲେ। ତେବେ ୪ ଦିନ ପରେ ବୃଦ୍ଧଙ୍କ ମୃତ୍ୟୁ ରହସ୍ୟ ଉନ୍ମଚନ ହୋଇଥିଲା। ପୋଲିସ ଏହି ଘଟଣାରେ ଗୁଣି ଗାରେଡି ସନ୍ଦେହରେ ମନସ୍ଥରା ଗାଁର ତିନିଜଣ ଯୁବକ ବୃଦ୍ଧଙ୍କୁ ହତ୍ୟା କରି ନିକଟସ୍ଥ ଜଙ୍ଗଲର ଏକ ଗଛରେ ଝୁଲାଇ ଦେଇଥିବା ତଦନ୍ତ ପରେ ଜାଣିବାକୁ ପାଇଥିଲା। ରବିବାର ସନ୍ଧ୍ୟାବେଳେ ବୃଦ୍ଧଙ୍କ ଶବ ଜବତ କରିବା ଶହ ତିନିଜଣ ଯୁବକଙ୍କୁ ମଧ୍ୟ ଥାନାକୁ ଆଣିଥିଲେ। ସୋମବାର ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ଏନେଇ ବିଶ୍ୱନାଥପୁର ଥାନା କେଶ ନଂ ୫୭/୨୫ ରେ ଏକ ମାମଲା ରୁଜୁ କରି ତିନି ଅଭିଯୁକ୍ତ ମନସ୍ତରା ଗାଁର ନରେଶ ମାଝୀ, ଚକ୍ର ମାଝୀ ଓ ମୁରଲୀ ମାଝୀଙ୍କୁ କୋର୍ଟ ଚାଲାଣ କରିଥିବା ବିଶ୍ୱନାଥପୁର ଥାନାଧିକାରୀ ତୁଳସୀରାମ ଶବର ପ୍ରକାଶ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.