ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ଜାତୀୟ ମହିଳା କ୍ରିକେଟ ସମ୍ମିଳନୀରେ ଯୋଗ ଦେବାପାଇଁ ମନୋନୀତ ହୋଇଛନ୍ତି ଦଣ୍ଡପାଟ ଅଞ୍ଚଳର ସୁନା ଝିଅ ସାନଭିପ୍ରଜ୍ଞା ରାଉତ (ମାହୀ)। ଏହି ଖବର ଜଣାପଡ଼ିବା ପରେ କଳାହାଣ୍ଡି ଜିଲ୍ଲାସାରା ଖୁସିର ଲହରୀ ଖେଳିଯାଇଛି। କୋକସରା ବ୍ଲକ ଖପରାମାଲ ନିବାସୀ ତଥା ଡହଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ମୋହିତ କୁମାର ରାଉତ ଏବଂ ମୂଷାପାଲି ପଞ୍ଚାୟତର ପୂର୍ବତନ ସରପଞ୍ଚ ଓ କଳାହାଣ୍ଡି ଜିଲ୍ଲା ଯାଦବ ମହିଳା ସଭାନେତ୍ରୀ ରଶ୍ମିରେଖା ରାଉତ ଯାଦବଙ୍କ ଝିଅ ହେଉଛନ୍ତି ସାନଭିପ୍ରଜ୍ଞା। ସେ ଅଲ୍ ଓଡିଶା କେନ୍ଦ୍ରୀୟ ବିଦ୍ୟାଳୟ ଭୁବନେଶ୍ବର ଟିମରେ ମନୋନୀତ ହେଇଛନ୍ତି। ବର୍ତମାନ ସାନଭିପ୍ରଜ୍ଞା ଧର୍ମଗଡ କେନ୍ଦ୍ରୀୟ ବିଦ୍ୟାଳୟରେ ନବମ ଶ୍ରେଣୀରେ ଅଧ୍ୟୟନ କରୁଛନ୍ତି। ୨୦୨୫-୨୦୨୬ ମସିହାରେ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ କ୍ରୀଡା ସମ୍ବିଳନୀରେ ୧୭ ବର୍ଷରୁ କମ ବୟସ ମହିଳା କ୍ରିକେଟରେ ଆସନ୍ତା ଅକ୍ଟୋବର ମାସ ୭ ରୁ ୧୧ ତାରିଖରେ ସେ ଅଂଶଗ୍ରହଣ କରିବେ। ତାଙ୍କ ଏହି ସଫଳତା ଦଣ୍ଡପାଟ ଅଞ୍ଚଳ ପାଇଁ ଗର୍ବ ଓ ଗୌରବର ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛି। ସାନଭିପ୍ରଜ୍ଞାଙ୍କ ନିକଟକୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି।