ଭୁତିଆରବାହାଲ ପ୍ରାଥମିକ ବିଦ୍ୟାଳୟରେ ଗୁରୁଦିବସ

ଓଡିଆ ବାର୍ତ୍ତା/ ଭୁତିଆରବାହାଲ (ପଞ୍ଚାନନ ଭୋଇ): ବଲାଙ୍ଗୀର ସଦର ବ୍ଲକ ଭୁତିଆରବାହାଲ ପ୍ରାଥମିକ ବିଦ୍ୟାଳୟ ଚଳିତ ବର୍ଷ ୧୨୫ ତମ ପ୍ରତିଷ୍ଠା ଦିବସ ପାଳନ କରୁଛି।

ଏହି ଅବସରରେ ହେବାକୁ ଥିବା ୨୫ ଟି କାର୍ଯ୍ୟକ୍ରମ ମାଧ୍ୟରୁ ଶୁକ୍ରବାର ପବିତ୍ର ଗୁରୁ ଦିବସରେ ଚାରୋଟି କାର୍ଯ୍ୟକ୍ରମ ପୂର୍ବତନ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ, ବର୍ତ୍ତମାନ କାର୍ଯ୍ୟରତ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ, ୧୨୫ ତମ ଜନ୍ମ ଜୟନ୍ତୀ ମହୋତ୍ସବ ର ଲୋଗୋ ଉନ୍ମୋଚନ ଏବଂ ଦସ୍ତଖତ ଅଭିଯାନ ଅନୁଷ୍ଠିତ ହୋଇଛି।

ପ୍ରଧାନ ଶିକ୍ଷୟିତ୍ରୀ ତଥା ମହୋତ୍ସବ କମିଟିର ସଂପାଦିକା ଶ୍ରୀମତୀ ଭାରତୀ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଲକ୍ଷ୍ମଣ ମେହେର ମୁଖ୍ୟ ଅତିଥି, ବୁଢା ଡଙ୍ଗର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଛବିଳ ବଗର୍ତ୍ତି ମୁଖ୍ୟ ବକ୍ତା, ଜଗନ୍ନାଥ ଡିଗ୍ରୀ କଲେଜ,ନସାହାଜବାହାଲର ଅର୍ଥନୀତି ଅଧ୍ୟାପକ କବିରାଜ ଭୋଇ ସମ୍ମାନିତ ଅତିଥି, ମୋ ସ୍କୁଲ ସଭାପତି ଚିନ୍ତାମଣି ଚୈଧୁରୀ, ମହୋତ୍ସବ କମିଟିର ଉପସଭାପତି ରୁଦ୍ରମଣୀ ଚୈଧୁରୀ ପ୍ରମୁଖ ମଞ୍ଚାସୀନ ଥିଲେ।

ଏଇ ଅବସରରେ ଅତିଥିମାନେ ଦ୍ଵାରା ୧୨୫ତମ ଜୟନ୍ତୀ ମହୋତ୍ସବର ଲୋଗୋ ଉନ୍ମୋଚନ କରିଥିଲେ। ବିଦ୍ୟାଳୟ ର ପୂର୍ବତନ ୨୭ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ମାନିତ କରାଯାଇଥିଲା। ଏହା ସହିତ ବର୍ତ୍ତମାନ କାର୍ଯ୍ୟରତ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା।

ଅନ୍ୟ ଏକ କାର୍ଯ୍ୟକ୍ରମ ମାଧ୍ୟମରେ ଅତିଥି ମାନଙ୍କ ଦ୍ଵାରା ଦସ୍ତଖତ ଅଭିଯାନ ଆରମ୍ଭ କରାଯାଇଥିଲା। ମଞ୍ଚ ପରିଚାଳନା କୈଳାସ ଚନ୍ଦ୍ର ଭୋଇ କରିଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ ପଞ୍ଚାନନ ଭୋଇ।

ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ରାଜେନ୍ଦ୍ର କୁମାର ଅଗ୍ରୱାଲ, ପୁରୁଷୋତ୍ତମ ବାଗ, ମାଧିଆ ଥନାପତି,।ଅମନ ପୁଟେ଼ଲ, ଅଭିନାଶ ଚୈଧୁରୀ ପ୍ରମୁଖ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.