ତୁଜୁଙ୍ଗରେ ମଙ୍ଗଳ ପରିଣୟ ଉତ୍ସବ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ମ.ରାମପୁର ଅନ୍ତର୍ଗତ ତୁଜୁଙ୍ଗ ଗ୍ରାମରେ ଶୁକ୍ରବାର ଦିନ ଅଲ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡରେସନର ସଭାପତି ବୃନ୍ଦାବନ ନାଗ ବୁଦ୍ଧିଷ୍ଟ ପରମ୍ପରା ଅନୁଯାୟୀ ନିଜ ଝିଅ ପ୍ରତିମାଙ୍କ ବିବାହ କରାଇ ଡମ୍ବ ସମାଜକୁ ଏକ ନୂତନ ଦିଗଦର୍ଶନ ଦେଇଛନ୍ତି। ‘ମଙ୍ଗଳ ପରିଣୟ’ ନାମରେ ପରିଚିତ ଏହି ବିବାହ ଉତ୍ସବକୁ ବୁଦ୍ଧ ମିତ୍ର ଭାବରେ ଗିରିଜା ବେହେରା ସଂପାଦନ କରିଥିଲେ। ଡକ୍ଟର ଭୀମରାଓ ଆମ୍ବେଦକର ଏବଂ ଗୌତମ ବୁଦ୍ଧଙ୍କ ପ୍ରତିମୂର୍ତ୍ତୀକୁ ଗ୍ରହଣ କରି ପ୍ରତିମା ନାଗ ଓ ପ୍ରଶାନ୍ତ ବାଗ ପବିତ୍ର ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ବୌଦ୍ଧିକ ରୀତିରେ ବିବାହ କାର୍ଯ୍ୟ ହୋଇଥିବାରୁ ସିଡ୍ୟୁଲ୍ଡ କାଷ୍ଟ୍ ଫେଡରେସନର ଜିଲ୍ଲା ସଭାପତି ବୃନ୍ଦାବନ ନାଗଙ୍କୁ ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି। ଏଥିରେ ଉପସ୍ଥିତ ସଭ୍ୟ ମାନଙ୍କ ମଧ୍ୟରେ ଏଓଏସସିଏଫ କାର୍ଯ୍ୟକାରୀ ସଭାପତି ତେଜରାଜ୍ ବେହେରା, ନର୍ଲା ବ୍ଲକ ସଭାପତି ରଘୁ ଦୀପ, ବିଶିଷ୍ଟ ସମାଜସେବୀ ବେଣୁଧର ସୁନା, କ୍ଷମାନିଧି ସୁନା କଳାହାଣ୍ଡି ଜିଲ୍ଲା ସିଡ୍ୟୁଲକାଷ୍ଟ ଫେଡରେସନର ଜିଲ୍ଲା ସମ୍ପାଦକ ଅଭିରାମ ନନ୍ଦଙ୍କ ସମେତ ସମାଜର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.