ଗୋପୀନାଥପୁର ନକଆଉଟ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ

କୂଟରୁପାଲିକୁ ହରାଇ ହରିହରପୁର ଚାମ୍ପିଅନ୍

ଓଡ଼ିଆ ବାର୍ତ୍ତା/କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଲକ ଚମ୍ପାଦେଇପୁର ପଞ୍ଚାୟତ ଗୋପୀନାଥପୁର ଖେଳପଡିଆଠାରେ ଗୋପୀନାଥପୁର ଭଗତ ସିଂ କ୍ଳବ ଦ୍ବାରା ତିନିଦିନିଆ ନକ ଆଉଟ୍ ପୁଟବଲ୍ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି। ଏହାର ଫାଇନାଲ ମ୍ୟାଚ୍ ଲାଞ୍ଜିଗଡ଼ ବ୍ଳକ ହରିହରପୁର ଓ ରାୟଗଡା ଜିଲ୍ଲା ମୁନିଗୁଡା ବ୍ଳକ କୂଟରୁପାଲି ଦଳ ମଧ୍ୟରେ ହୋଇଥିଲା। ଏହି ମ୍ୟାଚରେ ପ୍ରଥମେ ହରିହରପୁର ଦଳ କୁଟରୁପାଲୀ ଦଳକୁ ୩ ଗୋଟି ଗୋଲ କରିଥିବା ବେଳେ ଜବାବରେ କୁଟରୁପାଲୀ ଦଳ ଗୋଟିଏ ଗୋଲ କରିଥିଲେ। ହରିହରପୁର ଦଳ ୩-୧ ଗୋଲରେ ଚାମ୍ପିଅନ ହୋଇଥିଲା । ଏହି ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଚମ୍ପାଦେଇପୁର ସରପଞ୍ଚ ନରେନ୍ଦ୍ର ମାଝୀ, ମୁଖ୍ୟ ବକ୍ତା ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରମେଶ ମାଝୀ,ବିଶିଷ୍ଠ ଅତିଥି ଭାବେ ଲାଞ୍ଜିଗଡ ଥାନାଧିକାରୀ ଯଶୋବନ୍ତ ହିଆଲ ଯୋଗ ଦେଇଥିବା ବେଳେ ସଂମ୍ମାନୀତ ଅତିଥି ଭାବେ ନିଳାଞ୍ଚଳ ପ୍ରଧାନ, କନ୍ଦର୍ପ ନାୟକ, ନିରଞ୍ଜନ ରଣା, ଶ୍ୟାମ ସୁନ୍ଦର ପ୍ରଧାନ, ପୁରନ୍ଦର ନାୟକ, ପୂର୍ବତନ ସାଂସଦ ପ୍ରତିନିଧି ଲଷ୍ମୀଧର ସନ୍ତୋଷରାୟ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଉଦଘାଟନୀ ମ୍ୟାଚରେ କିଶୋର ଘଡେଇ ଖେଳ ପରିଚାଳନା କରିଥିବାବେଳେ ଦୁଷ୍ମନ୍ତ ପାତ୍ର ଓ ରଙ୍କମଣି ବେହେରା ଲାଇନରେ ସହଯୋଗ କରିଥିଲେ। ଏହି ମ୍ୟାଚରେ ଦେଵଜ୍ୟୋତି ମାଝୀ ଧାରାବିବରଣୀ ଦେଇଥିଲେ। ସେପ୍ଟେମ୍ବର ୫ ତାରିଖରେ ଏହି ମ୍ୟାଚ୍ ଆରମ୍ଭ ହୋଇଥିବା ବେଳେ ଏଥିରେ ଜିଲ୍ଲା ତଥା ଜିଲ୍ଲା ବାହାରୁ ୮ ଗୋଟି ଦଳ ଭାଗ ନେଇଥିଲେ । ପ୍ରତିଯୋଗିତା ଆଯୋଜନରେ ଗୋପୀନାଥପୁର ଭଗତ ସିଂ କ୍ଳବ ସଭାପତି ବିପିନ ବିଶ୍ୱାଳ, ଉପ ସଭାପତି ମୀନକେତନ ପ୍ରଧାନ, ସଂପାଦକ ସଦାନନ୍ଦ ନାୟକ, ଦେବେନ୍ଦ୍ର ପଧାନ ସ୍ଵପ୍ନେଶ୍ଵର ପଧାନ ସମେତ କ୍ଳବର ସମସ୍ତ ସଦସ୍ୟ ମାନେ ସହଯୋଗ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.