ବିଜେଡିକୁ ବଡ଼ ଝଟକା: ଦଳ ଛାଡିଲେ ଏହି ବରିଷ୍ଠ ନେତା

ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା): ଗତ ୪ ତାରିଖରେ ବିଜେଡି ଜିଲ୍ଲା ସଭାପତି ଭାବେ ଜଗନ୍ନାଥ ସାରକାଙ୍କ ନାମ ଘୋଷଣା ପରେ ରାୟଗଡ଼ା ଜିଲ୍ଲା ବିଜେଡିରେ ଭୃକୁଞ୍ଚନ ସୃଷ୍ଟି ହୋଇଛି। ଜିଲ୍ଲାରେ ବିଜେଡିର ବରିଷ୍ଠ ନେତା ଓ କର୍ମୀଙ୍କ ମନରେ କୁହୁଳିବାରେ ଲାଗିଛି ଅସନ୍ତୋଷର ନିଆଁ। ଏହି ସମୟରେ ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ରାଜ୍ୟସଭା ସାଂସଦ ଏନ ଭାସ୍କର ରାଓ ମଙ୍ଗଳବାର ଦଳରୁ ଇସ୍ତଫା ଦେଇଛନ୍ତି। ଏଣୁ ସେ ଏହି ଅବସରରେ ଏକ ବଡ଼ ଘୋଷଣା କରି “ବିଜୁ ସ୍ବାଭିମାନ ମଞ୍ଚ” ଗଠନ ହେବା ନେଇ ସୂଚନା ଦେଇଛନ୍ତି। ଜଗନ୍ନାଥଙ୍କୁ ସଭାପତି ଘୋଷଣା ପରେ ଜିଲ୍ଲାରେ ଦୁର୍ବଳ ହୋଇଯାଇଛି ବିଜେଡି ଦଳର ସଂଗଠନ। ଦଳରୁ ପୂର୍ବତନ ରାଜ୍ୟସଭା ସାଂସଦ ଏନ ଭାସ୍କର ରାଓ, ପୂର୍ବତନ ମନ୍ତ୍ରୀ ଲାଲବିହାରୀ ହିମରିକା, ବ୍ଲକ ଅଧ୍ୟକ୍ଷା ଟୁନି ହୁଇକା, ପୂର୍ବତନ ପୌର ଅଧ୍ୟକ୍ଷ ରାଇସିଂ ବିଡିକା, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗଙ୍ଗାଧର ପୁଆଲାଙ୍କ ସମେତ ହଜାର ସଂଖ୍ୟାରେ ବିଜେଡି ନେତା ଓ କର୍ମୀ ଭାସ୍କର ରାଓଙ୍କ କାର୍ଯ୍ୟାଳୟରେ ଏକତ୍ରିତ ହୋଇଥିବା ଖବର ଆସି ପହଞ୍ଚୁଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.