ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ପରଖ ରାଷ୍ଟ୍ରୀୟ ସର୍ବେକ୍ଷଣ ୨୦୨୪ ରିପୋର୍ଟ କାର୍ଡ ବିସ୍ତାର ଉପରେ କନକା କୃଷ୍ଟରର କ୍ଲଷ୍ଟରସ୍ଥରୀୟ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସ୍ଥାନୀୟ ସନ୍ ସାଇନ୍ ଇଣ୍ଟରନେସନାଲ ସ୍କୁଲରେ ଅନୁଷ୍ଠିତ ହୋଇଯାଇଛି। କ୍ଲଷ୍ଟର ଅନ୍ତର୍ଗତ ପାଞ୍ଚଟି ଘରୋଇ ବିଦ୍ୟାଳୟ ଯଥା ସରସ୍ଵତୀ ଶିଶୁ ମନ୍ଦିର, ମଡର୍ଣ୍ଣ ଅକ୍ସଫୋର୍ଡ ପବ୍ଲିକ ସ୍କୁଲ, ଡ୍ରିମ୍ କ୍ରାଫ୍ଟ ଇଂଲିଶ ମିଡ଼ିଅମ୍ ସ୍କୁଲ,ସନ୍ ସାଇନ୍ ଉଣ୍ଟର ନେସନାଲ ସ୍କୁଲ ଓ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ର ମୋଟ ୮୦ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦେଇଥିଲେ। ପ୍ରଶିକ୍ଷକ ଭାବେ ସିଆରସିସି ଶ୍ରୀ ହେମନ୍ତ କୁମାର ବେହେରା ତାଲିମ ଦେଇଥିଲେ। ଭାରପ୍ରାପ୍ତ ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀ ଦେବରାଜ ବେହେରା ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ଭେନୁ ସ୍କୁଲର ପ୍ରିନ୍ସପାଲ ଶ୍ରୀ ସୁନିଲ କୁମାର ମହାନ୍ତି ସ୍ବାଗତ ଭାଷଣ ଦେଇଥିବା ବେଳେ ସରସ୍ଵତୀ ଶିଶୁ ମନ୍ଦିର ର ପ୍ରଧାନ ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ। ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ପ୍ରଧାନ ଶିକ୍ଷକ ଶ୍ରୀ ମନୋଜ କୁମାର ସ୍ବାଇଁ କାର୍ଯ୍ୟକ୍ରମ ସମ୍ବନ୍ଧ ରେ ଲକ୍ଷ ଓ ଉଦ୍ଦେଶ୍ୟ ବିଷୟରେ ସୂଚନା ପ୍ରଦାନ କଲାପରେ ତାଲିମ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଏହା ଏକ ଅଭିନବ ପ୍ରୟାସ।ସରକାରଙ୍କ ନିର୍ଦ୍ଦେଶ ପ୍ରକାରେ କାର୍ଯ୍ୟକ୍ରମ ୨ ଘଣ୍ଟା ଧରି ଚାଲିଥିଲା। ପରଖ ରାଷ୍ଟ୍ରୀୟ ସର୍ବେକ୍ଷଣ ରେ ଓଡ଼ିଶା ଓ ଗଞ୍ଜାମ ଜିଲ୍ଲା ଭଲ ପ୍ରଦର୍ଶନ କରିଥିଲା ରୁ ସି ଆର ସି ସି ମହୋଦୟ ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ଧନ୍ୟବାଦ ଦେଇଥିଲେ।ପ୍ରକାଶ ଥାଉକି ପରଖ ରାଷ୍ଟ୍ରୀୟ ସର୍ବେକ୍ଷଣ ଏହି କନକା କ୍ଲୁଷ୍ଟର୍ ର ଡ୍ରିମ କ୍ରାଫ୍ଟ ଇଂଲିଶ ମିଦିଅମ୍ ସ୍କୁଲ ରେ ୪ ଡିସେମ୍ବର ୨୦୨୪ ରେ ଅନୁଷ୍ଠିତ ହୋଇଥିଲା। ତେଣୁ ସେହି ସ୍କୁଲ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ସିଆରସିସି ଧନ୍ୟବାଦ ଜଣାଇଥିଲେ। ସମସ୍ତ ପ୍ରକାର ସହଯୋଗ କରିଥିବାରୁ ଭେନ୍ୟୁ ସ୍କୁଲ ପ୍ରିନ୍ସିପାଲ ତଥା ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସିଆରସିସି ଧନ୍ୟବାଦ ଅର୍ପଣ କରିଥିଲେ |




