ଚିକିତ୍ସା ଅବହେଳାରୁ କିନ୍ନରଙ୍କ ମୃତ୍ୟୁ; ଅଭିଯୋଗ ଆଣିଲେ କିନ୍ନର ମହାସଂଘ

ଓଡ଼ିଆ ବାର୍ତ୍ତା/ ‎ବିଷମକଟକ (ପଦ୍ମନ ଭତ୍ରା): ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ ଅନ୍ତର୍ଗତ ନାନିରୀଗୁଡା ଗ୍ରାମର ସମାଜସେବୀ କିନ୍ନର ଲିଜାଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ବିଷମ କଟକ ସରପଞ୍ଚ ନମିତା କୁଲସିକାଙ୍କ ସମେତ ଗ୍ରାମର ପ୍ରାୟ ଦୁଇଶହରୁ ଉର୍ଦ୍ଧ୍ବ ଲୋକମାନଙ୍କ ଉପସ୍ତିତରେ ନିଜ ଗାଁ ମାଟିରେ ଲିଜାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଗତ ୫ ଦିନ ହେଲା ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଲିଜା ଚିକିତ୍ସିତ ହେଉଥିଲେ ତେବେ ଡାକ୍ତରଙ୍କ ଅବହେଳାରୁ ତାଙ୍କ ମୃତ୍ୟୁ ହୋଇଛି ବୋଲି ଅଭିଯୋଗ ଆଣିଛନ୍ତି କିନ୍ନର ମହାସଂଘର ସଭାପତି କାଜଲଙ୍କ ସମେତ ରେଶ୍ମା, ଜୁଲି ଓ ପ୍ରାୟ ୫୦ ରୁ ଉର୍ଦ୍ଧ୍ବ କିନ୍ନର। କିନ୍ନର ମହାସଂଘ ସଭାପତି କାଜଲ କହିଛନ୍ତି ଯେ, ଡାକ୍ତର ମାନଙ୍କ ଅଣଦେଖା ଲାଗି କିନ୍ନର ଲିଜାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ତେଣୁ ସେ ସରକାରଙ୍କୁ ନିବେଦନ କରିଛନ୍ତି ‘ଯେ ଆମ ପ୍ରତି ଏତେ ଅଣ ଦେଖା କାହିଁକି କରାଯାଉଛି, ଆମ ପ୍ରତି ସରକାର ଧ୍ୟାନ ଦିଅନ୍ତୁ।’

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.