ସଇଁତଲାରେ କାର୍ତ୍ତିକ ପୁରାଣ ପାରାୟଣ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ ସଇଁତଲା (ଗୋକୁଳା ନନ୍ଦ ବଗର୍ତ୍ତୀ): ବଲାଙ୍ଗୀର ଜିଲ୍ଲା ସଇଁତଲା ସହରର ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ  ଶ୍ରୀ ଶ୍ରୀ ଜଗନ୍ନାଥ ସଂସ୍କୃତିକ ପରିଷଦ ଆନୁକୂଲ୍ୟରେ କାର୍ତ୍ତିକ ଚତୁର୍ଦଶୀ ଅବସରରେ କାର୍ତିକ ପୁରାଣ ପାରାୟଣ କାର୍ଯ୍ୟକ୍ରମ ମହା ଆଡ଼ମ୍ବରରେ ଅନୁଷ୍ଠିତ ହୋଇଛି। ପାରାୟଣ ଗାୟିକା ଭାବେ ରଶ୍ମିତା ମିଶ୍ର ପୁରାଣ ପଠନ କରୁଥିବା ବେଳେ କର୍ତା ଭାବରେ ଚନ୍ଦ୍ର ସାମନ୍ତରାୟ ଦାୟିତ୍ୱ ଗ୍ରହଣ କରିଛନ୍ତି। ଧ୍ରୁବ ଚରଣ ଯୋଶୀ, କିରଣ ମିଶ୍ର, ନବଘନ ଷଡ଼ଙ୍ଗୀ, ଦେବେଦ୍ର ଯୋଶୀ ପ୍ରମୁଖ ପୂଜା କାର୍ଯ୍ୟରେ ଦାୟିତ୍ୱ ତୁଲାଉଛନ୍ତି। କାର୍ଯ୍ୟକ୍ରମ ପରିଚାଳନାରେ କମିଟିର ସମସ୍ତ ସଦସ୍ୟ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.