ଓଡ଼ିଆ ବାର୍ତ୍ତା/ କଲ୍ୟାଣସିଂହପୁର (ପଦ୍ମନ ଭତ୍ରା): କଲ୍ୟାଣ ସିଂହପୁର ବ୍ଲକ ସଦର ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ବ୍ଲକସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶାନ୍ତିଲତା ମୁନିଙ୍କ ସଭାପତିତ୍ୱରେ ଏନେଇ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଲ୍ୟାଣସିଂହପୁର ବ୍ଲକ (କ) ଜୋନ୍ ଜିଲ୍ଲା ପରିଷଦ ବି.ଭି. ପ୍ରସାଦ ରାଓ ଯୋଗଦେଇଥିଲେ | ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ମୋହନ ରାଓ କଣ୍ଡାଗରୀ, ବିଜୟ କୁମାର ସେଠି ଓ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ଦଳାଇ ସମ୍ମାନିତ ଅତିଥି ଭାବେ ଏବଂ ଏଠାରେ ମୁଖ୍ୟ ବକ୍ତା ଭାବେ କଲ୍ୟାଣସିଂହପୁର ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଶିକ୍ଷକ ଅଶୋକ କୁମାର ପ୍ରଧାନ ମଞ୍ଚାସୀନ ରହିଥିଲେ | କାର୍ଯ୍ୟକ୍ରମରେ କ୍ଲଷ୍ଟର ସ୍ତରରୁ ଚୟନ ହୋଇ ବ୍ଲକସ୍ତରରେ ଭାଗ ନେଇ ନେଇଥିବାରୁ ଛାତ୍ରଛାତ୍ରୀ ମାନଙ୍କୁ କନିଷ୍ଠ, ବରିଷ୍ଠ ଓ ଭିନ୍ନକ୍ଷମ ଭାବେରେ ବିଭକ୍ତ କରି ହସ୍ତାକ୍ଷର, ସଂଗୀତ, ତର୍କ, ତଥା କୁଇଜ୍ ଭଳି ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ କରାଯାଇଥିଲା | ଅତିଥି ମାନେ ନିଜ ନିଜର ଅଭିଭାଷଣ ରେ ଶିକ୍ଷା ସହ ଛାତ୍ର ଛାତ୍ରୀ ମାନଙ୍କ ଠାରେ ଲୁକାୟିତ ରହିଥିବା ପ୍ରତିଭାକୁ ଲୋକଲୋଚନକୁ ଆଣିବା ନିମନ୍ତେ ଏହା ଏକ ଉତ୍ତମ ପଦକ୍ଷେପ ବୋଲି କହିଥିଲେ | କାର୍ଯ୍ୟକ୍ରମରେ କୃତିତ୍ୱ ଅର୍ଜନ କରିଥିବା ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା | କାର୍ଯ୍ୟକ୍ରମକୁ ସମସ୍ତ କ୍ଳଷ୍ଟର ସଂଯୋଜକ ଓ କ୍ଲଷ୍ଟରସ୍ତରୀୟ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିଥିଲେ |





