ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ନୀଳଗିରିର ଫ୍ୟାଟ୍ ଲକ୍ସ କ୍ଲବ୍ ଓ ଫକୀରମୋହନ କଲେଜ ଆଲୁମିନିର ମିଳିତ ଆନୁକୂଲ୍ୟରେ ନୀଳଗିରି ସ୍ଥିତ ବରିସାହି କଲ୍ୟାଣ ମଣ୍ଡପରେ ଏକ ନିଶୁଳ୍କ ମେଗା ସ୍ବାସ୍ଥ୍ୟମେଳା ଅନୁଷ୍ଠିତ ହୋଇଯାଇଛି। ଏଇ ସଭାରେ ପୁରାତନ ଛାତ୍ର ପରିଷଦର ସଭାପତି ଡକ୍ଟର ପ୍ରଭାତ ଚୌଧୁରୀ ପୌରୋହିତ୍ୟ କରିଥିବା ବେଳେ ଫ୍ୟାଟ୍ ଲକ୍ସ (Fiat lux) ର ସଭାପତି ସୁରଞ୍ଜନ ମହାପାତ୍ର, ସେକ୍ରେଟାରୀ ବିଜୟ ବିଶ୍ବାଳ, ଡକ୍ଟର କିଶୋର କୁମାର ବେହେରା, ଡକ୍ଟର ବୁଦ୍ଧେଶ୍ବର ମାଝୀ, ଡକ୍ଟର ପ୍ରମୋଦ ଟୁଡୁ, ଡକ୍ଟର ତାରାକାନ୍ତ ନନ୍ଦ, ପୂର୍ବତନ ନୀଳଗିରି ବିଧାୟକ ଚିତ୍ତରଞ୍ଜନ ଷଡ଼ଙ୍ଗୀ ପ୍ରମୁଖ ନିଜ ନିଜ ବକ୍ତବ୍ୟ ରଖିଥିଲେ। ପାଥୋଲଜି ବିଶେଷଜ୍ଞ ଶୁଭମ୍ ଖଣ୍ଡେଇ, ଚିରଞ୍ଜିବୀ ଦାସ, ସତୀଶ ଜେନା, ରାମ କୃଷ୍ଣ ଦାସ, ଆଶ୍ୱିନ ଦାସ, ଶିବ ଦାସ, ବିଶ୍ୱଜିତ୍ ଦାସ ମହାପାତ୍ର, କିଶୋର ଦାସ, ରଞ୍ଜୁ ବୋଷ ପ୍ରଭୃତିଙ୍କ ଦ୍ଵାରା ଇସିଜି, ଡାଇବେଟିସ୍, ଲିପିଡ୍ ପ୍ରୋଫାଇଲ୍, ଏଚବି, ଭିଟାମିନ ଡି, ବିଏମଡି ପ୍ରଭୃତି ପରୀକ୍ଷା କରାଯାଇ ରିପୋର୍ଟ ପ୍ରଦାନ କରା ଯାଇଥିଲା। ରିପୋର୍ଟ ଦେଖି ଏମ୍ସ (AIIMS)ର ଡ଼ାକ୍ତର କିଶୋର କୁମାର ବେହେରା, ସମ୍ ହସପିଟାଲର ଡାକ୍ତର ବୁଦ୍ଧେଶ୍ୱର ମାଝୀ, ଡାକ୍ତର ପ୍ରମୋଦ ଟୁଡୁ, ଆଲୁମିନି ସଭାପତି ଡକ୍ଟର ପ୍ରଭାତ ଚୌଧୁରୀ ଓ ଡକ୍ଟର ତାରାକାନ୍ତ ନନ୍ଦ ପ୍ରମୁଖ ରୋଗୀମାନଙ୍କୁ ଔଷଧ ଲେଖି ନିୟମ ଅନୁସାରେ ଖାଇବାକୁ ପରାମର୍ଶ ଦେଇଥିଲେ। ଉଭୟ ଫ୍ୟାଟ୍ ଲକ୍ସ ଓ ପୁରାତନ ଛାତ୍ର ପରିଷଦର ସଭ୍ୟସଭ୍ୟା ଯଥାକ୍ରମେ ସୁରଞ୍ଜନ୍ ମହାପାତ୍ର, ବିଜୟ ବିଶ୍ବାଳ,ଦୀପ୍ତିକାନ୍ତ ପୃଷ୍ଟି, ସଞ୍ଜୀବ ମହାପାତ୍ର, ମନୋଜ ମହାନ୍ତି, ବିବେକ ସାହୁ, ଜିତେନ୍ଦ୍ର ରାଉତ, ମଧୁସୂଦନ ବେହେରା, ବିଷ୍ଣୁ ମହାନ୍ତି, ଲକ୍ଷ୍ମୀ ନାରାୟଣ ଘୋଷ, ରମାକାନ୍ତ ମହାନ୍ତି, ଅନସୂୟା ନାୟକ, ଅନିଲ ପଟ୍ଟନାୟକ, ଦେବାଶିଷ ପାଣି, ଶ୍ୟାମ ସୁନ୍ଦର ଜେନା, ପୀତାମ୍ବର ଦାସ, ରାମଚନ୍ଦ୍ର ସେଠୀ ପ୍ରମୁଖ ସ୍ବାସ୍ଥ୍ୟ ଶିବିରକୁ ପରିଚାଳନା କରିଥିଲେ। ସଭା ଶେଷରେ ପୁରାତନ ଛାତ୍ର ପରିଷଦର ଅମୃତାଂଶୁ ପଟ୍ଟନାୟକ ଓ ଫ୍ୟାଟ୍ କ୍ଲବ୍ ସେକ୍ରେଟାରୀ ବିଜୟ ବିଶ୍ବାଳ ଧନ୍ୟବାଦ୍ ଦେଇଥିଲେ। ଏଥିରେ ୨୦୦ରୁ ଉର୍ଦ୍ଧ୍ଵ ବ୍ୟକ୍ତିଙ୍କର ରିପୋର୍ଟ ପ୍ରଦାନ କରି ନିଶୁଳ୍କ ସେବା ଯୋଗାଇ ଦିଆ ଯାଇଥିଲା।





