ଫକୀର ମୋହନ ସାହିତ୍ୟ ପରିଷଦର ବାର୍ଷିକ ସାଧାରଣ ସଭା

ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): କବିତୀର୍ଥ ଶାନ୍ତି କାନନ ଠାରେ ଫକୀର ମୋହନ ସାହିତ୍ୟ ପରିଷଦର ବାର୍ଷିକ ସାଧାରଣ ସଭା ପରିଷଦର ସଭାପତି ଡକ୍ଟର ସୁବାସ ଚନ୍ଦ୍ର ପାତ୍ରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ବରିଷ୍ଠ ସଦସ୍ୟ ଶରତ ଦାଶଙ୍କ ସମେତ ସଭାପତି ଡକ୍ଟର ସୁବାସ ଚନ୍ଦ୍ର ପାତ୍ର ସମ୍ପାଦକ ଡକ୍ଟର ରତ୍ନାକର ସିଂହ, ଉପ ସଭାପତି ଦୀନବନ୍ଧୁ ଲେଙ୍କା, କୋଷାଧ୍ୟକ୍ଷ ତପନ ରାୟ, ଯୁଗ୍ମ ସମ୍ପାଦିକା କଲ୍ୟାଣୀ ନନ୍ଦ, ସଦସ୍ୟା ଯଶୋଧାରା ଦାସ, ସଦସ୍ୟ ପ୍ରଦୀପ ଚାଟାର୍ଜୀ ଫକୀର ମୋହନଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପାର୍ଘ୍ୟ ପ୍ରଦାନ କରିଥିଲେ।ପରେ ଦିବଙ୍ଗତ ସଦସ୍ୟମାନଙ୍କ ପାଇଁ ଏକ ମିନିଟ ନିରବ ପ୍ରାର୍ଥନା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା।ସଭାପତିଙ୍କ ପ୍ରାକ୍ ସୂଚନା ପରେ ସମ୍ପାଦକ ଡକ୍ଟର ରତ୍ନାକର ସିଂହ ଗତ ବର୍ଷର ସାଧାରଣ ସଭାର ବିବରଣୀ ପାଠ କରିବା ସହ ନିର୍ବାଚିତ କାର୍ଯ୍ୟନିର୍ବାହୀ ପରିଷଦର ଏକ ବର୍ଷର ବାର୍ଷିକ ବିବରଣୀ ମଧ୍ୟ ପାଠ କରିଥିଲେ। ଏହାପରେ ପରିଷଦର ଉନ୍ନତି ପାଇଁ ଗଠନ ମୂଳକ ପ୍ରସ୍ତାବ ଡକ୍ଟର ହରିଶ୍ଚନ୍ଦ୍ର ବେହେରା, ଡକ୍ଟର ରାଧାରଞ୍ଜନ ପଟ୍ଟନାୟକ, ପୂର୍ଣ୍ଣଚନ୍ଦ୍ର ପଣ୍ଡା, ଅଧ୍ୟାପକ ଅନିରୁଦ୍ଧ ବେହେରା, ଶରତ ଚନ୍ଦ୍ର ଦାଶ, ପୁରୁଷୋତ୍ତମ ବିଶ୍ୱାଳ, କାଳିପଦ ପଣ୍ଡା, ବରିଷ୍ଠ ଆଇନଜୀବୀ ମନୋଜ ନାୟକ, ଆଇନଜୀବୀ ଉତ୍ପଳ ମହାନ୍ତି, ସନ୍ନ୍ୟାସୀ ବେହେରା, କବି ବିମଳ ଜେନା, ଜିତେନ୍ଦ୍ର ଉପାଧ୍ୟାୟ, ସୁଧାକର ସେଠୀ ଓ ଗାନ୍ଧିବାଦୀ ତଥା ଆଇନଜୀବୀ ମହମ୍ମଦ ଇସଲାମ ପ୍ରଭୃତି ମତ ରଖିଥିଲେ। ନୂତନ ସଦସ୍ୟ ମାନଙ୍କୁ ସ୍ୱାଗତ ସହ ସେମାନଙ୍କର ନାମ ସର୍ବସମ୍ମୁଖରେ ସମ୍ପାଦକ ପାଠ କରିଥିଲେ। ଶେଷରେ ଯୁଗ୍ମ ସମ୍ପାଦିକା କଲ୍ୟାଣୀ ନନ୍ଦ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.