ଲାଞ୍ଜିଗଡ଼ର ଝିଅ ଅନନ୍ୟା ରାଜ୍ୟ ବ୍ୟାଡମିଣ୍ଟନର ବୈଷୟିକ ଟ୍ରେନିଂରେ ଭାଗ ନେଇ ହେଲେ ବୈଷୟିକ ଅଧିକାରୀ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକର ଝିଅ ଅନନ୍ୟା ବେହେରା କଳାହାଣ୍ଡି ବ୍ୟାଡମିଣ୍ଟନ ଆସୋସିଆସନ ତରଫରୁ ଓଡିଶା ରାଜ୍ୟ ବ୍ୟାଡମିଣ୍ଟନ ଆସୋସିଏସନ ଆନୁକୂଲ୍ୟରେ ଆୟୋଜିତ ବୈଷୟିକ ଅଧିକାରୀ ଟ୍ରେନିଂରେ ଭାଗ ନେଇ ରାଜ୍ୟ ସ୍ୱୀକୃତ ପ୍ରାପ୍ତ ବୈଷୟିକ ଅଧିକାରୀ ହୋଇଛନ୍ତି। ପ୍ରକାଶ ଥାଉକି ପୂର୍ବରୁ ଲାଞ୍ଜିଗଡ଼ ବ୍ଲକର ବିଶାଖା ନାଏକ ଜାତୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ ଭାଗ ନେଇ ବର୍ତ୍ତମାନ କିଟ୍ ବିଶ୍ୱବିଦ୍ୟାଳୟ ରେ ବ୍ୟାଡମିଣ୍ଟନ ପ୍ରଶିକ୍ଷକ ଭାବେ କାର୍ଯ୍ୟରତ ଅଛନ୍ତି। ତେବେ ଲାଞ୍ଜିଗଡ଼ ବ୍ଲକ ବ୍ୟାଡମିଣ୍ଟନ୍ ତଥା କଳାହାଣ୍ଡି ବ୍ୟାଡମିଣ୍ଟନ୍ ଆସୋସିଆସନର ସହଯୋଗରେ ଏହି ଖେଳାଳି ମାନେ ପ୍ରୋତ୍ସାହିତ ହେଉଛନ୍ତି। ଜିଲ୍ଲା ସଂଘ ମତରେ ଲାଞ୍ଜିଗଡରେ ବହୁ ପ୍ରତିଭା ଲୁକ୍କାୟିତ ହୋଇ ରହିଛନ୍ତି। ଯଦି ଉପଯୁକ୍ତ ପ୍ରଶିକ୍ଷଣ ଓ ଭିତ୍ତିଭୂମିର ସୁବିଧା ମିଳିଲେ ଆଗକୁ ବହୁ ପ୍ରତିଭା ସାମ୍ନା କୁ ଆସିପାରିବେ ଅଞ୍ଚଳରେ ଚର୍ଚ୍ଚା ହେଉଛି। ପ୍ରତିବର୍ଷ ଲାଞ୍ଜିଗଡ଼ ବ୍ଲକ ପ୍ରତିନିଧି ଧବଳେଶ୍ବର ଠେଲାଙ୍କ ତତ୍ବାବଧାନରେ ଲାଞ୍ଜିଗଡ଼ ବ୍ୟାଡମିଣ୍ଟନ ଆସୋସିଆସନ, ଜିଲ୍ଲା ସଂଘ ସହ ଅନୁବନ୍ଧିତ ହୋଇ ବହୁ ପ୍ରତିଯୋଗିତା ଟେଣ୍ଟ୍ ଲଗାଇ ବହୁତ ଖର୍ଚ୍ଚ ବହନ କରି ସ୍ଥାନୀୟ ଖେଳାଳୀ ଙ୍କୁ ପ୍ରୋତ୍ସାହିତ କରାଇ ଆସୁଅଛନ୍ତି। ତେବେ ଲାଞ୍ଜିଗଡ଼ ବ୍ଲକରେ ଏକ ବ୍ୟାଡମିଣ୍ଟନ ଷ୍ଟାଡିୟମ ପାଇଁ ବହୁତ ଦିନରୁ ଖେଳାଳି ମାନଙ୍କର ଦାବି ହୋଇ ଆସୁଛି। ଜିଲ୍ଲା ସଂଘ ସଭାପତି ପ୍ରଦୀପ ଦାସ ପ୍ରତି ବ୍ଲକରେ ଇଣ୍ଡୋର ଷ୍ଟାଡିୟମ ଓ ପ୍ରଶିକ୍ଷକଙ୍କ ବ୍ୟବସ୍ଥା କରାଗଲେ ଆଗାମୀ ଦିନରେ କଳାହାଣ୍ଡିରେ ବହୁ ପ୍ରତିଭାବାନ ଖେଳାଳି ବାହାରି ପାରିବେ ବୋଲି କହିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.