ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନରୋତ୍ତମ ସେଲମା): କର୍ଲାମୁଣ୍ଡା କୃଷକ ସାଥି ଉତ୍ପାଦକ କମ୍ପାନୀ ଲିମିଟେଡ଼ର ତୃତୀୟ ବାର୍ଷିକ ସାଧାରଣ ସଭା କମ୍ପାନୀର କ୍ଷେତ୍ର କାର୍ଯ୍ୟାଳୟ ବିଜାପାଟି ଠାରେ ଅନୁଷ୍ଠିତ ହୋଇଯାଇଛି। କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ତୀରଞ୍ଜି ମେର୍ଲିଙ୍କ ଅଧ୍ୟକ୍ଷତାରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂ ଦେଓ, ସମ୍ମାନିତ ଅତିଥି ଭାବେ କର୍ଲାମୁଣ୍ଡା ଖ ଯୋନ ଜିଲ୍ଲା ପରିଷଦ ସଭ୍ୟ ସୁରେଶ ଚୌଧୁରୀ, ରେଗଡା ଗ୍ରାମ ପଞ୍ଚାୟତ ସରପଞ୍ଚ ଦୀପ୍ତି ମୟୀ ସାହୁ, ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ ଭାସ୍କର ମିଶ୍ର, କୃଷି ବିଭାଗର ଏଟିଏମ୍ ମିଲନ କୁମାର ଗୋଛୟତ, କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ୟୁନିୟନର ସଭାପତି ତଥା ବରିଷ୍ଠ ସାମ୍ବାଦିକ କମ୍ବୁପାଣି ମିଶ୍ର, ମୃତ୍ତିକା ସଂରକ୍ଷଣ ବିଭାଗରୁ ଯଶୋବନ୍ତି ହାତୀ, ବନ ବିଭାଗରୁ ସାଇ ଚରଣ ନାଏକ, ଗ୍ରାମ୍ୟ କୃଷି କର୍ମଚାରୀ ସନ୍ତୋଷିନୀ ବରାହ ପ୍ରମୁଖ ଉପସ୍ଥିତ ରହି କୃଷକ ମାନଙ୍କୁ ଉତ୍ସାହିତ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ କମ୍ପାନୀର ମୁଖ୍ୟ କାର୍ଯ୍ୟ ନିର୍ଵାହି ଅଧିକାରୀ ପ୍ରଦୀପ ସାହୁ, କ୍ଷୀର ସାଗର କୁମାର, ଭୁପିନ୍ଦର ଚୌଧୁରୀ, ବିରେନ୍ଦ୍ର ସାହୁ, ଯତୀନ୍ଦ୍ର ସାହୁ, ଜୀବରଧନ ସାହୁ, ବାଲ୍ମୀକି ଛତ୍ରୀଆ, ଗୌରୀ ଦୀପ, ଦ୍ରୋଣ ସାହୁଙ୍କ ସମେତ ଅଂଶଧନକାରୀମାନେ ସହଯୋଗ କରିଥିଲେ।





