ମଦନପୁର ରାମପୁରର ତଲସାଗର ପଡ଼ା ଠାରେ ଲକ୍ଷ୍ମୀପୂଜା ଉପଲକ୍ଷେ କଳସ ଯାତ୍ରା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): କଳାହାଣ୍ଡି ଜିଲ୍ଲା ମ.ରାମପୁର ତଳସାଗରପଡ଼ାଠାରେ ଗୁରୁବାର ମାଣବସା ମାଁ ଲକ୍ଷ୍ମୀପୂଜା ଅବସରରେ ଆଜି କଳସ ଯାତ୍ରା ଅନୁଷ୍ଠିତ ହେଇଯାଇଛି । କଳାହାଣ୍ଡିର ଲୋକ ବାଦ୍ୟ, ଘଣ୍ଟ, ଶଙ୍ଖ ର ତାଳେ ତାଳେ ଏକ ଶୋଭା ଯାତ୍ରା ସହର ପରିକ୍ରମା କରିବା ପରେ ପୂଜା ମଣ୍ଡପ କୁ ଆସି ଥିଲା । ଗତ କିଛି ବର୍ଷ ହେଲା ଅସ୍ଥାୟୀ ମଣ୍ଡପ କରି ପ୍ରତିବର୍ଷ ମାଁଙ୍କ ପୂଜାକାର୍ଯ୍ୟ ଚାଲି ଆସୁଥିବାବେଳେ ଗତକାଲି ନୂତନ ମଣ୍ଡପ କୁ ମହାଲକ୍ଷ୍ମୀ ପୂଜା କମିଟି ସଭାପତି ତଥା କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ ପୂଜାର୍ଚ୍ଚନା ପୂର୍ବକ ପ୍ରତିଷ୍ଠା କରିଥିଲେ । ଏଥରେ କର୍ତ୍ତା ଭାବେ ସର୍ବେଶ୍ଵର ସାହୁ ଓ ଅବନ୍ତୀ ସାହୁ ଦାୟିତ୍ଵ ନିର୍ବାହ କରିଥିଲେ । ଅଶୋକ ତ୍ରିପାଠୀ ପୂଜକ ଭାବେ ପୂଜା କରିଥିଲେ । ଏହି ନୂତନ ମୁଣ୍ଡପ ରେ ଆସନ୍ତା କାଲି ଠାରୁ ମାଁ ଲକ୍ଷ୍ମୀ ଙ୍କ ପୂଜା ହେଉ ଥିବା ଜଣାଯାଇଛି । ଏହି ପୂଜା ପାଇଁ କଳସ ଯାତ୍ରା ଅନୁଷ୍ଠିତ ହୋଇ ଯାଇଛି। ଏହି ପୂଜାରେ କର୍ତ୍ତା ଭାବରେ ସଞ୍ଜୀବ କୁମାର ସାହୁ ଏବଂ ଜ୍ୟୋତ୍ସ୍ନାରାଣୀ ସାହୁ ଦାୟିତ୍ୱ ସଂପାଦନ କରିଥିବାବେଳେ ଉଦ୍ଧବ ପଣ୍ଡା ପୁରୋହିତ କାର୍ଯ୍ୟ ତୁଲାଇବେ । ଅନ୍ୟମାନଙ୍କ ମଧ୍ୟରେ ଗୀତାଞ୍ଜଳୀ ବିଶି, ନିର୍ମଳା ବିଶି, ମୀରା ଦଣ୍ଡସେନା, କିଶୋର ନାଏକ, ଯଦୁମଣି ବିଶି, ସଂଜୀବ ସାହୁ, ରଜନୀକାନ୍ତ ବିଶି ପ୍ରମୁଖଙ୍କ ସମେତ ଗାଁର ଅବାଳବୃଦ୍ଧ ସହଯୋଗ କରୁଥିବା ଜଣାଯାଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.