ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ମ.ରାମପୁର ବ୍ଲକ ଶ୍ରୀ ବିନାୟକ ୟୁଥ୍ କ୍ଲବ ପକ୍ଷରୁ ପାକେଲପଡ଼ା କପ୍ ୨୦୨୫ ନକ୍ଆଉଟ ଫୁଟବଲ ଟୁର୍ନାମେଣ୍ଟ ସୋମବାର ଉଦ୍ଯାପିତ ହୋଇଯାଇଛି। ଏହି ଅବସରରେ ଟକର୍ଲା ଓ ମୁଡିଙ୍ଗ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଏଥିରେ ନିର୍ଦ୍ଧାରିତ ସମୟରେ ଟକର୍ଲା ଚିତ୍ତାକର୍ଷକ ଖେଳ ପ୍ରଦର୍ଶନ କରି ମୁଡିଙ୍ଗ କୁ ଗୋଟିଏ ଗୋଲ ଦେଇ ଥିଲେ। ଖେଳ ଶେଷ ପର୍ଯ୍ୟନ୍ତ ମୁଡିଙ୍ଗ କୌଣସି ଗୋଲ କରିବାରେ ବିଫଳ ହୋଇଥିଲା। ଟକର୍ଲା
୧/୦ ଗୋଲରେ ବିଜୟୀ ହୋଇ ଚାମ୍ପିୟନ ହୋଇଥିଲା । ଏହାପାରେ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା। ପୁରସ୍କାର ବିତରଣ ସଭାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ, ତୁଣ୍ଡଲା ପଞ୍ଚାୟତ ସରପଞ୍ଚ ସରୋଜ କୁମାର ସେଠ୍, ମୁଡିଙ୍ଗ ପଞ୍ଚାୟତ ସରପଞ୍ଚ ରାଜକିଶୋର ମାଝୀ, ମେରା ଯୁବ ଭାରତ କଳାହାଣ୍ଡିର ଜିଲ୍ଲା ସଂଯୋଜକ ପ୍ରସନ୍ନ କୁମାର ମେହେର, ଜିଲ୍ଲା ଆକାଉଣ୍ଟେନ୍ ଦୁତିଆ ବନଛୋର, ଅବସପ୍ରାପ୍ତ ଶିକ୍ଷକ ବାବୁଲାଲ କୁମାର,ସ୍ବେଛାସେବୀ ହେମାଗର ସା,ସ୍ବେଛାସେବୀ ତଥା ପ୍ରକୃତି ବନ୍ଧୁ ସନତ କୁମାର ସାହୁ,ପ୍ରମୁଖ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିବା ସହ ବିଭିନ୍ନ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ଫୁଟବଲ ମ୍ୟାଚର ବିଜେତା ଓ ଉପବିଜେତା ଦଳକୁ ଟ୍ରଫି ସହିତ ନଗଦ ଅର୍ଥ ମଧ୍ୟ ପ୍ରଦାନ କରିଥିଲେ। ତେବେ ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ ଅଧିନସ୍ଥ ମୋ ଭାରତ କଳାହାଣ୍ଡି ଶାଖା ସହାୟତାରେ ଗତ ସୋମବାର ଠାରୁ ଶ୍ରୀ ବିନାୟକ ୟୁଥ୍ କ୍ଲବ ଦ୍ଵାରା ବିଭିନ୍ନ ଖେଳ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏହି ଖେଳରେ ମୁଖ୍ୟ ରେଫରୀ ଲବ ସୁନାନି, ସହାୟକ ରେଫରି ଦିନେଶ କୁମାର, ବିନୋଦ ହେଣ୍ଡା, ପିଙ୍କୁ ଚନ୍ଦନ ଦାଇତ୍ବ ତୁଲାଇଥିଲେ। ଶ୍ରୀ ବିନାୟକ ୟୁଥ୍ କ୍ଲବ ସଭାପତି ଯଶୋବନ୍ତ ଗହିର, ସମ୍ପାଦକ ଲକ୍ଷାପତି ଭୋଇ,ସର୍ଜନ ବଗର୍ତ୍ତୀ,ବିଦ୍ୟାଧର ଭୋଇ, ବାଞ୍ଛା ଭୋଇ, ସର୍ଜନ ଜାନୀ, ମାଧବ ବଗର୍ତ୍ତୀ, ମୁକେଶ ନାଗ, ଇଶ୍ଵର ଜାନୀଙ୍କ ସମେତ ଅନୁଷ୍ଠାନର ସମସ୍ତ କର୍ମକର୍ତା ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ।





