ମୁଖ୍ୟମନ୍ତ୍ରୀଙ୍କ ସମ୍ଭାବ୍ୟ ଗସ୍ତ: ମୁସ୍କୁଟି ସ୍ଥିତ ରୁପ୍ରା ମିଳିତ ଉଚ୍ଚମାଧ୍ୟମିକ ସ୍କୁଲ ପରିସର ପରିଦର୍ଶନ କଲେ କଳାହାଣ୍ଡି ଜିଲ୍ଲାପାଳ

ଓଡ଼ିଆ ବାର୍ତ୍ତା/ ପଲମ (ଧବଳେଶ୍ଵର ଦୀପ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମ୍ଭାବ୍ୟ ଗସ୍ତକୁ ନେଇ ଶୁକ୍ରବାର ନର୍ଲା ବ୍ଲକ୍ ଅନ୍ତର୍ଗତ ମୁସ୍କୁଟି ସ୍ଥିତ ରୁପ୍ରା ମିଳିତ ପଞ୍ଚାୟତ ଉଚ୍ଚମାଧ୍ୟମିକ ସ୍କୁଲ ପରିସରରେ ଜିଲ୍ଲାପାଳ ସଚିନ ପାଓ୍ବାର ପହଞ୍ଚି କ୍ଷେତ୍ର ପରିଦର୍ଶନ କରିଛନ୍ତି। ଏହି ପରିଦର୍ଶନ ସମୟରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା, ବ୍ୟବସ୍ଥାପନା ଓ ଅନ୍ୟାନ୍ୟ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରାଯାଇଥିଲା। ଜିଲ୍ଲାପାଳ ସମ୍ପୃକ୍ତ ଅଧିକାରୀମାନଙ୍କ ସହ ସ୍ଥଳୀୟ ସ୍ଥିତି ନିରୀକ୍ଷଣ କରି ଆବଶ୍ୟକ ନିର୍ଦ୍ଦେଶ ଦେଇଥିଲେ। ଏହି ଅବସରରେ ନର୍ଲା ବିଡ଼ିଓ ବିପିନ ବିହାରୀ ଦୀପ, ଉକ୍ତ ଉଚ୍ଚମାଧ୍ୟମିକ ସ୍କୁଲର ଅଧ୍ୟକ୍ଷ ଅରୁଣ ନାଏକ, ଶିକ୍ଷକ ବିଷ୍ଣୁ ଚରଣ ସେନାପତିଙ୍କ ସହ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ରହି ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.