ଲାଞ୍ଜିଗଡ଼ରୋଡ଼ ଠାରେ ପଞ୍ଚାୟତ ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୬

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲାରେ ଏବେ ଆରମ୍ଭ ହୋଇଯାଇଅଛି ଉତ୍ସବର ମହୋଲ। କଳାହାଣ୍ଡିର ଐତିହ, ସଂସ୍କୃତି ଓ ପରମ୍ପରାକୁ ବହନ କରୁଥିବା କଳାହାଣ୍ଡି ଉତ୍ସବ “ଘୁମୁରା” ଆସନ୍ତା ଜାନୁଆରୀ ୧୪ ମକର ସଂକ୍ରାନ୍ତି ଠାରୁ ଜିଲ୍ଲା ସ୍ତରରେ ଅନୁଷ୍ଠିତ ହେବ। ଏହା ପୂର୍ବରୁ ଜିଲ୍ଲାର ପ୍ରତି ବ୍ଲକ ଓ ଗ୍ରାମ ପଞ୍ଚାୟତ ସ୍ତରରେ ଏହା ଅନୁଷ୍ଠିତ ହେଉଛି। କଳାହାଣ୍ଡିର ବୀର ବାଦ୍ୟ ଘୁମୁରାରୁ ଆରମ୍ଭ ହୋଇଥିଲା ଘୁମୁରା ଉତ୍ସବ- ୨୦୨୬ ଲାଞ୍ଜିଗଡ଼ରୋଡ଼ ସରପଞ୍ଚ ମମତା ଶବରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଲାଞ୍ଜିଗଡ଼ରୋଡ଼ ପୂର୍ବତନ ସରପଞ୍ଚ ଟଙ୍କଧର ମାଝୀ, ବିଶିଷ୍ଟ ଅତିଥି ଭାବେ ସାମ୍ବାଦିକ ନିଲେଶ କୁମାର ନାଗ, ସମ୍ମାନୀତ ଅତିଥି ଭାବେ ନାଏବ ସରପଞ୍ଚ ଅନଙ୍ଗ ମାଝୀ, ୱାଡ୍ ମେମ୍ବର ବିନ୍ଦୁ ବାସିନୀ ଶିଖା, ନନ୍ଦ ମାଝୀ, ମମି ମାଝୀ, କଷ୍ଟି ମାଝୀ, ମହେନ୍ଦ୍ର ସୁନାନୀ, ଶୁକୁମାରୀ ମାଝୀ, ପଦ୍ମା ଶବର, ନିଲେନ୍ଦ୍ରୀ ଶବର, କୁମଖାଲ ଏଡିଇଓ ବ୍ରାହ୍ମା ଦୁରିଆ, ବିଜେପୁର ଏଡିଇଓ ତରୁଣ କୁମାର ବେହେରା, ଏମବିକେ ସନ୍ତୋଷୀ ଗଉଡ଼, ଏଏନଏମ ସୁଷମା ଦାସ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହ କଳାହାଣ୍ଡିର ସଂସ୍କୃତି ଓ ପରମ୍ପରା ବିଷୟରେ ମାର୍ଗଦର୍ଶନ ଦେଇଥିଲେ। ଆରମ୍ଭରୁ ଲାଞ୍ଜିଗଡ଼ରୋଡ଼ ଶିବ ମନ୍ଦିର ପୀଠରୁ ସରପଞ୍ଚ ମମତା ଶବରଙ୍କ ନେତୃତ୍ୱରେ ଏକ ବିଶାଳ ଶୋଭାଯାତ୍ରାରେ ମଶାଲ ଆଣି ପଞ୍ଚାୟତ ସ୍ଥିତ ଉତ୍ସବ ମଞ୍ଚରେ ସ୍ଥାପନା କରାଯାଇ କଳାହାଣ୍ଡିର ଅଧୂଷ୍ଠାତ୍ରୀ ଦେବୀ ମାଁ ମାଣିକେଶ୍ବରୀଙ୍କ ପୂଜନ କରିଥିଲେ ଅତିଥି ବୃନ୍ଦ। କାର୍ଯ୍ୟନିର୍ବାହୀ ଅଧିକାରୀ ଡମ୍ବରୁଧର ସେନାପତି ପ୍ରଥମେ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଇତ୍ୟବସରରେ ସମସ୍ତ ଅଙ୍ଗନବାଡ଼ି କର୍ମୀ, ସିଆରପି, ଆଶା କର୍ମୀ, ସମେତ ମିଶନ ଶକ୍ତିର ମହିଳା ଶିକ୍ଷକ, ଶିକ୍ଷୟିତ୍ରୀ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ। ଲାଞ୍ଜିଗଡ଼ରୋଡ଼ ଏଡିଇଓ ସୁରେନ୍ଦ୍ର ସେଟ୍ଟି ଓ ଯୋଗାଣ ସହାୟକ ନାରାୟଣ ପ୍ରସାଦ ନାୟକଙ୍କ ନେତୃତ୍ବରେ ବିପୁଳ ରାଉତ, ଦେବରାଜ ଗଉଡଙ୍କ ସମେତ ସମସ୍ତ ଗାଁସାଥୀ, କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।ପଞ୍ଚାୟତ ଅଧିନସ୍ଥ ବିଦ୍ୟାଳୟ ଗୁଡିକରେ କୁନି କୁନି ଛାତ୍ରଛାତ୍ରୀ ମାନେ ଏକକ ଏବଂ ଦଳଗତ ନୃତ୍ୟ ପରିବେଷଣ କରିଥିଲେ। ଶେଷରେ କୃତି ପ୍ରତିଯୋଗୀଙ୍କୁ ମାନପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.