ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ର ଦିବଂଗତ ଫୁଟବଲ ଖେଳାଳି ପ୍ରଜ୍ଞା ନାୟକ (ଝୁନା) ଓ ଯଶୋବନ୍ତ ପୁଝାରୀ (ଯଶୋ)ଙ୍କ ସ୍ମୁତି ଉଦେଶ୍ୟରେ ଆରମ୍ଭ ହେବାକୁ ଯାଉଛି ଏକ ରାଜ୍ୟ ସ୍ତରୀୟ ଫୁଟବଲ ପ୍ରତିଯୋଗୀତା। ଯାହା ନର୍ଲାରେ ଜାନୁଆରୀ ୧୨ରୁ ଆରମ୍ଭ ହେବ। ଏଥିପାଇଁ କ୍ରୀଡ଼ାପ୍ରେମୀ ମାନଙ୍କ ମଧ୍ୟରେ ଅହେତୁକ ଆନନ୍ଦ ଦେଖିବାକୁ ମିଳୁଛି। ଟୁର୍ଣ୍ଣାମେଣ୍ଟକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଏ ବର୍ଷ ଅନେକ ଗୁଡିଏ ରାଜ୍ୟର କ୍ରୀଡା ଛାତ୍ରାବାସ ଦଳକୁ ଯୋଗ ଦେବା ପାଇଁ ନିମନ୍ତ୍ରଣ କରାଯାଇଛି। ଏବଂ ସେଥିପାଇଁ ସମ୍ମତି ଆସି ସାରିଥିବାରୁ ଏହା ଯୁବ କ୍ରୀଡ଼ାବିତ ମାନଙ୍କ ପାଇଁ ଚର୍ଚ୍ଚାର ଖୋରାକ ଯୋଗାଇଛି। ବିଗତ ଦିନ ମାନଙ୍କରେ ଯେତେସବୁ କାର୍ଯ୍ୟକ୍ରମ ହେଉଥିଲା ଆମ ଅଂଚଳରେ ସବୁଠି ଦୁଇଜଣଙ୍କ ଉପସ୍ଥିତି ଦେଖିବାକୁ ମିଳୁଥିଲା। ତେଣୁ ତାଙ୍କ ଦୁଇ ଜଣଙ୍କ ସ୍ମୁତିରେ ଆୟୋଜିତ ଏହି ପ୍ରତିଯୋଗୀତାରେ ସମସ୍ତ କ୍ରୀଡ଼ାପ୍ରେମୀ ଆସି ଖେଳ ଗୁଡିକୁ ଉପଭୋଗ କରିବା ପାଇଁ ପରିଚାଳନା କମିଟିର ସଦସ୍ୟ ପ୍ରିୟବ୍ରତ ଚାନ୍ଦ (କୁଲୁ) ଓ ଲଖନ ମାଝୀ ସମସ୍ତଙ୍କୁ ଅନୁରୋଧ କରିଛନ୍ତି।




