ଧୋକା ଦେଲା ପ୍ରେମିକା; ୧୪୦ ଫୁଟ ଟାୱାର ଉପରକୁ ଚଢ଼ି ପ୍ରେମିକର ଆତ୍ମହତ୍ୟା ଧମକ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୁବର୍ଣ୍ଣପୁର ଜିଲ୍ଲା ତରଭା ସହରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପ୍ରେମିକା କଥାବାର୍ତ୍ତା ନ ହେବାରୁ ମୋବାଇଲ ଧରି ୧୪୦ ଫୁଟ ଟାୱାର ଉପରକୁ ଚଢ଼ି ଯାଇ ପ୍ରେମିକର ଆତ୍ମହତ୍ୟା ଧମକ। ସ୍ଥାନୀୟ ମାରୱାଡ଼ି ଧର୍ମଶାଳା ପଛପଟେ ଥିବା ଟାୱାରରେ ଜଣେ ଯୁବକ ଚଢି ଯାଇଥିବା ଖବର ପ୍ରଚାରିତ ହେବା ମାତ୍ରେ ଘଟଣାସ୍ଥଳ ଲୋକାରଣ୍ୟ ହୋଇଯାଇଥିଲା। ତୁରନ୍ତ ପୋଲିସ ଓ ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ଯେତେ ଓହ୍ଲାଇବା ପାଈଁ ଚେଷ୍ଟା କଲେ ମଧ୍ୟ ପ୍ରଥମେ ବିଫଳ ହେଲେ। ଯେତେ ଡ଼ାକିଲେ ମଧ୍ୟ ଜିଦ୍ ରେ ଥିବା ଯୁବକଙ୍କ ପାଇଁ ନାକେଦମ୍ ହେଲେ ପୋଲିସ କର୍ମଚାରୀ। ପ୍ରେମିକା ଆସିଲେ ଯାଇ ଟାୱାରରୁ ଓହ୍ଲାଇବି ବୋଲି ଜିଦ୍ ଧରି ଥିଲା ଯୁବକ। ଯୁବକ ଜଣକ ହେଲେ ତରଭା ସୁନାରି ପଡ଼ାର ସୁମିତ ସାହୁ (୨୬) ବର୍ଷ। ଶେଷରେ ପୋଲିସ ବାଧ୍ୟ ହୋଇ ତାଙ୍କ ପ୍ରେମିକା ସହ ଯୁବକ ଙ୍କୁ କଥାବାର୍ତ୍ତା କରାଇବା ପରେ ଯୁବକ ଜଣଙ୍କୁ ଅଗ୍ନିଶମ କର୍ମଚାରୀ ସୁରକ୍ଷିତ ଉଦ୍ଧାର କରିଥିଲେ। ଫାୟାର ଅଫିସର ଅନିଲ ମିଶ୍ରଙ୍କ ତତ୍ତ୍ଵାବଧାନରେ ମୁଖ୍ୟ ଆଗ୍ନିକ ସାହେବ ଭୋଇ, ସୁଶାନ୍ତ ବାରିକ ଟାୱାର ଉପରକୁ ଚଢ଼ି ସୁମିତ କୁ ସୁରକ୍ଷିତ ଉଦ୍ଧାର କରିଥିଲେ। ବିଭାଗର ଆଗ୍ନିକ ହାବିଲଦାର ରତ୍ନାକର ପରିଡ଼ା, ସଚିଦା ସାଇ, ଖଗେଶ୍ୱର ଦୀପ, ମନବୋଧ ଶେଠ୍, ଲକ୍ଷ୍ମୀକାନ୍ତ ବାଗ ଏବଂ ପୋଲିସ ବିଭାଗର ଏସଆଇ ରବୀନ୍ଦ୍ର ସାହୁ, ଏଏସଆଇ ସୁଧୀର ଜେନା, କନଷ୍ଟେବଳ ସାନନ୍ଦ ମଲ୍ଲିକ ଓ କୈଳାସ ଭୋଇ ପ୍ରମୂଖ ଉଦ୍ଧାର କାର୍ଯ୍ୟରେ ସାମିଲ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.