ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭାରତୀୟ ଜନତା ପାର୍ଟି ଲାଞ୍ଜିଗଡ଼ ବ୍ଳକ ଲାଞ୍ଜିଗଡ଼ ମଣ୍ଡଳ ଓ ବିଶ୍ୱନାଥପୁର ମଣ୍ଡଳ ପକ୍ଷରୁ ଲାଞ୍ଜିଗଡ ଠାରେ ସ୍ୱାମୀ ବିବେକାନନ୍ଦ ଓ ଯୁବ ଦିବସ ସ୍ବଦେଶୀ ସଂକଳ୍ପ ଗଣ ଦୌଡ ଯାତ୍ରା ପାଳନ ହୋଇଯାଇଛି। ଆଜି ବିଜେପି କର୍ମୀମାନେ ଲାଞ୍ଜିଗଡ଼ ଜଗନ୍ନାଥ ମନ୍ଦିର ଠାରୁ ଏକ ବିଶ୍ଵାଳ ଗଣ ଦୌଡ଼ ଶୋଭାଯାତ୍ରାରେ ବାହାରି ବିଦେଶୀ ସାମଗ୍ରୀକୁ ବର୍ଜନ କରିବା ସହିତ ଘରେ ଘରେ ସ୍ବଦେଶୀ ସାମଗ୍ରୀ ସଂଗ୍ରହ କରିବା ନେଇ ନାରା ଦେଇ ଲାଞ୍ଜିଗଡ଼ ସହର ପରିକ୍ରମା କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଜେପି ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ରମେଶ ଚନ୍ଦ୍ର ମାଝୀ, ଜିଲ୍ଲା ଏସି ମୋର୍ଚ୍ଚା ସମ୍ପାଦକ ତୋଫାନ ସୁନାନୀ, ବିଶ୍ୱନାଥପୁର ମଣ୍ଡଳ ସଭାପତି ତୁଳସୀ ମାଝୀ, ବିଶ୍ୱନାଥପୁର ମଣ୍ଡଳ ପ୍ରଭାରୀ ସୁବାଷ ଚନ୍ଦ୍ର ଅଗ୍ରୱାଲ, ଲାଞ୍ଜିଗଡ ମଣ୍ଡଳ ସଭାପତି ନରେନ୍ଦ୍ର ବେହେରା, ବିଶ୍ୱନାଥପୁର ମଣ୍ଡଳ ସାଧାରଣ ସମ୍ପାଦକ ଗୌତମ କୁମାର ନାଗ, ବରିଷ୍ଠ ବିଜେପି କର୍ମୀ ତ୍ରିନାଥ ପାତ୍ର, ଲାଞ୍ଜିଗଡ ସମ୍ପାଦକ ସଞ୍ଜୟ ସାହୁ, ଲାଞ୍ଜିଗଡ ମଣ୍ଡଳ ଯୁବ ମୋର୍ଚ୍ଚା ଖୁସି ରାମ ଗୌଡ଼, ବିଶ୍ୱନାଥପୁର ମଣ୍ଡଳ ଯୁବ ମୂର୍ଚ୍ଚା ସଞ୍ଜୟ ଛତ୍ରିଆ, ବବୃ ବାହାନ ହରପାଲ, ଲାଞ୍ଜିଗଡ଼ରୋଡ଼ ସଭାପତି ମିଲନ ମହାପାତ୍ର ସମେତ ଭାରତୀୟ ଜନତା ପାର୍ଟି କର୍ମୀ ମାନେ ଉପସ୍ଥିତ ଥିଲେ।





