ନର୍ଲା ବ୍ଲକ କଂଗ୍ରେସ କମିଟିର ନୂତନ ସଭାପତି ଚୁଳମଣି ଗୌଡିଆଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ କଂଗ୍ରେସ କମିଟିର ନୂତନ ସଭାପତି ଭାବେ ମନୋନୀତ ହୋଇଛନ୍ତି ବରିଷ୍ଠ ନେତା ଚୁଳମଣି ଗୌଡିଆ। ତାଙ୍କୁ ନର୍ଲାଠାରେ ଦଳୀୟ କର୍ମୀମାନେ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି। ପ୍ରଦେଶ କଂଗ୍ରେସ କମିଟି ଶ୍ରୀ ଗୌଡିଆଙ୍କୁ ନୂତନ ଦାୟୀତ୍ୱ ଅର୍ପଣ କରିଥିବାରୁ ନର୍ଲା କଂଗ୍ରେସ କର୍ମୀ ମାନେ ବେଶ ଉତ୍ସାହିତ ହୋଇପଡ଼ିଛନ୍ତି।  କଂଗେସ କର୍ମୀମାନଙ୍କ ତରଫରୁ ନର୍ଲା ଯୁବ କଂଗ୍ରେସ ସଭାପତି ଦୀପୁ ପାତ୍ରଙ୍କ ନେତୃତ୍ୱରେ ଏନେଇ କଂଗ୍ରେସ ଅଫିସ ପରିସରରେ ଏକ ସମ୍ୱର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ ନର୍ଲା କଂଗ୍ରେସର ବରିଷ୍ଠ ସଦସ୍ୟ ଯେଉଁ ମାନଙ୍କୁ ଜିଲ୍ଲା କମିଟିରେ ପଦ ପଦବୀ ମିଳିଛି ଜିଲ୍ଲା ସମ୍ପାଦକ ତନୁ ମାଝୀ, ମନୋଜ କରୁଆଁ, ଜିଲ୍ଲାର ୪୮ ଜଣିଆ କାର୍ଯ୍ୟନିର୍ବାହୀ କମିଟିରେ ସଦସ୍ୟ ଭାବରେ ସ୍ଥାନ ପାଇଥିବା ନର୍ଲା ବ୍ଳକର ପୂର୍ବତନ ସଭାପତି ଅନି ବିଶ୍ବାଳ, ପୂର୍ବତନ ସଭାପତି ରଜନୀ କୁମାର ପ୍ରମୁଖ ଉପସ୍ଥିତ ଥିଲେ। ସମସ୍ତ ନବ ନିର୍ବାଚିତ ପଦାଧିକାରୀ ମାନଙ୍କୁ ଦଳୀୟ କର୍ମୀ ମାନେ ପୁଷ୍ପ ଗୁଚ୍ଛ ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଏହି ସମ୍ବର୍ଦ୍ଧନା ସଭାରେ ଅନ୍ୟ ଦଳୀୟ କର୍ମୀ ମାନଙ୍କ ମଧ୍ୟରେ ଅଲେଖ ସେନାପତି, ଅଶୋକ ଛୁରିଆ, ବିଘ୍ନେଶ୍ୱର ନାଏକ ମକର ହରପାଲ, ବାବୃବାହନ ବାଗ, ଜଗଦିଶ ବାଗ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ମୁଁ ପିଲାଟି ବେଳୁ ସ୍ୱର୍ଗତ ପ୍ରଧାନ ମନ୍ତ୍ରୀ ପ୍ରିୟଦର୍ଶିନୀ ଇନ୍ଦିରା ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ। ଦୀର୍ଘ ବର୍ଷ ଧରି କଂଗ୍ରେସ ଦଳ ପାଇଁ ନିଷ୍ଠାର ସହ କାମ କରିଆସିଛି। ମାନନୀୟ ପିସିସି ସଭାପତି ଭକ୍ତ ଚରଣ ଦାସ ମୋ ଉପରେ ଆସ୍ଥା ଓ ବିଶ୍ୱାସ ପ୍ରକଟ କରି ମୋତେ ନର୍ଲାର ସଭାପତି ଦାୟୀତ୍ୱ ଅର୍ପଣ କରିଛନ୍ତି। ଏଥିପାଇଁ ପିସିସି ସଭାପତିଙ୍କୁ ଧନ୍ୟବାଦ ଦେଇଛନ୍ତି। ମୁଁ ତାଙ୍କର ଆସ୍ଥା ଓ ବିଶ୍ୱାସକୁ ଆହୁରି ସୁଦୃଢ କରିବି। ନର୍ଲାରେ କଂଗ୍ରେସ ସଂଗଠନକୁ ଆହୁରି ମଜବୁତ କରିବି ବୋଲି ନବ ନିର୍ବାଚିତ ବ୍ଲକ କଂଗ୍ରେସ ସଭାପତି ଶ୍ରୀ ଗୌଡିଆ କହିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.