ଓଡ଼ିଆ ବାର୍ତ୍ତା/ ସଇଁତଳା (ଗୋକୁଳାନନ୍ଦ ବଗର୍ତ୍ତୀ): ଗଣ୍ଡପତ୍ରାପାଳି ଗ୍ରାମ ପଞ୍ଚାୟତ ବଡ଼ମାଳ ଖେଳପଡିଆରେ ବୁଢ଼ାରଜା ଯୁବକ ସଂଘ ଆନୁକୂଲ୍ୟରେ ଅନୁଷ୍ଠିତ ବୁଢ଼ାରଜା କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଉଦଯାପନୀ ଖେଳରେ ସିକାପତ୍ରାପାଳି ଦଳକୁ ଟ୍ରାଇ ବ୍ରେକର୍ ମାଧ୍ୟମରେ ୪-୩ ରେ ହରାଇ ଝରବାହାଲି ଦଳ ଚମ୍ପିୟାନ ହୋଇଥିଲା । ଖେଳକୁ ରାଜୀବ ଲୋଚନ ଭୋଇଙ୍କ ପରିଚାଳନାରେ ଦିଲୀପ ମାଝି, ଜୟକୃଷ୍ଣ ଭୋଇ, ଅଜୟ ଭୋଇ ଖେଳ ସହାୟତା କରିଥିଲେ । ପୂର୍ଣ୍ଣଚନ୍ଦ୍ର ଭୋଇ ଧାରା ବିବରଣୀ ପ୍ରଦାନ କରିଥିଲେ । ପୁରସ୍କାର ବିତରଣି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ବଲାଙ୍ଗିର ସାଂସଦ ନୋମିନୀ ଅକ୍ଷୟ ରଣା, ସଇଁତଳା ବ୍ଲକ ବିଜେପି ନେତା ଡୋଳାମଣି ବସ୍ତିଆ, ସମ୍ମାନିତ ଅତିଥି ଗଣ୍ଡପତ୍ରାପାଲି ସରପଞ୍ଚ ମନେଶ ସୁନା, ବଡ଼ମାଳ ଗନ୍ତିଆ ବେଳଧର ବଗର୍ତ୍ତୀ, ବଡ଼ମାଳ ବୁଢ଼ାରଜା ପୂଜକ ଗଣ୍ଡାରାମ ଭୋଇ, ଦାସ ପ୍ରଧାନ ରେଲୱେ କର୍ମଚାରୀ, ନରେନ୍ଦ୍ର ପ୍ରଧାନ ଅଲ ଇଣ୍ଡିଆ ଏସଟି ଏସସି ସାଧାରଣ ସମ୍ପାଦକ, ପ୍ରମୋଦ ଭୋଇ ପୋଲିସ ଏସ ଆଇ ବରଗଡ, ବଡ଼ମାଳ ଗୋଳାବାରୁଦ କାରଖାନା କର୍ମଚାରୀ ରଘୁନାଥ ସୋରେନ, ଚନ୍ଦ୍ର ମୋହନ କିସ୍କୁ, ବନମାଳୀ ଭୋଇ, ବଡ଼ମାଳ ଗ୍ରାମ ର ଭଦ୍ର ବ୍ୟକ୍ତି ନନ୍ଦ ଭୋଇ,ଗୋବିନ୍ଦ ମାଝୀ, ଶିବ ବଗର୍ତ୍ତୀ, ଗଙ୍ଗା ମାଝୀ, ଦେବେନ୍ଦ୍ର ମାଝୀ, ମହେଶ୍ୱର ଭୋଇ, କନ୍ଧ ଭୋଇ, ଚନ୍ଦ୍ରମଣି ଭୋଇ, ଶଙ୍କର ଭୋଇ, ବଂଶୀଧର ଭୋଇ,ଭାବରେ ପୁରସ୍କାର ବିତରଣ କରିଥିଲେ। ନାରିକଟା ଗ୍ରାମ ର କରୁଣାକର ଭୋଇ ଏବଂ ଫପସି ଗ୍ରାମ ର ରାଜୀବ ଜାନୀ ଦୁଇଜଣ ଭାରତୀୟ ଯବାନ ରେ ନିଯୁକ୍ତି ପାଇଥିବାରୁ କମିଟି ତରଫ ରୁ ସମ୍ମାନିତ କରାଗଲା। ମେନ୍ ଅଫ ଦି ମ୍ୟାଚ୍ ସଣ୍ଟୁ, ବେଷ୍ଟ ଗୋଲ ଯତୀନ ପୁରସ୍କୃତ ହୋଇଥିଲେ। ପୂର୍ଣ୍ଣଚନ୍ଦ୍ର ଭୋଇ ପରିଚୟ ପ୍ରଦାନ କରିଥିଲେ। ସୁଶାନ୍ତ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଟୁର୍ଣ୍ଣାମେଣ୍ଟ ୧୧.୦୧.୨୦୨୬ ରୁ ଆରମ୍ଭ ହୋଇ ୧୮.୦୧.୨୦୨୬ ପର୍ଯ୍ୟନ୍ତ ୦୮ ଦିନ ଧରି ଅନୁଷ୍ଠିତ ହୋଇ ଥିଲା।ଏଥିରେ ଆଠ ଟି ଦଳ ଅଂଶ ଗ୍ରହଣ କରିଥିଲେ। ଏହି ଟୁର୍ଣ୍ଣାମେଣ୍ଟ ରେ ଶୁକଦେବ ଜାନୀ, ଅର୍ଜୁନ ବଗର୍ତ୍ତୀ, ଦୀପକ ଭୋଇ, ନାରାୟଣ ମାଝୀ, ହେମନ୍ତ ସେଠ, ତ୍ରିନାଥ ପୋଢ଼, ମୋହନ ଜିତ ଭୋଇ, ଚନ୍ଦ୍ର ଭୋଇ, ନବୀନ ଭୋଇ, ସୁଦାମ ସାହୁ, ମଧୁସୂଦନ ଭୋଇ, ଦୁର୍ଯୋଧନ ପୋଢ଼, ଚିନ୍ତାମଣି ପୋଡ, ଉଦିତ ପ୍ରସାଦ ଭୋଇ, ଉଦ୍ଧୁବ ମାଝୀ ତଥା ବୁଢ଼ାରଜା କ୍ଲବ ବଡ଼ମାଳର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ସହଯୋଗ କରିଥିଲେ।





