ପ୍ରମାଣ ଅଭାବରୁ ଏଏସଆଇ ସୁବାଷ ଚନ୍ଦ୍ର ଗୁରୁ ଖଲାସ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା ପୂର୍ବତନ ସଦର ଥାନା ପୋଲିସ ଏଏସଆଇ ସୁବାଷ ଚନ୍ଦ୍ର ଗୁରୁ ପ୍ରମାଣ ଅଭାବରୁ ଏକ ଲାଞ୍ଚ ମାମଲାରେ ଖଲାସ ହୋଇଛନ୍ତି। ପ୍ରକାଶ ଥାଉକି ଗତ ୨୦୧୪ ମସିହାରେ ସଦର ଥାନା ଅଧିନସ୍ଥ ମନୋହରପୁର ଗ୍ରାମର ଶ୍ରୀ ସୁଦର୍ଶନ ସାଙ୍କ ଠାରୁ ସଦର ଥାନା ଭବାନୀପାଟଣା କେସ ନଂ.୯୧/୨୦୧୪ ରେ ଦଫା କମ କରିବା ଓ ଜେଲକୁ ନ ପଠାଇବା ପାଇଁ ଟ.୩୦୦୦/- ଲାଞ୍ଚ ନେଉଥିବା ସମୟରେ ଭବାନୀପାଟଣା ଭିଜିଲାସନ୍ସ ଅଧିକାରୀ ମାନେ ତାଙ୍କୁ ଧରିଥିଲେ ଏବଂ କୋରାପୁଟ ଭିଜିଲାସନ୍ସ ଏସ ପି କେସ ନଂ:୨୪. ତା.୭/୭/୨୦୧୪ ରେ ଏକ ମାମଲା ରୁଜୁ କରି ଗିରଫ କରି କୋର୍ଟ ଚାଲାଣ କରିଥିଲେ। ସେହି ମାମଲାରେ ୯ ଜଣ ଙ୍କ ସାକ୍ଷ୍ୟ ଗ୍ରହଣ କରାଯଇଥିଲା ଏବଂ ଆଜି ମାନ୍ୟବର ସ୍ୱତନ୍ତ୍ର ଭିଜିଲାନ୍ସ ବିଚାରପତି, ଭବାନୀପାଟଣା ବଦ୍ରୀ ନାରାୟଣ ନନ୍ଦ, ଉକ୍ତ ଏ ଏସ ଆଇ ଙ୍କୁ ପ୍ରମାଣ ଅଭାବରୁ ଖଲାସ କରିଛନ୍ତି। ଏହି ମାମଲାକୁ ବରିଷ୍ଠ ଆଇନଜୀବୀ ଦିଲ୍ଲୀପ ସା ପରିଚାଳନା କରୁଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.