ବାଲେଶ୍ଵରରେ ପ୍ରଥମ ଥର ପାଇଁ ଉଦଘାଟିତ ହେଲା ଫ୍ଲୋରାଇଡ ମୁକ୍ତ ଶୁଦ୍ଧ ପାଣି ଯୋଗାଣ ପ୍ରକଳ୍ପ

• ବାହାର୍ଦା ନୋଡାଲ ସ୍କୁଲର ଛାତ୍ରଛାତ୍ରୀ ପାଇଁ ହେଲା ସମର୍ପିତ

ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ରେମୁଣା ସ୍ଥିତ ବାହାର୍ଦା ନୋଡାଲ ସ୍କୁଲ ପରିସରରେ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ସମର୍ପିତ ଏକ ଫ୍ଲୋରାଇଡ ମୁକ୍ତ ଶୁଦ୍ଧ ପାନୀୟ ଜଳ ପ୍ରକଳ୍ପ ଉଦଘାଟିତ ହୋଇଯାଇଛି। ଓଡ଼ିଶା ସରକାରଙ୍କ ଉପମୁଖ୍ୟ ସଚେତକ ତଥା ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ ଏହି ପ୍ରକଳ୍ପ ଉଦଘାଟନ କରିଥିଲେ। ଶକୁନ୍ତଳା ରୁମାଟୋଲୋଜି ହସ୍ପିଟାଲ ଓ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ, ସହଦେବଖୁଣ୍ଟା ଏବଂ ଇଣ୍ଡୋ-ସୁଇଡିଶ୍ ରୁମାଟୋଲୋଜି ଫାଉଣ୍ଡେସନ ଓ ସୁଇଡେନର ଏଚ.ଭି.ଆର.ର ମିଳିତ ସହଯୋଗରେ ସ୍ଥାପିତ ଏହି ପ୍ରକଳ୍ପର ଶୁଭ ଉଦଘାଟନ ଉତ୍ସବରେ ସମ୍ମାନିତ ଅତିଥି ଭାବେ ବିସିଆଇସିର ସଭାପତି ସଞ୍ଜୟ କୁମାର ଦାସ ଯୋଗ ଦେଇ ଏହି ପ୍ରୟାସକୁ ପ୍ରଶଂସା କରିବା ସହ ସହଯୋଗର ହାତ ବଢ଼େଇବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଅନ୍ୟତମ ଅତିଥି ଭାବେ ଇର୍ସାଦ ଉଲ୍ଲା ଖାନ୍, ଏଚ.ଭି.ଆଇ.ର ପ୍ରକଳ୍ପ ଅଧିକାରୀ ଯୋଗ ଦେଇଥିବା ବେଳେ ବୁବାଇ ଭଟ୍ଟାଚାର୍ଯ୍ୟ, ଟେକନିସିଆନ ଯୋଗ ଦେଇ ପ୍ରକଳ୍ପକୁ ଆଗେଇ ନେବା ପାଇଁ ଗ୍ରାମବାସୀଙ୍କୁ ନିବେଦନ କରିଥିଲେ। ଶକୁନ୍ତଳା ରୁମାଟୋଲୋଜି ହସ୍ପିଟାଲ ଓ ରିସର୍ଚ୍ଚ ଇନଷ୍ଟିଚ୍ୟୁଟର ମୁଖ୍ୟ ଡାକ୍ତର ରବିନାରାୟଣ ଦାଶ ସରଳ ଓ ସୁନ୍ଦର ଭାବେ ଆଭିମୁଖ୍ୟ ରଖିଥିବା ବେଳେ ସ୍ଥାନୀୟ ସରପଞ୍ଚ ବିଦ୍ୟାସ୍ମିତା ମହାଳିକ ସମସ୍ତଙ୍କ ସହଯୋଗ କାମନା କରିଥିଲେ।ଶିଳ୍ପୀ କେଶୁ ଦାସ ସଭାକାର୍ଯ୍ୟ ପରିଚାଳନା କରିଥିବା ବେଳେ ପ୍ରକଳ୍ପକୁ ସଫଳ କରେଇବାରେ ପ୍ରମୁଖ ଦାୟିତ୍ୱ ବହନ କରିଥିବା ଇଂ ସୌରଭ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।ଏହି ସଭାରେ ସ୍ଥାନୀୟ ଗ୍ରାମବାସୀ, ରୋଟାରୀ କ୍ଲବ ଅଫ ବାଲେଶ୍ଵର ସଭାପତି ଦେବାଶିଷ ଦାସ ଓ ସଦସ୍ୟ ସଦସ୍ୟା, ନୋସିର କାର୍ଯ୍ୟକାରୀ ନିର୍ଦ୍ଦେଶକ କମଳାକାନ୍ତ ମୁଦୁଲି, ଟିପିଓଏନଏଲର ଏଚଆର ହେଡ୍ ରଞ୍ଜନ ଶର୍ମା, ‘ବଣଧୂଳିର ଫୁଲ’ର ଅଧ୍ୟକ୍ଷ ବିଜୟ କୁମାର ଆଚାର୍ଯ୍ୟ, ଆରଡିଏଫର ମୁଖ୍ୟ ହରିଶ୍ଚନ୍ଦ୍ର ରାଜ, ପ୍ରଭାକର ଦାସ, ଗଦାଧର ପ୍ରଧାନ ପ୍ରମୁଖ ବହୁ ସମାଜସେବୀ ଓ ଅନୁଷ୍ଠାନର କର୍ମକର୍ତ୍ତାମାନେ ଯୋଗ ଦେଇ ଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.