ଚାନ୍ଦିପୁର ରେଞ୍ଜ ସ୍କୁଲର ୩୩ତମ ବାର୍ଷିକ ଉତ୍ସବ ପାଳିତ

• ‘ଜୀବନରେ ସଫଳତା ପାଇଁ ସ୍ବପ୍ନ ବଡ଼ ହେବା ଦରକାର’, କହିଲେ ମୁଖ୍ୟ ଅତିଥି

ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ଆଜି ଚାନ୍ଦିପୁରସ୍ଥିତ ଡିଆରଡିଓ ଅଡିଟୋରିୟମ୍ ପରିସରରେ ରେଞ୍ଜ ସ୍କୁଲର ୩୩ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ପିଏକ୍ସଇର ନିର୍ଦ୍ଦେଶକ ତଥା ସ୍କୁଲ ପରିଚାଳନା ସଭାପତି ବୈଜ୍ଞାନିକ ସୁବୋଧ କୁମାର ନାୟକ ପୂର୍ବାହ୍ନ ୧୦.୩୦ରେ ଅଡିଟୋରିୟମ୍ ପରିସରରେ ପହଞ୍ଚି ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ସ୍କୁଲର ଅଧ୍ୟକ୍ଷ ଡକ୍ଟର ପ୍ରମୋଦ କୁମାର ସା’ ମୁଖ୍ୟ ଅତିଥି ତଥା ଅନ୍ୟ ନିମନ୍ତ୍ରିତ ଅତିଥିବୃନ୍ଦଙ୍କୁ ମଞ୍ଚକୁ ଆହ୍ବାନ କରିବା ସହିତ ୨୦୨୫-୨୦୨୬ ଶିକ୍ଷା ବର୍ଷର ସମସ୍ତ କାର୍ଯ୍ୟକ୍ରମ, ହାସଲ କରିଥିବା ସଫଳତା ତଥା ଆର୍ଥିକ ଏବଂ ବଜେଟ୍ ବିବରଣୀକୁ ସମସ୍ତଙ୍କ ସମୁଖରେ ଉପସ୍ଥାପନ କରିଥିଲେ।

ବୈଜ୍ଞାନିକ ଶ୍ରୀଯୁକ୍ତ ନାୟକ ତାଙ୍କ ଅଭିଭାଷଣରେ ପ୍ରଥମେ ଏହି ସ୍କୁଲର ସଫଳତାରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ତଥା ପରୋକ୍ଷ ବା ପ୍ରତ୍ୟକ୍ଷ ଭାବେ ଜଡ଼ିତ ଥିବା ସମସ୍ତ ସଦ୍ୟସମାନଙ୍କୁ ସାଧୁବାଦ ଜଣାଇବା ସହ ୨୦୨୪-୨୫ ଶିକ୍ଷା ବର୍ଷର ବୋର୍ଡ଼ ପରୀକ୍ଷାର ଫଳାଫଳ ଏବଂ ୨୦୨୫-୨୬ ଶିକ୍ଷାବର୍ଷର ପାଠ ପଢ଼ା ସହିତ ପିଲାମାନଙ୍କ ପାଇଁ ହୋଇଥିବା ବହୁ ପାଠ୍ୟକ୍ରମ ବହିର୍ଭୂତ କାର୍ଯ୍ୟକ୍ରମଗୁଡ଼ିକ ପାଇଁ ସେ ଖୁସିବ୍ୟକ୍ତ କରିଥିଲେ। ସେ ଆହୁରି ମଧ୍ୟ କହିଥିଲେ ଯେ, ଗୋଟିଏ ପିଲାର ବୌଦ୍ଧିକ ବିକାଶ ପାଇଁ ତା’ର ପାଠପଢ଼ା ସହିତ ତା’କୁ ବିଭିନ୍ନ ଦିଗ ପ୍ରତି ପ୍ରେରଣା ଦେବାର ମଧ୍ୟ ଆବଶ୍ୟକତା ରହିଛି ଏବଂ ଏଥିପାଇଁ ଶିକ୍ଷକ ଏବଂ ଅଭିଭାବକଙ୍କର ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି ବୋଲି ସେ ତାଙ୍କର ବକ୍ତବ୍ୟରେ ବର୍ଣ୍ଣନା କରିଥିଲେ।

ଅନ୍ୟତମ ମୁଖ୍ୟ ଅତିଥି ତଥା ପିଏକ୍ସଇର ବୈଜ୍ଞାନିକ ତଥା ସ୍କୁଲର ସଂଯୋଜକ ରତ୍ନାକର ସାଠୁଆ ମହାପାତ୍ର ଉପସ୍ଥିତ ରହି ତାଙ୍କର ପ୍ରେରଣାଦାୟୀ ବକ୍ତବ୍ୟରେ କହିଥିଲେ ଯେ, ଆମେ ଗର୍ବିତ ଯେ ଆମେ ଯେଉଁ ଚାନ୍ଦିପୁର ମାଟିରେ ଅଛୁ ଏହା ଭାରତର ମହାନ ବୈଜ୍ଞାନିକ ତଥା ପୂର୍ବତନ ରାଷ୍ଟ୍ରପତି ଡ. ଏ.ପି.ଜେ ଅବଦୁଲ କଲାମ ଏହି ମାଟିରେ ପାଦ ଦେଇଥିଲେ ଏବଂ ଏହିଭଳି ସ୍ଥାନରେ ଆମେ ପାଠ ପଢ଼ୁଛୁ। ସେ ଆହୁରି ମଧ୍ୟ ପିଲାମାନଙ୍କୁ କହିଥିଲେ ଯେ ‘ଯଦି ଆମେ କିଛି ଭୁଲ କରୁଛେ ତାହେଲେ ସେହି ଭୁଲକୁ ମାନି ଶିଖିବା ଦରକାର, ନିଜ ଭୁଲକୁ ନିଜେ ମାନିଲେ ହିଁ ଜଣେ ଭବିଷ୍ୟତରେ ସଫଳତାର ଶୀର୍ଷରେ ପହିଞ୍ଚିପାରିବ’। ଅନ୍ୟତମ ମୁଖ୍ୟ ଅତିଥି ତଥା ଚାନ୍ଦିପୁର ପିଏକ୍ସଇର ବୈଜ୍ଞାନିକ ତଥା ସ୍କୁଲର ସଦସ୍ୟ ଜୟଦେବ ଆଶ୍ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ବୈଜ୍ଞାନିକମାନଙ୍କ ସହ ମିଶି କେମିତି ଏକ ଆଲୋଚନା ଚକ୍ର ତଥା ପରିଦର୍ଶନ କାର୍ଯ୍ୟକ୍ରମ କରିହେବ ସେ ବିଷୟରେ କହିଥିଲେ।

ବିଦ୍ୟାଳୟର କୋଷାଧ୍ୟକ୍ଷ ତଥା ଆଇଟିଆରର ଅଫିସର ରଞ୍ଜନ କୁମାର ବାରିକ ପିଲାମାନଙ୍କ ବୌଦ୍ଧିକ ବିକାଶ ପାଇଁ ଏହିଭଳି କାର୍ଯ୍ୟକ୍ରମ କରିବାର ଭୂମିକା ବହୁତ ଗୁରୁତ୍ବପୂର୍ଣ୍ଣ ଏବଂ ଏହା ପାଇଁ ଆର୍ଥିକ ଦିଗଗୁଡ଼ିକ ଉପରେ ମଧ୍ୟ ସେ ଆଲୋକପାତ କରିଥିଲେ ।ଏହାପରେ ପିଲାମାନଙ୍କ ଦ୍ବାରା ବିଭିନ୍ନ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଆୟୋଜିତ ହୋଇଥିଲା। ଶେଷରେ ଅତିଥିମାନେ ପୂର୍ବରୁ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରିଥିଲେ। ସ୍କୁଲର ଶିକ୍ଷକ ତନ୍ମୟ କୁମାର ନାୟକ ଏବଂ ଡ. ପ୍ରତାପ କେଶରୀ ହୋତା ତଥା ଛାତ୍ର ଶ୍ରେୟାସ ଦାସ ଏବଂ ଛାତ୍ରୀ ଅମ୍ରିତା ବେହେରା ମଞ୍ଚ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ।

ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପିଏକ୍ସଇ ତଥା ଆଇଟିଆରର ଅଫିସର ମହେଶ୍ବର ଜେନା, ରେଜିମେଣ୍ଟାଲ ନର୍ସରୀ ସ୍କୁଲର ଅଧ୍ୟକ୍ଷ ରଶ୍ମି ସୋଲାଙ୍କି, ଇଏମୟୁ, ପିଏମୟୁ, ଏମ.ଇ.ଏସ, ମିଲିଟାରି ଓ୍ଵିଙ୍ଗ୍, ଓ୍ଵାର୍କ୍ସ ପ୍ରୋଜେକ୍ଟ ପିଏକ୍ସଇ, ଷ୍ଟେସନ ଓ୍ଵାର୍କସପ୍ ତଥା ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ। ରେଞ୍ଜ୍ ସ୍କୁଲର ଶକ୍ଷକ ଶିକ୍ଷୟିତ୍ରୀମାନଙ୍କ ମଧ୍ୟରେ ଅଧ୍ୟକ୍ଷ ଡ. ପ୍ରମୋଦ କୁମାର ସା’ଙ୍କ ସମେତ ସ୍କୁଲର ଶିକ୍ଷକୟ/ ଶିକ୍ଷୟିତ୍ରୀ ସୁଶାନ୍ତ ଋଣା, ଭାରତୀ ମହାରଣା, ତନ୍ମୟ କୁମାର ନାୟକ, ଗୀତିକୃଷ୍ଣ ଦାସ, ଲକ୍ଷ୍ମୀପ୍ରିୟା ରାଉତ, ନିତ୍ୟ ନିରଞ୍ଜନ ରାଉତରାୟ, ଡ. ପ୍ରତାପ କେଶରୀ ହୋତା, ଶୁଭାକର ମହନ୍ତା, ତୃଷ୍ଣା ପାଣିଗ୍ରାହୀ, ସନ୍ଧ୍ୟାରାଣୀ ମହାପାତ୍ର, କ୍ରୀଷ୍ଣା ପାଣିଗ୍ରାହୀ, ମୋନାଲିସା ଖୁଣ୍ଟିଆ, ମନୀସା ସାହୁ, ରଶ୍ମିରେଖା ପଟ୍ଟନାୟକ, ସୁବାଶିଷ ରାଉତ, ସନ୍ଧ୍ୟା ମହାପାତ୍ର, ପୂର୍ଣ୍ଣେନ୍ଦୁ ପ୍ରକାଶ ପତି, ସରସ୍ବତୀ ସାହୁ, ରବୀନ୍ଦ୍ର ପାଣିଗ୍ରାହୀ, ରାଧାକାନ୍ତ ଲେଙ୍କା, ହିମାଂଶୁ ଜେନା, ତୁଫାନ ସାହୁ, ବିମଳ ଭୂୟାଁ ପ୍ରମୁଖ ଉପସ୍ଥିତ ରହି କାର୍ଯକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ। ଶେଷରେ ଶିକ୍ଷକ ତନ୍ମୟ କୁମାର ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.