ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଗୋଲାମୁଣ୍ଡା ଓ ଦଶପୁରଠାରେ ମଣ୍ଡଳ ସ୍ତରୀୟ ଭିବି ଜୀ ରାମ ଜୀ ଓ ବୁଥ ସ୍ତରୀୟ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଗୋଲାମୁଣ୍ଡା ମଣ୍ଡଳ ସଭାପତି ବୈଶାକୁ କେତକୀ ଓ ଦଶପୁର ମଣ୍ଡଳ ସଭାପତି ପ୍ରମୋଦ ପ୍ରଧାନ ଙ୍କ ସଭାପତିତ୍ୱରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମନୋଜ କୁମାର ମେହେର, ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ, ଜୟ କୃଷ୍ଣ ସାହୁ, ଭାଗ୍ୟବାନ ବାଗ,ଗଣେଶ ରାଉତ, ଲଳିତ ପ୍ରଧାନ, ପ୍ରଦୀପ ପଣ୍ଡା, ଗଙ୍ଗା ଵିଷ୍ଣୁ ମୁଣ୍ଡ, ନାରାୟଣ ଅଘରିଆ, ହେମନ୍ତ ବାଗ, ଶ୍ୟାମ ସୁନ୍ଦର ଅଗ୍ରୱାଲ ପ୍ରମୁଖ ମଞ୍ଚାସିନ ହୋଇଥିଲେ। ଏହି ବୈଠକରେ ଦଳର ସମସ୍ତ କାର୍ଯ୍ୟକର୍ତ୍ତା ତଥା ସ୍ଥାନୀୟ ନେତୃବୃନ୍ଦ ଯୋଗ ଦେଇଥିଲେ। ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ବୁଥ ସ୍ତରରେ ସଂଗଠନକୁ ଅଧିକ ସୁଦୃଢ଼ କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ବୈଠକରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା। ସ୍ଥାନୀୟ ଜନସାଧାରଣଙ୍କ ସମସ୍ୟା, ସରକାରୀ ଯୋଜନାର ସଫଳ ରୂପାୟନ ଏବଂ ଦଳୀୟ କାର୍ଯ୍ୟକ୍ରମକୁ ଲୋକଙ୍କ ପାଖରେ ପହଞ୍ଚାଇବା ଉପରେ ବିଶେଷ ଭାବେ ଆଲୋଚନା ହୋଇଥିଲା। କାର୍ଯ୍ୟକର୍ତ୍ତାମାନଙ୍କୁ ନିଷ୍ଠା ଓ ଉତ୍ସର୍ଗୀକୃତ ଭାବେ କାର୍ଯ୍ୟ କରିବାକୁ ଆହ୍ୱାନ ଦିଆଯାଇଥିଲା।
ଆଗାମୀ ଦିନରେ ବୁଥ କମିଟିଗୁଡ଼ିକୁ ଅଧିକ ସକ୍ରିୟ କରିବା ପାଇଁ ରଣନୀତି ପ୍ରସ୍ତୁତ କରାଯାଇଛି। ପ୍ରତ୍ୟେକ ବୁଥରେ ଘରକୁ ଘର ବୁଲି ଲୋକଙ୍କ ସହ ଯୋଗାଯୋଗ କରିବା, ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ବିଷୟରେ ସୂଚନା ଦେବା ଏବଂ ଦଳ ପ୍ରତି ସମର୍ଥନ ଯୋଗାଡ଼ କରିବାକୁ ନିଷ୍ପତ୍ତି ନିଆଯାଇଛି। ଦଳୀୟ ଶୃଙ୍ଖଳା ଓ ଏକତା ବଜାୟ ରଖିବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା। ଶେଷରେ ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ଧନ୍ୟବାଦ ଅର୍ପଣ କରିବା ସହ ଆଗାମୀ ଦିନରେ ଦଳକୁ ଆହୁରି ମଜବୁତ କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ।





