‘ସ୍ରଷ୍ଟା’ର ରାଜ୍ୟସ୍ତରୀୟ ବାର୍ଷିକ ନାଟକ ମହୋତ୍ସବର ପଞ୍ଚମ ସନ୍ଧ୍ୟାରେ ମଞ୍ଚସ୍ଥ ହେଲା ନାଟକ ‘ଜନ୍ମମାଟି’

ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ସହାୟତାରେ ନାଟ୍ୟାନୁଷ୍ଠାନ ‘ସ୍ରଷ୍ଟା’ର ୪୮ତମ ରାଜ୍ୟସ୍ତରୀୟ ନାଟକ ମହୋତ୍ସବର ପଞ୍ଚମ ସନ୍ଧ୍ୟାରେ ନାଟକ ‘ଜନ୍ମମାଟି’ ମଞ୍ଚସ୍ଥ ହୋଇ ଯାଇଛି।

ବିଶିଷ୍ଟ ଶିଳ୍ପପତି, ସଂସ୍କୃତି ପ୍ରେମୀ ସମାଜସେବୀ, ସଂସ୍କାରକ, ସଂଗଠକ ସ୍ବର୍ଗତ ହିମାଂଶୁ ଦାସଙ୍କୁ ଉତ୍ସର୍ଗ ହୋଇଥିବା ଏଇ ସନ୍ଧ୍ୟାକୁ ପ୍ରଯୋଜନା କରିଥିଲେ ତାଙ୍କର ପୁତ୍ର ସଂଗ୍ରାମ ଦାସ ଓ ସଞ୍ଜୟ ଦାସ।

ଗାନ୍ଧୀ ସ୍ମୃତି ଭବନ ପରିସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସ୍ତମ୍ଭକାର ସଂସ୍କୃତିପ୍ରେମୀ, ଫକୀରମୋହନ ସାହିତ୍ୟ ପରିଷଦର ସଭାପତି ଡକ୍ଟର ସୁବାସ ଚନ୍ଦ୍ର ପାତ୍ର ଓ ସମ୍ମାନିତ ଅତିଥି ଭାବେ ‘ସ୍ରଷ୍ଟା’ର ଉପ ସଭାପତି ତଥା କଳାକାର ଓ ନାଟ୍ୟ ନିର୍ଦ୍ଦେଶକ ଶ୍ରୀ ପ୍ରସନ୍ନ କୁମାର ଦାସ ଯୋଗ ଦେଇ ବର୍ତ୍ତମାନ ସମୟରେ ନାଟକ କଳାର ବିକାଶ, ସମସ୍ତଙ୍କ ମଧ୍ୟରେ ସଚେତନତା ପାଇଁ ନାଟକର ବିଷୟ ବସ୍ତୁ କିପରି ସାମାଜିକ ଜୀବନ ଉପରେ ପ୍ରଭାବ ପକାଇ ସମାଜକୁ ଦିଗଦର୍ଶନ ଦିଏ ବୋଲି ମତବ୍ୟକ୍ତ କରିଥିଲେ।

‘ସ୍ରଷ୍ଟା’ର ସମ୍ପାଦକ ନାଟ୍ୟକାର ହେମେନ୍ଦ୍ର ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଆୟୋଜିତ ସଭାରେ ଅନୁଷ୍ଠାନର ସଭାପତି ଶ୍ରୀ ଆଲୋକ କୁମାର ସାହୁ ପୌରୋହିତ୍ୟ କରି ପ୍ରାକ୍ କଥନ ରଖିଥିଲେ। ‘ବାଲେଶ୍ଵର ଦର୍ପଣ’ର ନିର୍ଦ୍ଦେଶକ ଶ୍ରୀ ବ୍ରହ୍ମ ନାଥ ରଥ ମଞ୍ଚ ପରିଚାଳନା କରିଥିବା ବେଳେ ନାଟ୍ୟକାର ଶ୍ରୀ ପୀତାମ୍ବର ଦାସ ଧନ୍ୟବାଦ୍ ଦେଇଥିଲେ।

ପରେ ପରେ ରାଉରକେଲା ‘ସମ୍ପର୍କ’ ନାଟ୍ୟାନୁଷ୍ଠାନର ନାଟକ ନାଟ୍ୟକାର ପଦ୍ମଶ୍ରୀ ମନୋରଞ୍ଜନ ଦାସଙ୍କ ଲିଖିତ ଓ ଭାସ୍କର ଚନ୍ଦ୍ର ମହାପାତ୍ର ନିର୍ଦ୍ଦେଶିତ ନାଟକ ‘ଜନ୍ମମାଟି’ ନିଜ କଳାକାରଙ୍କ ଦ୍ଵାରା ମଞ୍ଚସ୍ଥ ହୋଇଥିଲା। ଏଇ ନାଟକରେ ବିଜୟ ପାତ୍ର,ଭାସ୍କର ମହାପାତ୍ର, ସୁରେନ୍ଦ୍ର ପାଢ଼ୀ, ବିବେକାନନ୍ଦ ଦାସ, ପ୍ରଳୟ ଶତପଥୀ, ସୁଦେଷ୍ଣା ରାଉତ, ପୁଷ୍ପା ବିଶୋଇ, ଶକ୍ତି ମିଶ୍ର, ସସ୍ମିତା ବେଜ୍, ଶୁଭଶ୍ରୀ ସ୍ୱାଇଁ, ଶ୍ରେୟସି ପ୍ରଧାନ, ପ୍ରତିଥି, କଲ୍ୟାଣୀ, ସତ୍ୟବ୍ରତ ଦାସ ପ୍ରମୁଖଙ୍କ ନିଖୁଣ ଅଭିନୟ ଦର୍ଶକଙ୍କୁ ମନୋରଞ୍ଜନର ବେଶ୍ ଖୋରାକ ଯୋଗାଇ ଥିଲା। ‘ସ୍ରଷ୍ଟା’ର ଶ୍ରୀ ଦିବାକର ମହାନ୍ତି, ଗୌରୀ ଶଙ୍କର ସାହାଣୀ, ସମରାଇ କର, ସଂଗ୍ରାମ ମହାନ୍ତି, ରାମ ଚନ୍ଦ୍ର ମହାପାତ୍ର, ସରୋଜ ରାଉତ, ରତିକାନ୍ତ ମଲିକ, ମଦନ ମୋହନ ସାହୁ, ଅଜିତ ପଣ୍ଡା, ପୁଷ୍ପିତା ପାଢ଼ୀ, ଗିରିଜା ଶଙ୍କର କର, ପ୍ରଦୀପ ସତପଥି, ରଶ୍ମି ରଞ୍ଜନ ଦାସ, ବିଶ୍ୱଜିତ୍ ମହାପାତ୍ର, ମନୋରଞ୍ଜନ ଦାସ, ସ୍ୱାଗତିକା ବାରିକ, ସ୍ୱାତୀ ଶ୍ମିତା ଦାସ, ସୁମନା ପରିଡ଼ା, ସ୍ଵାତୀ ପଣ୍ଡା, ଋତୁରାଜ ବାରିକ, ସୌରଜିତ୍ ସାହୁ, ଅନୁଭା ଶତପଥୀ, ସନ୍ତୋଷ କମିଲା ପ୍ରମୁଖ ସଦସ୍ୟ କାର୍ଯକ୍ରମକୁ ସୁପରିଚାଳନା କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.