ଓଡ଼ିଆ ବାର୍ତ୍ତା/ ସଇଁତଲା (ଗୋକୁଳା ନନ୍ଦ ବଗର୍ତ୍ତୀ): ବଲାଙ୍ଗିର ଜିଲ୍ଲା ସଇଁତଳା ବ୍ଲକ୍ ଧରପଗଡ଼ ପଞ୍ଚାୟତ ଗୋଇଲଭାଡି ଗ୍ରାମରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅଞ୍ଚଳର ବିଭିନ୍ନ ସମ୍ମାନିତ ବ୍ୟକ୍ତିବର୍ଗ, ସମାଜସେବୀ ଓ ମହିଳାମାନେ ବହୁ ସଂଖ୍ୟକରେ ଯୋଗଦେଇଥିଲେ। ଜଗମାତା ସ୍କୁଲ, ଫପସିର ଶିକ୍ଷୟିତ୍ରୀ ଶ୍ରୀମତୀ ଉଲ୍ଲାସିନୀ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ମୁଖ୍ୟ ଅଭିଭାଷିକା ଭାବେ ଭଦ୍ରା ନୂଆବସ୍ତି ଉ.ପି. ସ୍କୁଲର ଶିକ୍ଷୟିତ୍ରୀ ଶ୍ରୀମତୀ ପ୍ରମୋଦିନୀ ନାଗ ଉପସ୍ଥିତ ଥିଲେ ଓ ମହିଳାଙ୍କ ଶିକ୍ଷା, ସଶକ୍ତିକରଣ ଓ ସମାଜରେ ସମାନ ଅଧିକାର ବିଷୟରେ ପ୍ରେରଣାଦାୟକ ଉଦ୍ବୋଧନ ଦେଇଥିଲେ ସାବିତ୍ରୀବାଇ ଫୁଲେ ସଂଘ, ବଡମାଲର ସଭାପତି ଶ୍ରୀମତୀ ଅନୁପମା ନାଗ ଓ ସାବିତ୍ରୀବାଇ ଫୁଲେ ସଂଘ, ଫାପସିର ଶ୍ରୀମତୀ ମାଳତୀ ମହାନନ୍ଦ ମହିଳାଙ୍କ ସମାନତା ଓ ସମାଜ ସଚେତନତା ବିଷୟରେ ନିଜ ମତାମତ ରଖିଥିଲେ। ସମ୍ମାନିତ ଅତିଥି ଭାବେ ଗଣ୍ଡପତ୍ରାପାଲି ସରପଞ୍ଚ ଧର୍ମ ମନୀଶ ସୁନା, ବରାହମଲ ଆମ୍ବେଡକରାଇଟ ଟିମର ସଂସ୍ଥାପକ ସଦସ୍ୟ ଧର୍ମ ପ୍ରମୋଦ କୁମାର ନନ୍ଦ, ଅବକାଶପ୍ରାପ୍ତ ସେନା ଓ ସମାଜସେବୀ ଲିଙ୍ଗରାଜ ବାଗ ଓ ତାଙ୍କର ସହଧର୍ମିଣୀ ହେମଲତା ବାଗ ଉପସ୍ଥିତ ଥିଲେ।ଏହା ସହିତ ସିକାପତ୍ରାପାଲିର ଡା. ବି.ଆର୍. ଆମ୍ବେଡକର କ୍ଲବ ସଦସ୍ୟମାନେ, ମାକ୍ରିର ଆମ୍ବେଡକରାଇଟ ଟିମ, ଧରାବଗଡ଼ର ଭୀମ ଆର୍ମି (ମହିଳା), ବିଭିନ୍ନ ସ୍ୱୟଂସହାୟକ ଗୋଷ୍ଠୀ ଓ ଗ୍ରାମର ଅନେକ ମହିଳାମାନେ ଉପସ୍ଥିତ ହୋଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ କାର୍ଯ୍ୟକ୍ରମରେ ମହିଳାମାନଙ୍କ ପାଇଁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ, ନୃତ୍ୟ ପ୍ରଦର୍ଶନ ଓ ଅନେକ ପ୍ରକାର ଖେଳ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଏହା ସହିତ ଲଟେରି କୁପନ ଖୋଲାଯାଇ ବିଜେତାମାନଙ୍କୁ ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଥିଲା, ଯାହା କାର୍ଯ୍ୟକ୍ରମକୁ ଆଉ ଅଧିକ ଆକର୍ଷଣୀୟ କରିଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ପରାମର୍ଶଦାତା ଶ୍ରୀ ପ୍ରେମରାଜ ମହାନନ୍ଦ ଓ ଅଧ୍ୟକ୍ଷା ଶ୍ରୀମତୀ ମୋନାଲିସା ନନ୍ଦଙ୍କ ନେତୃତ୍ୱରେ ଆୟୋଜନ ସଫଳ ଭାବେ ସମ୍ପନ୍ନ ହୋଇଥିଲା। ଶ୍ରୀମତୀ ମୋନାଲିସା ମହାନନ୍ଦ ସଭା କୁ ଅତି ସୁନ୍ଦର ଭାବେ ପରିଚାଳନା କରିଥିଲେ ଗୋଇଲଭାଡିର ଆଶା କର୍ମୀ ମିଥିଲା ସୁନା ମଧ୍ୟ କାର୍ଯ୍ୟକ୍ରମରେ ସହଭାଗୀ ହୋଇଥିଲେ।ହୃଦାନନ୍ଦ ସୁନା, ଥବିର ବାରିକ, ହରିବନ୍ଧୁ ବାରିକ, ତୋଷରଞ୍ଜନ ବାରିକ, ପିରବତୀ ବାରିକ, ବନମାଳୀ ସୁନା, ପିଙ୍କି କଲସାଇ, ଶ୍ରୀମତୀ ଭାରତୀ ବାରିକ (ସଭାପତି), ଭାଗୀରଥୀ ବାରିକ, କୁମୁଦିନୀ ବାରିକ (ସଚିବ), ଲିପ୍ସା ନାଗ, ବିନୋଦିନୀ ନାଗ, ରାଳି ନାଗ, ନିରାକର ନାଗ, ବିକାଶ ନାଗ ଓ ମୁକେଶ ନାଗ, ଲିପୁନ ନାଗ, ପାର୍ଥବ ନାଗ, ମୋତିରାମ ବାରିକ, ଲକ୍ଷ୍ମଣ ନାଗ, ସୁରଭି ନାଗ, ଭକ୍ତି ବାରିକ ରଘୁନାଥ ତାଣ୍ଡି, କୃଷ୍ଣ ନାଗ, ସଂଜିତ ଖୁରା, ଅଞ୍ଜନ ନାଗ ଆଦିଙ୍କ ବିଶେଷ ସହଯୋଗ କରିଥିଲେ।




