ଦୁଇ କରାଟେ ପ୍ରତିଭାଙ୍କୁ ସମ୍ବର୍ଦ୍ଧନା କଲେ ଓଡ଼ଶା ରାଷ୍ଟ୍ରବାଦୀ ସଂଘ

ଓଡ଼ିଆ ବାର୍ତ୍ତା/ କଟକ (ଜଗନ୍ନାଥ ଆଚାର୍ଯ୍ୟ): କଟକ ସଦର ଅନ୍ତର୍ଗତ ବୋଧପୁର ଗ୍ରାମର ଲଲିତ ମୋହନ ଦାସଙ୍କ ପୁତ୍ର ରଞ୍ଜିତ୍ କୁମାର ଦାସ ଯେକି ଭାରତୀୟ ସେନା ରେ ଅଛନ୍ତି ତାଙ୍କ ଦୁଇ ଝିଅ ରୋଶ୍ନି ଦାସ ଓ ରାଗିନି ଦାସ ଏତେ ଅଳ୍ପ ବୟସରୁ ପାଠ ପଢ଼ା ସହ “କରାଟେ ଚମ୍ପ୍ୟାନ୍ ସିପ ରେ ରାଜ୍ଯସ୍ତର, ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପ୍ରତିଯୋଗିତାରେ ଗୋଲ୍ଡ, ସିଲ୍ଭର, ବ୍ରୋଞ୍ଚ ମେଡାଲ ର ଅଧିକାରୀ ହୋଇ ଅନ୍ତର୍ଜାତୀୟ ସ୍ତରରେ ଭାରତ ସହିତ ନିଜ ଗ୍ରାମ ବୋଧପୁର କୁ ଗୌରବାନିତ କରିଛନ୍ତି । ରୋଶ୍ନି ଓ ରାଗିନି ଙ୍କ ସଂଘର୍ଷ ଓ ସଫଳତାର ଶ୍ରେୟ ବାପା ମା ଙ୍କ ପ୍ରେରଣା ଓ ଆଶୀର୍ବାଦ ଯୋଗୁଁ ହୋଇପାରିଛି ବୋଲି ଦୁଇ ଭଉଣୀ କହିଛନ୍ତି। ରୋଶ୍ନି ଓ ରାଗିନି ଙ୍କ ଏହି ସଫଳତା ପାଇଁ ଓଡ଼ଶା ରାଷ୍ଟ୍ରବାଦୀ ସଂଘର ସଭାପତି ଇଂ ଗିରିଜା ଶଙ୍କର ପତି ଙ୍କ ନିର୍ଦ୍ଦେଶ କ୍ରମେ ସଂଘ ପକ୍ଷରୁ ଦୁଇ ଭଉଣୀଙ୍କୁ ବୋଧାପୁର ସ୍ଥିତ ବାସଭବନରେ ସମ୍ବର୍ଦ୍ଧତ କରାଯାଇଛି । ଏହି ଅବସରରେ (ଭାରତୀୟ କିଶାନ ସଂଘ ରାଜ୍ଯ ସଂପାଦକ) ବେବୀ ପ୍ରସାଦ ପତି, ରବିନ୍ଦ୍ର ପାତ୍ର, ନାଟ୍ୟକାର ଅଶୋକ ପଟ୍ଟନାୟକ, ଶ୍ରୀକାନ୍ତ ବେଉରା, ବିଜେପି ବୋଧପୁର ପଞ୍ଚାୟତ ପ୍ରମୁଖ ଅରବିନ୍ଦ ମହାନ୍ତି, ଦୁଲାଲ ଭୋଇ, ଯୁବରାଜ ପଣ୍ଡା, ବିଷ୍ଣୁଚରଣ ପଣ୍ଡା ଓ ନିର୍ମଳ ଦାସ ଉପସ୍ଥିତ ରହି ଦୁଇ ଭଉଣୀଙ୍କୁ ଉତ୍ତରୀୟ, ପୁଷ୍ପଗୁଚ୍ଛ, ଉପହାର ଦେଇ ସମ୍ବର୍ଦ୍ଧିତ କରିବାସହ ତାଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.