ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ଜୀବନ ରେ ଧନ ଅର୍ଜନ କରିହୁଏ, କିନ୍ତୁ ଉତ୍ତମ ବନ୍ଧୁ ଟିଏ ପାଇବା ସହଜ କଥା ନୁହେଁ । ବନ୍ଧୁତା ଦୀର୍ଘ ସ୍ଥାୟୀ ହୋଇ ପାରେ, କିନ୍ତୁ ଗୋଟିଏ ବୃତ୍ତିକୁ ପେଶା କରି, ଧନ ଅର୍ଜନ କରି, ବୁଝାମଣା ସହିତ ସମ୍ପର୍କ କୁ ସ୍ଥାୟୀ ଓ ସୁନ୍ଦର ଭାବରେ ପରିଚାଳନା କରିବା ଖୁବ୍ କମ୍ ଦେଖିବାକୁ ମିଳେ । ସେମିତି ଏକ ଯୋଡ଼ି ହେଲେ ମାନସ ଓ ମଳୟ । କଳାହାଣ୍ଡି ଜିଲ୍ଲା ମ.ରାମପୁରର ମାନସ ରଂଜନ ପ୍ରହରାଜ ଓ ମଳୟ ରଂଜନ ମିଶ୍ର । ଉଭୟ ସହପାଠୀ ବନ୍ଧୁ । ମାର୍ଚ୍ଚ ୧୮ ତାରିଖ ୨୦୦୦ ମସିହା ରେ ପଢା ସରିବାର କିଛି ବର୍ଷ ପରେ ଗୋଟେ ଛୋଟ ଜେରକ୍ସ ମେସିନ୍ ଆଣି ମିଳିତ ଭାବେ ଆରମ୍ଭ କଲେ ଓମ୍ ଜେରକ୍ସ । ଧିରେ ଧିରେ ଏହି ଜେରକ୍ସ ଦୋକାନରୁ ଲାଭ କରି, ଅର୍ଥ ସଞ୍ଚୟ କରି ଓମ୍ ବହି ଓ ଜେରକ୍ସ ଦୋକାନ କରି ଆଜି ଯାଏଁ ଦୀର୍ଘ ୨୫ ବର୍ଷରୁ ଉର୍ଦ୍ଧ୍ବ ହେଲା ଅତି ସୁନ୍ଦର ଭାବରେ ପରିଚାଳନା କରିବା ସହିତ ଉଭୟଙ୍କ ପରିବାରକୁ ପ୍ରତିପୋଷଣ କରୁଛନ୍ତି । ଗୋଟିଏ ଛାତ ତଳେ ସ୍ବାମୀ, ସ୍ତ୍ରୀଙ୍କ ମଧ୍ୟରେ ଦାମ୍ପତ୍ୟ ଜୀବନ ଠିକ୍ ଭାବେ ରହୁ ନଥିବା ବେଳେ ଏଇ ଦୁଇ ଜଣଙ୍କ ବନ୍ଧୁତ୍ୱ ଏକ ମାଇଲ ଖୁଣ୍ଟ । ମଳୟ ରଂଜନଙ୍କ ୨ ପୁଅ ଓ ମାନସ ରଂଜନଙ୍କ ୧ପୁଅ ଓ ୧ ଝିଅ ଅଛନ୍ତି । ଅଞ୍ଚଳରେ ଏହି ଦୁଇ ବନ୍ଧୁଙ୍କ ଯୋଡ଼ି କୁ ନେଇ ଖୁବ୍ ଚର୍ଚା ହୁଏ । ତେବେ ଏହି ଦୁଇ ବନ୍ଧୁ ଏହି ବହି ଦୋକାନରୁ କିଭଳି ଲାଭ ଅର୍ଥ ହିସାବ କରନ୍ତି, ମୂଳ ଅର୍ଥ ହିସାବ କରନ୍ତି, ଲାଭାଂଶକୁ କିଭଳି ଭାବେ ଭାଗ କରନ୍ତି, ସେଇ ରହସ୍ୟ କାହା ଆଗରେ ପ୍ରକାଶ କରନ୍ତି ନାହିଁ । ଏଇଟା ହିଁ ଆମ ଅଲିଖିତ ଚୁକ୍ତି ତଥା ଉଭୟଙ୍କ ମଧ୍ୟ ରେ ଥିବା ଘନିଷ୍ଠ ସଂପର୍କର ମୂଳ ମନ୍ତ୍ର ବୋଲି କୁହନ୍ତି । ଅତ୍ୟାଧୁନିକ ଯୁଗ ରେ ସମ୍ପର୍କ ଠାରୁ ଦୂରେଇ ଯାଉଥିବା ଲୋକଙ୍କ ପାଇଁ ସତରେ ମଳୟ ଓ ମାନସ ଉଦାହରଣ ନିଶ୍ଚିତ ।





