ଛାତ୍ର ଛାତ୍ରୀଙ୍କୁ ସ୍କୁଲ ଛାଡ଼ିବା ବନ୍ଦ ପ୍ରସଙ୍ଗ: ଘର ଘର ଯାଇ ଛାତ୍ରଛାତ୍ରୀଙ୍କୁ ଡ଼ାକିଲେ ବିଇଓ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ବଡ଼ପୋଡ଼ାଗୁଡ଼ା ଗ୍ରାମରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶ୍ରେଣୀ ଗୃହ ସବୁ ବିପଦ ସଂକୁଳ ଅବସ୍ଥାରେ ରହିଛି। ତେଣୁ ଛାତ୍ର ଛାତ୍ରୀଙ୍କ ସୁରକ୍ଷା ଓ ଭବିଷ୍ୟତ କୁ ଦୃଷ୍ଟିରେ ରଖି ଅଭିଭାବକ ମାନେ ମଙ୍ଗଳବାର ଦିନରୁ ତାଙ୍କ ପିଲାଙ୍କୁ ସ୍କୁଲ ଛାଡୁ ନଥିଲେ। ଏହି ଘଟଣାର ୩ଦିନ ପରେ ଅର୍ଥାତ ଗୁରୁବାର ଦିନ କୋକସରା ଗୋଷ୍ଠୀ ଶିକ୍ଷାଧିକାରୀ ମହେଶ କୁମାର ଭାଟି, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ତୋଫାନ ମାଝୀ ଓ ସିଆସିସି ସୁମନ୍ତ କୁମାର ଠାକୁର ବିଦ୍ୟାଳୟରେ ପହଞ୍ଚି ଘଟଣା ସମ୍ପର୍କରେ ବୁଝିଥିଲେ। ଏବଂ ସ୍କୁଲ ପରିଚାଳନା କମିଟି ସହିତ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀଭାଟି ଛାତ୍ରଛାତ୍ରୀଙ୍କ ଘର କୁ ଘର ଯାଇ ଅବିଭାବକଙ୍କୁ ବୁଝାଇ ପିଲାଙ୍କୁ ସ୍କୁଲ ଛାଡିବା ପାଇ ଅନୁରୋଧ କରିଥିଲେ। ଏହାପରେ ପ୍ରାୟ ୫୦ ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ସ୍କୁଲ କୁ ଆସିଥିବା ଦେଖିବାକୁ ମିଳିଥିଲା। ପରେ ବିଦ୍ୟାଳୟରେ ପରିଚାଳନା କମିଟି ଓ ଛାତ୍ରଛାତ୍ରୀ ମାନଙ୍କ ଅଭିଭାବକ ସହିତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସମସ୍ୟା ସମାଧାନ ଦିଗରେ ଦିର୍ଘ ସମୟ ଧରି ଆଲୋଚନା କରିଥିଲେ। ଏବଂ ନୂତନ ଶ୍ରେଣୀଗୃହ ନିର୍ମାଣ ନିମନ୍ତେ ଅର୍ଥ ମଞ୍ଜୁର ହୋଇଥିବା ଓ ଆସନ୍ତା ୩ମାସ ମଧ୍ୟରେ ଶ୍ରେଣୀଗୃହ ହେବବୋଲି ଗ୍ରାମବାସୀ, ଅଭିଭାବକ ଓ ସ୍କୁଲ ପରିଚାଳନା କମିଟି କୁ ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ସେମାନେ କିଛି ମାତ୍ରାରେ ବୁଝିଥିବା ଜଣାପଡିଛି। ଅନ୍ୟପଟେ ଉକ୍ତ ସମୟ ମଧ୍ୟରେ ସ୍କୁଲ ଗୃହ ନିର୍ମାଣ ନହେଲେ ପୁଣି ଆନ୍ଦୋଳନ କରିବା ପାଇଁ ଚେତାବନୀ ଦେଇଛନ୍ତି ସ୍କୁଲ ପରିଚାଳନା କମିଟି ଓ ଛାତ୍ରଛାତ୍ରୀଙ୍କ ଅଭିଭାବକ। ନୂତନ ଶ୍ରେଣୀ କୋଠରୀ ନିର୍ମାଣ ନିମନ୍ତେ ୧୮ ଲକ୍ଷ ୩୩ ହଜାର ଟଙ୍କା ଅନୁଦାନ ଆସିଥିବା ଓ ଟେଣ୍ଡର ହେଲାପରେ କାମ ଆରମ୍ଭ ହେବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ଏଠାରେ ସୂଚନାଯୋଗ୍ୟ ଯେ’ ବିଦ୍ୟାଳୟର ସମସ୍ତ ଶ୍ରେଣୀ କୋଠରୀ ବିପଦପୂର୍ଣ୍ଣ ଅବସ୍ଥାରେ ରହିଥିବାରୁ ବର୍ତ୍ତମାନ ୯ ଗୋଟି ଶ୍ରେଣୀର ୧୬୯ ଜଣ ଛାତ୍ରଛାତ୍ରୀ ପିଇଓ ବସା ଓ କଲ୍ୟାଣ ମଣ୍ଡପରେ ଠେଲାପେଲା ଭିତରେ ଅଧ୍ୟୟନ କରୁଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.