ଜୟ ଜୟ ଶନି ଦେବ ହେ
ଜୟ ରବି ନନ୍ଦନ।
ଅଦ୍ୟ ଶନି ବାରେ କରୁଛି
ପ୍ରଭୁ ତୁମ୍ଭ ବନ୍ଦନ।।
ଭଗିନୀ ଯମୁନା, ତୁମ୍ଭର
ଯମ ତୁମ୍ଭର ଭ୍ରାତା।
ଜଗତରେ ପ୍ରଭୁ ବୋଲାଅ
ତୁମ୍ଭେ ନ୍ୟାୟଦେବତା ।।
ତୁମ୍ଭ ବକ୍ରଦୃଷ୍ଟି ପଡ଼ିଲେ ପ୍ରଭୁ
ଦୋଷୀ ଉପରେ।
ଅଶେଷ କଷଣ ପଡ଼ଇ କେହି
ବର୍ତ୍ତି ନପାରେ ।।
ତବ ବକ୍ର ଦୃଷ୍ଟେ ଶ୍ରୀରାମ
କଲେ ଅରଣ୍ୟ ବାସ।
ନଳ ରାଜା ହେଲେ ସହିସ
କାଟିଲେ ଘୋଡ଼ାଘାସ ।।
ରାଜା ହରିଶ୍ଚନ୍ଦ୍ର ଯଗିଲେ ପୁଣି
ଯାଇ ଶ୍ମଶାନ।
ଲଙ୍କା ପୋଡ଼ି ହତ ହୋଇଲା
ବିଶ୍ରବାଙ୍କ ନନ୍ଦନ।।
ପ୍ରଭାବୁ ତୁମ୍ଭର ହେ ପ୍ରଭୋ
ଆଉ କିଏ ବର୍ତ୍ତିବ।
ବର୍ତ୍ତି ପାରିଲେନି ଶୁଣିଛି ସ୍ଵୟଂ
ଶ୍ରୀମହାଦେବ ।।
ବାନ୍ଧି ଥିଲା ଦିନେ ତୁମ୍ଭଙ୍କୁ
ଲଙ୍କପତି ରାବଣ।
ବନ୍ଧନ ଖୋଲିଲେ ତୁମ୍ଭର
ଯାଇ ବାୟୁ ନନ୍ଦନ ।।
ତେଣୁ ସାଥେ ପୂଜା ତୁମ୍ଭର
କହେ ପୁରାଣ କଥା।
ପ୍ରୀୟ ତୁମ୍ଭ ତୈଳ କଣ୍ଟାକୁ
କଳା ଅପରାଜିତା।।
ଜୟ ଜୟ ଶନି ଦେବ ହେ
ଜୟ କାକ ବାହନ।
ଦ୍ଵିଚକ ରଥରେ ପ୍ରଭୁ ହେ
କର ବିଶ୍ବ ଭ୍ରମଣ ।।
ଜୟ ଜୟ ଛାୟା ସୂତ ହେ
ଜୟ ବିଶ୍ୱ ବନ୍ଦନ।
ଦୟା ରଖିଥିବେ ମୋତେ ହେ
କରେ କୋଟି ନମନ।
ଅର୍ଜୁନୀ ଚରଣ ବେହେରା
ମୋ: 7693091971





