ଟିକ୍ରାପଡ଼ାରେ ଏଚପିଭି ଟୀକାକାରଣର ଶୁଭାରମ୍ଭ

ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ସଇଁତଲା ବ୍ଲକ ଟିକ୍ରାପଡ଼ା ନୂତନ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ୱାସ୍ଥ୍ୟ ବିଭାଗ ଆନୁକୂଲ୍ୟରେ ଏଚପିଭି ଟୀକାକାରଣ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି | ଏଥିରେ ଜରାୟୁ କର୍କଟ ରୋଗର ପ୍ରତିଷେଧକ ସ୍ୱରୂପ ୧୪ ବର୍ଷ ବୟସ୍କ ଝିଅଙ୍କୁ ଏହି ଟୀକା ପ୍ରଦାନର ପ୍ରାବଧାନ ରହିଛି | ଟିକ୍ରାପଡ଼ା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଝିଙ୍କିଡୁଙ୍ଗୁରି, ଯୁରାବନ୍ଧ, ଟିକ୍ରାପଡ଼ା ଗ୍ରାମ ପଞ୍ଚାୟତର ସମସ୍ତ ଗ୍ରାମର ୧୪ ବର୍ଷ ବୟସର ବାଳିକା ଏହି ଟୀକା ନେବାର ଯୋଜନା ପ୍ରସ୍ତୁତ କରାଯାଇଛି | ଡାକ୍ତର ଆକାଶ ପ୍ରଧାନ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଏହାକୁ ଶୁଭାରମ୍ଭ କରିଥିଲେ |
ଏଲଏଚଭି ମୁକ୍ତା ରାଉତ, ମହିଳା ସ୍ୱାସ୍ଥ୍ୟ କର୍ମୀ ସଫଳା ଖମାରୀ, କୌଶଲ୍ୟା ମୁଣ୍ଡା ଟୀକାକରଣ କରିଥିଲେ |ଆଶାକର୍ମୀ ମଞ୍ଜୁଲତା ବଗର୍ତ୍ତୀ, ସୁମିତ୍ରା ଭୋଇ, ନୀଳାବତୀ ରାଜପଲିଆ, ସୁଚିତ୍ରା ମିର୍ଦ୍ଧା ପ୍ରମୁଖ ଉପସ୍ଥିତ ରହିଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.