ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ତିଦୀପ ଆଦିତ୍ୟ): ଗତ ୧୫ ଏପ୍ରିଲ ୨୦୨୬ ରେ ପ୍ରକାଶିତ ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷାର ଫଳାଫଳରେ ଜୁନାଗଡ଼ ଅଞ୍ଚଳର ଛାତ୍ରଛାତ୍ରୀମାନେ ଉଲ୍ଲେଖନୀୟ ସଫଳତା ଅର୍ଜନ କରିଛନ୍ତି। ବିଶେଷତଃ ଏସ୍କେଏସ୍ ଟ୍ୟୁଟୋରିଆଲ୍ସରେ ପଢ଼ୁଥିବା ଛାତ୍ରଛାତ୍ରୀମାନେ ଏଥର ଉତ୍କୃଷ୍ଟ ଫଳାଫଳ କରିଥିବା ଦେଖାଯାଇଛି। ସୂଚନା ଅନୁସାରେ,ବିକାଶ ଆବାସିକ ବିଦ୍ୟାଳୟ,ଭବାନୀପାଟଣା,ଜୁନାଗଡ଼ ଇଂଲିଶ୍ ସ୍କୁଲ୍ ଓ ଓଡିଶା ଆଦର୍ଶ ବିଦ୍ୟାଳୟ,ଜୁନାଗଡ଼ର ଛାତ୍ରଛାତ୍ରୀମାନେ ଏସ୍କେଏସ୍ ଟ୍ୟୁଟୋରିଆଲ୍ସରେ ପଢ଼ି ଉତ୍କୃଷ୍ଟ ଫଳ ପାଇଛନ୍ତି। ଫଳାଫଳ ଅନୁଯାୟୀ, ବିକାଶ ଆବାସିକ ବିଦ୍ୟାଳୟ ଛାତ୍ରୀ ଦିଶା ଗୁପ୍ତା ୯୬.୪% ନମ୍ବର
ଏବଂ ଜୁନାଗଡ଼ ଇଂଲିଶ୍ ସ୍କୁଲ୍ର ଛାତ୍ରୀ ଶିବାନୀ ସାହୁ ୯୬.୪% ରଖି ସର୍ବୋଚ୍ଚ ସଫଳତା ଅର୍ଜନ କରିଛନ୍ତି। ସେହିପରି ଓଡିଶା ଆଦର୍ଶ ବିଦ୍ୟାଳୟର ଦିଭ୍ୟାଶା ନାୟକ ୯୫% ନମ୍ବର ରଖିଛନ୍ତି। ଏହା ସହିତ ଅନ୍ୟାନ୍ୟ ୫-୬ ଜଣ ଛାତ୍ରଛାତ୍ରୀ ମଧ୍ୟ ୯୦% ରୁ ଅଧିକ ନମ୍ବର ପାଇଥିବା ଜଣାପଡ଼ିଛି। ଗତ ୮-୯ ବର୍ଷ ଧରି ଏସ୍କେଏସ୍ ଟ୍ୟୁଟୋରିଆଲ୍ସ ଛାତ୍ରଛାତ୍ରୀଙ୍କୁ ଗୁଣମାନ ସମ୍ପନ୍ନ ଶିକ୍ଷା ପ୍ରଦାନ କରିଆସୁଛି ଓ ପ୍ରତିବର୍ଷ ଭଲ ଫଳାଫଳ ଦେଇଆସୁଛି। ସଂସ୍ଥାପକ ସଞ୍ଜୀବ ସାହୁ, ସ୍ୱରାଜ ଅଗ୍ରୱାଲ ଓ କୌତଲ୍ୟ ତାୟାଲଙ୍କର ସଂଯୁକ୍ତ ପ୍ରୟାସରେ ଏହି ସଫଳତା ଅର୍ଜିତ ହୋଇଥିବା ମତ ପ୍ରକାଶ ପାଇଛି। ଏଠାରେ ବ୍ୟାଚ୍ ଭିତ୍ତିକ ଭାବରେ ବିଷୟଭିତ୍ତିକ ଶିକ୍ଷକମାନେ ପଢ଼ାଇ ଦେଇଥିବାରୁ ଛାତ୍ରଛାତ୍ରୀମାନେ ସହଜରେ ପାଠ୍ୟବସ୍ତୁ ବୁଝିପାରୁଛନ୍ତି ଓ ଉତ୍କୃଷ୍ଟ ଫଳାଫଳ କରୁଛନ୍ତି।





