ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): କଳାହାଣ୍ଡିର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଯୁଗ ଯାତ୍ରୀ ସାହିତ୍ୟ ସଂସଦ ତରଫରୁ ଆସନ୍ତା ମଇ ୧ ତାରିଖ ଦିନ ସନ୍ଥ କବି ଭୀମ ଭୋଇ ଜୟନ୍ତୀ ପାଳନ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠାନ ସଭା ଗୃହ ରେ ଅନୁଷ୍ଠିତ ହୋଇ ଯାଇଛି | ସଭାପତି ପଦ୍ମ ଲୋଚନ ମିଶ୍ର ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି ସଭା ରେ ସମ୍ପାଦକ ହେମନ୍ତ ସାହୁ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ | ଚଳିତ ବର୍ଷ ମୋହନ ଗିରୀ ର ଧବଳେଶ୍ୱର କ୍ରୀଡା ଓ ସାଂସ୍କୃତିକ ଅନୁଷ୍ଠାନ ର ମିଳିତ ସହଯୋଗ ରେ ଧବଳେଶ୍ୱର ମନ୍ଦିର କଲ୍ୟାଣ ମଣ୍ଡପ ଠାରେ ଏହି ଉତ୍ସବ ମହା ସମାରୋହ ରେ ଆୟୋଜନ ପାଇଁ ଧବଳେଶ୍ଵର କ୍ରୀଡା ଓ ସାଂସ୍କୃତିକ ଅନୁଷ୍ଠାନ ର ସଭାପତି ଶୁକଦେବ ସାହୁ ଓ ଲକ୍ଷ୍ମୀକାନ୍ତ ବେହେରା, ଉପଦେଷ୍ଟା ଅବସର ପ୍ରାପ୍ତ ପୁଲିସ ଅଧିକାରୀ ବୈଦ୍ୟ ନାରାୟଣ ଭୋଇ ନିଜ ମତ ପ୍ରକାଶ କରିଥିଲେ | ଏହି ଉତ୍ସବ ଅବସର ରେ ସନ୍ଥ କବି ଙ୍କ ସାହିତ୍ୟ ଆଲୋଚନା ସହିତ ଜିଲ୍ଲା ସ୍ତରୀୟ କବିତା ପାଠ ଉତ୍ସବ ଆୟୋଜନ ପାଇଁ ନିଷ୍ପତି ହୋଇଥିଲା | ଆଲୋଚନା ରେ ଯୁଗ ଯାତ୍ରୀ ର ବରିଷ୍ଠ ସଦସ୍ୟ ସୁରେନ୍ଦ୍ର ମହାଖୁଡ଼, ଉପ ସଭାପତି ରାକେଶ କୁମାର ଶତପଥୀ, ସହ ସମ୍ପାଦକ ପରମାନନ୍ଦ ବିଶି, ସୁଶାନ୍ତ ମିଶ୍ର ସଦସ୍ୟ ମାନସ ରଞ୍ଜନ ପ୍ରହରାଜ, ରାମେଶ୍ୱର ପ୍ରସାଦ ସାହୁ, ଜଳେଶ୍ଵର ହେର୍ଣ୍ଣା ପ୍ରମୁଖ ଉପସ୍ଥିତ ରହି ଆଲୋଚନା ରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ |





