ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଓଡ଼ିଆ ବାର୍ତ୍ତାର ପରିଚାଳନା ନିର୍ଦ୍ଦେଶକ (ଏମଡି) ସୁନିଲ କୁମାର ଅଗ୍ରୱାଲଙ୍କ ବଗିଚାରେ ଲିଚୁର ସମ୍ଭାର ଦେଖିବାକୁ ମିଳିଛି। ଶ୍ରୀ ଅଗ୍ରୱାଲଙ୍କ ଦହଲ ସ୍ଥିତ ଫାର୍ମ ହାଉସରେ ଏବେ ଲିଚୁ ଫଳିଛି। ଅନେକ ପରିଶ୍ରମ ପରେ ଗ୍ରିଷ୍ମ ସମୟରେ ଉନ୍ନତମାନର ଲିଚୁ ଉତ୍ପାଦିତ ହୋଇଥିବାରୁ ଶ୍ରୀ ଅଗ୍ରୱାଲ ଖୁସି ବ୍ୟକ୍ତ କରିଛନ୍ତି। ଏହା ସହ ସେ ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ, କଳାହାଣ୍ଡି ଜିଲ୍ଲା ରୁପ୍ରାରୋଡର ଉଦ୍ୟୋଗପତି ସୁନିଲ କୁମାର ଅଗ୍ରୱାଲ ନିଜର ବ୍ୟସ୍ତବହୁଳ କାର୍ଯ୍ୟସୂଚୀରୁ କିଛି ସମୟ ବାହାର କରି ଗୋ-ସେବା, ଦେବସେବା, ଦୁର୍ଗତ ଜନତାଙ୍କ ସେବା ଏବଂ ବଗିଚା କାମରେ ମନୋନିବେଶ କରିଥାନ୍ତି। ତାଙ୍କ ଫାର୍ମ ହାଉସରେ ଆମ୍ବ, ଲିଚୁ ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାରର ଫଳ ଓ ଫୁଲ ଗଛ ଦେଖିବାକୁ ମିଳିଥାଏ। ଅତ୍ୟନ୍ତ ପକ୍ଷେ ସମସ୍ତେ ନିଜ ନିଜ ଘର ବାଡ଼ିରେ କିଛି କିଛି ଲେମ୍ବୁ, କମଳା, ଅଁଳା, ପିଜୁଳି, କଦଳୀ, ପଣସ ଆଦି ଉପକାରୀ ଗଛ ଲଗାଇବା ସହ ପରିବେଶର ସୁରକ୍ଷା ଦିଗରେ ସହଭାଗୀ ହେବାପାଇଁ ଶ୍ରୀ ଅଗ୍ରୱାଲ ନିବେଦନ କରିଛନ୍ତି।





