ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ବିଶ୍ଵନାଥପୁର ଠାରେ ବିଶ୍ଵନାଥପୁର ଓ ଲାଞ୍ଜିଗଡ଼ ମଣ୍ଡଳ ବିଜେପି ପକ୍ଷରୁ ଜନ ଆକ୍ରୋଶ ମହିଳା ସମାବେଶ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ରମେଶ ମାଝୀ ଯୋଗଦେଇ ଥିଲେ। ସମ୍ମାନିତ ଅତିଥି ଭାବେ ଜିଲ୍ଲା କାର୍ଯ୍ୟ କାରିଣୀ ସଦସ୍ୟା ସର୍ମିଷ୍ଠା ନାଏକ, ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର, ଓବିସି ମୋର୍ଚ୍ଚା ସଭାପତି ମିଳନ କୁମାର ମହାପାତ୍ର, ବିଶ୍ଵନାଥପୁର ମଣ୍ଡଳ ପ୍ରଭାରୀ ସନ୍ତୋଷ ବିଶି, ସହ ପ୍ରଭାରୀ ସୁବାସ ଅଗ୍ରୱାଲ, ସମ୍ପାଦକ ଗୌତମ କୁମାର ନାଗ, ଅମରେଶ କୁମାର ବୁଦ୍ଧିଆ, ଉପସଭାପତି ସୁନିଲ ବାଗ, ଦେବ ପୁଟେଲ, ବରିଷ୍ଠ କର୍ମକର୍ତ୍ତା ଅନନ୍ତ ପ୍ରଧାନୀ, ହରିଶଙ୍କର ପାତ୍ର ପ୍ରମୁଖ ଯୋଗଦେଇଥିଲେ। ବ୍ୟାନର ଓ ପ୍ଲାକାର୍ଡ ଧରି ଇଣ୍ଡମେଟୋ ଓ ବିରୋଧି କଂଗ୍ରେସ ଦଳ ବିରୋଧରେ ବିଭିନ୍ନ ସ୍ଲୋଗାନ ଦେଇ ବଜାର ପରିକ୍ରମା କରିଥିଲେ ବିଜେପି କର୍ମୀ ଓ କାର୍ଯ୍ୟକର୍ତ୍ତା। ଲାଞ୍ଜିଗଡ଼ ମଣ୍ଡଳ ସଭାପତି ନରେନ୍ଦ୍ର ବେହେରା ଓ ବିଶ୍ଵନାଥପୁର ମଣ୍ଡଳ ସଭାପତି ତୁଳସୀ ମାଝୀ ନେତୃତ୍ବରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।





