ଆଇଏମଏଫ ନୂଆଦିଲ୍ଲୀରୁ ସ୍ପୋର୍ଟ କ୍ଲାଇମିଙ୍ଗ ଲେଭଲ ୧ ଓ ୨ ପ୍ରଶିକ୍ଷଣ ଗ୍ରହଣ କଲେ ଓଡ଼ିଶା ଟିମ୍

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ନୂଆଦିଲ୍ଲୀ ସ୍ଥିତ ଭାରତୀୟ ପର୍ବତାରୋହଣ ସଂସ୍ଥାନ (ଆଇଏମଏଫ)ରୁ ସ୍ପୋର୍ଟ କ୍ଲାଇମିଙ୍ଗ ଲେଭେଲ ୧ ଓ ୨ ପ୍ରଶିକ୍ଷଣ ଗ୍ରହଣ କରିଛନ୍ତି ଓଡ଼ିଶା ଟିମ୍। ଏଭରେଷ୍ଟ ଆରୋହୀ ତଥା ଆନ୍ତର୍ଜାତିକ ପର୍ବତାରୋହୀ ଯୋଗବ୍ୟାସ ଭୋଇ ଏବଂ ଜାତୀୟସ୍ତରର ବରିଷ୍ଠ ପ୍ରଶିକ୍ଷକ ପର୍ବତାରୋହୀ ରୋମାଞ୍ଚଳ ଭୋଇଙ୍କ ନେତୃତ୍ବରେ ୧୬ ଜଣିଆ ଦୁଃସାହସିକ (୭ ଜଣ ପୁରୁଷ ଓ ୯ ଜଣ ମହିଳା) ଓଡ଼ିଶା ଦଳ ଏ ଗ୍ରେଡ ପାଇ କୃତିତ୍ବ ଅର୍ଜନ କରିଛନ୍ତି। ଏହା ଓଡ଼ିଶାର ପ୍ରଥମ ଗୃପ ଯେଭଁଠାରେ କଳାହାଣ୍ଡିର କର୍ଲାମୁଣ୍ଡା ବ୍ଳକ ଅନ୍ତର୍ଗତ ଡୁଙ୍ଗୁରୀଗୁଡାର ବିକାଶ ଗହୀର, ରିଷିଡାର ତନୁଶ୍ରୀ ସାହୁ, ସେହିପରି ନର୍ଲା ବ୍ଳକ ଅନ୍ତର୍ଗତ ରାଣୀପଟାର ନୀହାରିକା ବୁଧିଆ, ଅସୁରଗଡର ପ୍ରିୟଙ୍କା ପୁଟେଲ, ବାଲିପଡାର ଅଜୟ ମାଝୀ, ରୁପ୍ରାର ରାଜ ମାଝୀ, ଲାଞିଗଡ ବ୍ଳକ ଅନ୍ତର୍ଗତ ସିରିଗାଁର ପ୍ରତିମା ପାତ୍ର, ମ.ମରାମପୁର ବ୍ଳକ ଅନ୍ତର୍ଗତ ଝାଲିଆଗୁବାର ପୂଜା ଭୋଇ, ନୁନପୁରର ସସ୍ମିତା ରଣା, କବିଚନ୍ଦ୍ରପୁରର ରଞ୍ଜୁ ରଣା, ଡୁମେରଗୁଡାର ସରିତା ଦୀପ, ମୋହନଗିରିର ଜନନୀ ବିଷି, କେସିଙ୍ଗାର ପର୍ବତାରୋହୀ ହରିଶ ବର୍ଗର୍ତି, ୟଙ୍ଗ ବ୍ଲଡ ପବ୍ଲିକ ସ୍କୁଲର ଦ୍ବିତୀୟବର୍ଷର ବିଜ୍ଞାନ ଛାତ୍ର ପ୍ରଜ୍ଞାନନ୍ଦ ଛତର ସାମିଲ ହୋଇଛନ୍ତି। ସମସ୍ତ ସଫଳତା ପାଇଁ ଭାରତୀୟ ପର୍ବତାରୋହଣ ସଂସ୍ଥାନ, ନୂଆଦିଲ୍ଲୀର ନିର୍ଦ୍ଦେଶକ କର୍ଣ୍ଣଲ ମଦନ ଗୁରୁଙ୍ଗ ଓ ଅନ୍ଯାନ୍ଯ ଅଧୀକାରୀଗଣ ଏକ ବିଶେଷ କାର୍ଯ୍ୟକ୍ରମରେ ଏହି ପ୍ରଶିକ୍ଷାର୍ଥୀମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରିଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଏହି ପ୍ରଶିକ୍ଷଣ ପାଇଁ ଦୁଃସାହସିକ କ୍ରୀଡାବିତ ମାନେ ନିଜସ୍ବ ଉଦ୍ୟମରେ ଦୁଇଟି କୋର୍ସ ଲେଭେଲ ୧ ଓ ୨ ପାଇଁ ୪୦,୦୦୦ ରୁ ଉର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ କରିଛନ୍ତି। ଯାହାକି ଏଭେରେଷ୍ଟ ଆରୋହୀ ଶ୍ରୀ ଭୋଇ ନେତୃତ୍ବ ନେଇ ଅନ୍ଯାନ୍ଯ ଆନୁଷଙ୍ଗିକ ବ୍ଯବସ୍ଥା କରିବା ସହିତ କେମିତି ଦୁଃସାହସିକ କ୍ରୀଡାବିତ ଛାତ୍ରଛାତ୍ରୀଗଣ ତାଙ୍କର ଏହି ଅର୍ଥ ରାଶି କ୍ରୀଡା ଓ ଯୁବ ସେବା ବିଭାଗ, ଓଡ଼ିଶା ସରକାରଙ୍କ ଠାରୁ ପାଇ ପାରିବେ ସେହି ଦିଗରେ ସଂପୂର୍ଣ୍ଣ ପ୍ରୟାସ କରୁଛନ୍ତି। ଓଡ଼ିଶାର ପ୍ରଥମ ଗୃପ ଭାବରେ ସଫଳତାର ସହିତ ପ୍ରଶିକ୍ଷଣ ନେଇ ଓଡ଼ିଶା ରାଜ୍ୟରେ ସ୍ପୋର୍ଟ କ୍ଲାଇମିଙ୍ଗ କ୍ଷେତ୍ରରେ ଗର୍ବ ଓ ଗୌରବ ଅର୍ଜନ କରିଛନ୍ତି। ଏହି ଅବସରରେ ଏଭରେଷ୍ଟ ଆରୋହୀ ଯୋଗବ୍ୟାସ ଭୋଇ କହିଛନ୍ତି ଯେ, ‘ଆଗାମୀ ଦିନରେ ଜାତୀୟସ୍ତର ତଥା ଆନ୍ତର୍ଜାତିକ ସ୍ତରର ଅଲିମ୍ପିକ ପ୍ରତିଯୋଗିତାରେ ଏହି ଦୁଃସାହସିକ କ୍ରୀଡାବିତ ମାନଙ୍କୁ ପହଞ୍ଚାଇବା ମୋର ଲକ୍ଷ୍ଯ, ଏଥିପାଇଁ କଳାହାଣ୍ଡି ଜିଲ୍ଲା ପ୍ରଶାସନ, ଜନପ୍ରତିନିଧିଗଣ ତଥା ରାଜ୍ୟ ସରକାରଙ୍କ ସାହାଯ୍ଯ ସହଯୋଗ ଆବଶ୍ୟକ ଅଛି।’ ମୋର ନିବେଦନ ରାଜ୍ଯ ସରକାରଙ୍କ କ୍ରୀଡା ଓ ଯୁବ ସେବା ବିଭାଗକୁ ଆମ ପରି ଅଭିଜ୍ଞ ସ୍ପୋର୍ଟ କ୍ଲାଇମିଙ୍ଗ ପ୍ରଶିକ୍ଷକ ତଥା ଆନ୍ତର୍ଜାତିକ ପର୍ବତାରୋହୀ ମାନଙ୍କୁ ନେଇ ଏକ ରାଜ୍ଯ ସ୍ତରୀୟ କମିଟି ଗଠନ କରାଯାଉ ଯାହାକି ଆଗାମୀ ଦିନରେ ଓଡ଼ିଶା ରାଜ୍ୟ ସ୍ପୋର୍ଟ କ୍ଲାଇମିଙ୍ଗ କ୍ଷେତ୍ରରେ ଅଲିମ୍ପିକ ପର୍ଯ୍ୟନ୍ତ ତାର ଜୟଯାତ୍ରା କରିବ ଏବଂ ସେହି ଦିଗରେ ବିଶେଷ ଯତ୍ନବାନ ହୋଇ କାର୍ଯ୍ଯ କରି ପାରିବୁ।’

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.